୪୩୮ ଅଙ୍ଗନୱାଡି କେନ୍ଦ୍ର ଗୃହ ନିର୍ମାଣରେ ବିଳମ୍ବ

କେନ୍ଦ୍ରାପଡ଼ା ଅଫିସ,୨୩।୧୦: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ସାନମଙ୍ଗରେ ୨ଟି ଅଙ୍ଗନୱାଡି କେନ୍ଦ୍ର ନିକଟସ୍ଥ ସ୍କୁଲ ବାରଣ୍ଡାରେ ଚାଲିଥିଲେ ମଧ୍ୟ ଏହାର ଗୃହ ନିର୍ମାଣ ହୋଇ ନାହିଁ। ଏହି ଦୁଇ କେନ୍ଦ୍ର ନିର୍ମାଣ ପାଇଁ ୨୦୧୯ ଜାନୁୟାରୀ ୫ ଓ ଅଗଷ୍ଟ ୨୫ରେ କାର୍ଯ୍ୟାଦେଶ ସହ ଅନୁଦାନ ଯୋଗାଇ ଦିଆଯାଇଛି। ଏ ନେଇ ଗ୍ରାମବାସୀ ବାରମ୍ବାର ବ୍ଲକ ଓ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରାଯାଉ ନାହିଁ। ସେହିପରି ମାଣିକପାଟଣା ଗ୍ରାମର ୨ ଅଙ୍ଗନୱାଡି କେନ୍ଦ୍ରର ନିର୍ମାଣ ପ୍ରସ୍ତାବ ମଞ୍ଜୁର ହୋଇପାରିନାହିଁ। କେବଳ ସାନମଙ୍ଗ ଓ ମାଣିକପାଟଣା ନୁହେଁ, ଜିଲାର ୪୩୮ କେନ୍ଦ୍ର ନିର୍ମାଣାଧୀନ ଅବସ୍ଥାରେ ରହିଛି। ସେହିପରି ଶତାଧିକ ଅଙ୍ଗନୱାଡି କେନ୍ଦ୍ର ପାଇଁ ପ୍ରସ୍ତାବ ଥିଲେ ମଧ୍ୟ ଫାଇଲ ତଳେ ରହିଯାଇଛି।
ବିଭିନ୍ନ ସରକାରୀ ଯୋଜନା ଅଙ୍ଗନୱାଡି କେନ୍ଦ୍ର କର୍ମଚାରୀଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହୋଇଥାଏ। ଶିଶୁଙ୍କ ଟିକାକରଣ, ପ୍ରାକ୍‌ ଶିକ୍ଷା, ଅପପୁଷ୍ଟି ରୋକିବାଠାରୁ ଆରମ୍ଭ କରି ନିଃସହାୟ ବୃଦ୍ଧାବୃଦ୍ଧଙ୍କ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଏହି କେନ୍ଦ୍ର ମାଧ୍ୟମରେ ସମ୍ପନ୍ନ କରିବାକୁ ସରକାର ନିୟମ କରିଛନ୍ତି। ତେବେ ଜିଲା ପ୍ରଶାସନ ଏଥିପ୍ରତି ନଜର ଦେଇ ନ ଥିବା ବହୁ ବୁଦ୍ଧିଜୀବୀ ଓ ଗ୍ରାମବାସୀ ମତ ଦେଇଛନ୍ତି। ଯେଉଁ ଜିଲାରେ ଗତ ୧୦ବର୍ଷ ମଧ୍ୟରେ ଏକ ପଞ୍ଚମାଂଶ ଗୃହ ନିର୍ମାଣ ସରିନାହିଁ ସେହି ଜିଲାରେ ଅଙ୍ଗନୱାଡି କେନ୍ଦ୍ର ପରିଚାଳନା ହେବ କିପରି ବୋଲି ସେମାନେ ପ୍ରଶ୍ନ କରିଛନ୍ତି। କେନ୍ଦ୍ରାପଡା ଜିଲାରେ ୯ଟି ଶିଶୁ ବିକାଶ ପ୍ରକଳ୍ପ ଅଧୀନରେ ମୋଟ ୨୧୪୭ ଅଙ୍ଗନୱାଡି କେନ୍ଦ୍ର ଅଛି। ପଞ୍ଚାୟତିରାଜ ବିଭାଗ ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୪୪୭ ଗୃହ ନିର୍ମାଣ ସାରିବାକୁ ଯୋଜନା ଥିବାବେଳେ ଏଥିରୁ ମାତ୍ର ୯ଟି କେନ୍ଦ୍ରର ନିର୍ମାଣ ସରିଛି। ଆଳି ବ୍ଲକରେ ୮୪, ଡେରାବିଶରେ ୪୫, ଗରଦପୁରରେ ୨୧, କେନ୍ଦ୍ରାପଡାରେ ୫୫, ମହାକାଳପଡାରେ ୪୩, ମାର୍ଶାଘାଇରେ ୩୨, ପଟ୍ଟାମୁଣ୍ଡାଇରେ ୫୯, ରାଜକନିକାରେ ୫୩ ଓ ରାଜନଗର ବ୍ଲକରେ ୪୬ କେନ୍ଦ୍ରର ଗୃହ ନିର୍ମାଣ ଚାଲିଛି। ଏ ସମ୍ପର୍କରେ ରାଜଗଡର ନୟନମଣି ସାମଲ କୁହନ୍ତି, ଜିଲାର ଉପାନ୍ତ ଅଞ୍ଚଳ ଭାବେ ପରିଚିତ ମହାକାଳପଡା ବ୍ଲକ ସର୍ବଦା ଅବହେଳିତ ଅବସ୍ଥାରେ ରହିଛି। ସମସ୍ତ ଅଞ୍ଚଳକୁ ଗମନାଗମନ ଲାଗି ରାସ୍ତା ନାହିଁ। ଶିଶୁ ଓ ମାତୃ ମୃତ୍ୟୁହାର, ନାବାଳିକା ବିବାହ ଆଦି ସମସ୍ୟା ରହିଛି। ରାଜଗଡ ପଞ୍ଚାୟତରେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣାଧୀନ ଅଥବା ପ୍ରସ୍ତାବ ମଞ୍ଜୁରୀ ଅପେକ୍ଷାରେ ରହିଛି। ଏ ନେଇ ପଞ୍ଚାୟତବାସୀ ବିଭାଗୀୟ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଏହାର ସମାଧାନ ହୋଇନାହିଁ। ଆଳି ବ୍ଲକର ରତନ କୁମାର ଭୂୟଁା କୁହନ୍ତି, ଏହି ବ୍ଲକରେ ସର୍ବାଧିକ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣାଧୀନ ଅଥବା କାର୍ଯ୍ୟାଦେଶ ପାଇ ବନ୍ଦ ରହିଛି। ବହୁ କ୍ଷେତ୍ରରେ ରାଜନୈତିକ ହସ୍ତକ୍ଷେପ ନିର୍ମାଣ କାର୍ଯ୍ୟକୁ ବିଳମ୍ବିତ କରୁଥିବା ବେଳେ ସ୍ଥାନ ଚିହ୍ନଟ ନେଇ ଗ୍ରାମରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ସମାଧାନ ହୋଇପାରିଲେ କେନ୍ଦ୍ର ଗୃହ ନିର୍ମାଣ ସମ୍ଭବ ହେବ। ଏ ସମ୍ପର୍କରେ ପିଡି ଦିଲୀପ କୁମାର ପରିଡା କହିଛନ୍ତି, ସ୍ଥାନ ନିରୂପଣ ନେଇ କେତେକ ସ୍ଥାନରେ ସମସ୍ୟା ଉପୁଜିବାରୁ ନିର୍ମାଣ କାର୍ଯ୍ୟ ବିଳମ୍ବ ହୋଇଛି। ତେବେ ସ୍ଥାନୀୟ ଲୋକପ୍ରତିନିଧିଙ୍କ ସହିତ ଆଲୋଚନା କରି ଏହାର ସମାଧାନ ସହିତ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri