ସୀମାନ୍ତରେ ୨ ବୋମା ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି,୧୬ା୫(ଡି.ଏନ.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀଙ୍କ ଦ୍ବାରା ଖଞ୍ଜାଯାଇଥିବା ୨ଟି ବୋମାକୁ ନିଷ୍କ୍ରିୟ କରି ଏକ ବଡଧରଣର ଅଘଟଣକୁ ଯବାନମାନେ ଏଡାଇ ଦେଇଛନ୍ତି। ସୋମବାର ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡର ଅତୁଲପାରା ଜଙ୍ଗଲରେ ଯବାନମାନେ ସର୍ଚ୍ଚ ଅପରେଶନ କରୁଥିଲେ। ଏହି ସମୟରେ ମାଓବାଦୀଙ୍କ ପକ୍ଷରୁ ପାଇପରେ ଖଞ୍ଜା ଯାଇଥିବା ବୋମାକୁ ଠାବ କରିଥିଲେ। ତୁରନ୍ତ ଏହାକୁ ଯବାନମାନେ ନିଷ୍କ୍ରିୟ କରିଦେଇଥିଲେ।