Posted inଜାତୀୟ

ସରୟୁ ଏକ୍ସପ୍ରେସରେ ମହିଳା କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୁକ୍ତ ଏନକାଉଣ୍ଟରରେ ନିହତ

ଲକ୍ଷ୍ନୌ,୨୨।୯: ସରୟୁ ଏକ୍ସପ୍ରେସରେ ମହିଳା କନଷ୍ଟେବଳଙ୍କ ଉପରେ ଆକ୍ରମଣ କରିଥିବା ଅପରାଧୀ ଅନିସଙ୍କର ପୋଲିସ ଏନକାଉଣ୍ଟରରେ ମୃତ୍ୟୁ ହୋଇଛି। ଏସଟିଏଫ ଓ ଅଯୋଧ୍ୟା ପୋଲିସର ଜଏଣ୍ଟ ଅପରେଶନରେ ହୋଇଥିବା ଏହି ଏନକାଉଣ୍ଟରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି।

ତାଙ୍କର ଅନ୍ୟ ଦୁଇ ସାଥୀ ମଧ୍ୟ ଆହତ ହୋଇଛନ୍ତି। ଏହି ଏନକାଉଣ୍ଟରରେ ଏସଓ ପୁରାକଲନ୍ଦର ରତନ ଶର୍ମା ଏବଂ ଅନ୍ୟ ଦୁଇ କନଷ୍ଟେବଳ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳର ପୁରାକଲନ୍ଦର ପୋଲିସ ଷ୍ଟେଶନର ଛତରିବା ପାରା କେଏଲ ରାସ୍ତାରେ ଏହି ଏନକାଉଣ୍ଟର ହୋଇଥିଲା। ସେହିଭଳି ଇନାୟତ ନଗର ପୋଲିସ ଷ୍ଟେଶନର ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ମଧ୍ୟ ପୋଲିସ ଏନକାଉଣ୍ଟରରେ ଗିରଫ କରାଯାଇଛି।
ସାୱନ ମେଳା ସମୟରେ ସରୟୁ ଏକ୍ସପ୍ରେସରେ ଜଣେ ମହିଳା ହେଡ କନଷ୍ଟେବଳଙ୍କୁ ଆକ୍ରମଣ କରାଯାଇଥିଲା। ମହିଳା ଜଣକ ଗୁରୁତର ଅବସ୍ଥାରେ ଲକ୍ଷ୍ନୌ ଟ୍ରମା ସେଣ୍ଟରରେ ଭର୍ତ୍ତି ହୋଇଥିଲେ ଯେଉଁଠାରେ ସେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାର ଉନ୍ମୋଚନ ପାଇଁ ଏସଟିଏଫ ଏବଂ ଜିଆରପି ନିୟୋଜିତ କରାଯାଇଥିଲା। ଅଗଷ୍ଟ ୩୦ରେ ଏହି ଘଟଣା ଘଟିଥିଲା। କୋର୍ଟ ମଧ୍ୟ ଏହି ଘଟଣାର ଅବଗତ ହୋଇଥିଲେ ଏବଂ ମଧ୍ୟରାତ୍ରିରେ କୋର୍ଟ ଖୋଲିବା ପରେ ଶୁଣାଣି ହୋଇଥିଲା।
ସୂଚନାନୁସାରେ, ଏନକାଉଣ୍ଟରରେ ନିହତ ହୋଇଥିବା ଅନିସ ମହିଳା କନଷ୍ଟେବଳଙ୍କୁ ଅସଦାଚରଣ କରିବା ଆରମ୍ଭ କରିଥିଲେ। ଯେତେବେଳେ ମହିଳା ଜଣକ ଦୁଷ୍କର୍ମକାରୀଙ୍କୁ ଫିଙ୍ଗିଦେଲେ, ସେତେବେଳେ ତିନିଜଣ ଦୁଷ୍କର୍ମକାରୀ ମହିଳାଙ୍କୁ ଅତି ଜଘନ୍ୟ ଭାବେ ଆକ୍ରମଣ କରିଥିଲେ। ଟ୍ରେନ ଝରକା ଉପରେ ମହିଳା ଜଣଙ୍କ ମୁଣ୍ଡକୁ ଆଘାତ କରି ଆହତ କରି ଦେଇଥିଲେ। ଅଯୋଧ୍ୟା ପୂର୍ବରୁ ଟ୍ରେନ ମନ୍ଥର ଗତିରେ ଥିବାରୁ ତିନିଜଣ ଦୁର୍ବବ୍ୟହାରକାରୀ ପଳାଇ ଯାଇଥିଲେ। ଉତ୍ତର ପ୍ରଦେଶ ଏସଟିଏଫ ଏବଂ ଅଯୋଧ୍ୟା ପୋଲିସ ଜଣେ ମହିଳା କନଷ୍ଟେବଳଙ୍କ ଉପରେ ସାଂଘାତିକ ଆକ୍ରମଣ କରିଥିବା ଜଣେ ଅପରାଧୀଙ୍କୁ ହତ୍ୟା କରିଛି। ଆହତ ଅପରାଧୀ ଆନିସର ଅନ୍ୟ ଦୁଇ ସହଯୋଗୀ ଆଜାଦ ଏବଂ ବିଶାମବର ଦୟାଲ ଓରଫ ଲାଲୁ ଆହତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଧାୟକ ନିରଞ୍ଜନ ପୂଜାରୀଙ୍କ କାର୍‌କୁ ଅଣ୍ଡାମାଡ଼

ସୋନପୁର,୧୯ା୯(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ କାର୍‌ ଉପରକୁ ଶୁକ୍ରବାର ସନ୍ଧ୍ୟାରେ ଅଣ୍ଡାମାଡ଼ ହୋଇଛି। ପ୍ରଥମେ ତରଭା ବ୍ଲକର ଦେଉଳପଦର ଛକରେ…

କଦଳୀ ଭେଳାରେ ମା’ ମନସାଙ୍କୁ ପୂଜା କରନ୍ତି ବଙ୍ଗୀୟ ସମ୍ପ୍ରଦାୟ, ଏହା ପଛର କାରଣ ଜାଣିଲେ…

ମହାକାଳପଡ଼ା, ୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଧି ଓ ପରମ୍ପରା ଅନୁସାରେ ବଙ୍ଗୀୟ ଶ୍ରଦ୍ଧାଳୁମାନେ କଦଳୀ ଭେଳାରେ ମା’ ମନସା ଦେବୀଙ୍କୁ ପୂଜା କଲେ ସନ୍ତୁଷ୍ଟ ହୋଇ ସର୍ପ…

ପାର୍ବଣ ପୂର୍ବରୁ ମହଙ୍ଗା ମାଡ଼: ୮ ଟଙ୍କା ବଢ଼ିପାରେ କ୍ଷୀର ମୂଲ୍ୟ! ରାଜ୍ୟ ସରକାରଙ୍କୁ ୩ ଦିନିର ଅଲ୍ଟିମେଟମ ଦେଲେ…

ନୂଆଦିଲ୍ଲୀ,୧୯।୯: କର୍ନାଟକରେ ପାର୍ୱଣ ଋତୁ ପୂର୍ୱରୁ ଲୋକଙ୍କୁ ଆଉ ଏକ ବଡ଼ ଝଟକା ଲାଗିପାରେ। ଏଠାରେ ଖୁବ ଶୀଘ୍ର କ୍ଷୀର ଦରରେ ବଡ଼ ଧରଣର ବୃଦ୍ଧି ଦେଖିବାକୁ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ମମତାଙ୍କ କୋଳ ଶୂନ୍ୟ କରିଦେଲା ଋଷିକୁଲ୍ୟା: ଖେଳିଗଲା ଶୋକର ଛାୟା

ପୁରୁଷୋତ୍ତମପୁର,୧୯।୯ (ସବିତା ମିଶ୍ର): ଗଣେଶ ମୂର୍ତ୍ତି ବିସର୍ଜନବେଳେ ଋଷିକୁଲ୍ୟା ନଦୀରେ ଭାସିଯାଇ ନିଖୋଜ ହୋଇଥିବା ଛାତ୍ର ସୁମିତ କୁମାର ମିଶ୍ରଙ୍କ ମୃତଦେହ ଶନିବାର ଉଦ୍ଧାର ହୋଇଛି। ପୁରୁଷୋତ୍ତମପୁର…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଗଞ୍ଜାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଶହ ଶହ ରୋଗୀ ନିର୍ଭରଶୀଳ: ମାତ୍ର ୨ଟି ବେଡ୍‌ରେ ଚାଲିଛି ଚିକିତ୍ସା

ଗଞ୍ଜାମ,୧୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହର ବଡ଼ବଜାରସ୍ଥିତ ବହୁ ପୁରାତନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ଦାବି ଜୋର ଧରିଛି। ରାଜପଥ ପାର୍ଶ୍ୱରେ ଅବସ୍ଥିତ ଏହି…

କଠୋର ଆଭିମୁଖ୍ୟ

ସପ୍ତାହେ ମଧ୍ୟରେ ୪ଜଣ ବରିଷ୍ଠ ଅଧିକାରୀଙ୍କୁ ସେମାନଙ୍କର ମୂଳ କ୍ୟାଡରକୁ ଫେରାଇ ଦିଆଯିବା ଏକ ଉଲ୍ଲେଖନୀୟ ଘଟଣା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଏକ ବର୍ଦ୍ଧିତ ‘କୁଲିଂ-ଅଫ୍‌’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?