Categories: ଖେଳ

ଏହି କାରଣରୁ ମୋଦିଙ୍କୁ ଧନ୍ୟବାଦ ଦେଲେ କେକେଆର୍‌ର ଷ୍ଟାର ଅଲରାଉଣ୍ଡର, ପ୍ରଶଂସାରେ କହିଲେ..

ନୂଆଦିଲ୍ଲୀ,୧୮।୩: ଓ୍ବେଷ୍ଟଇଣ୍ଡିଜ୍‌ ଏବଂ କୋଲକାତା ନାଇଟ୍‌ ରାଇଡର୍ସର ଷ୍ଟାର ଅଲ୍‌ରାଉଣ୍ଡର ଆନ୍ଦ୍ରେ ରସେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜାମାଇକାକୁ କରୋନା ଟିକା ପଠାଇବାକୁ ନେଇ ସେ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ନିଜର ଆଧିକାରୀକ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟ ଉଚ୍ଚ ଆୟୋଗକୁ ଧନ୍ୟବାଦ ଦେବାକୁ ଚାହୁଁଛି। ଟିକା ଏଠାରେ ପହଞ୍ଚି ସାରିଛି। ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶ୍ୱକୁ ପୁଣିଥରେ ସ୍ବାଭାବିକ ସ୍ଥିତିରେ ଦେଖିବାକୁ ଚାହୁଁଛି। ଜାମାଇକା ଲୋକେ ଏହାକୁ ପସନ୍ଦ କରୁଛନ୍ତି। ଭାରତ ଏବଂ ଜାମାଇକା ଏବେ ଭାଇ ଭାଇ ବୋଲି ପ୍ରମାଣ କରୁଛନ୍ତି। ସେଠାକାର ଲୋକେ ସୁରକ୍ଷିତ ଥିବାରୁ ଏହାର ପ୍ରଶଂସା କରୁଛି ବୋଲି ସେ କହିଛନ୍ତି।

Share