ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ଆନ୍ଧ୍ରର ନଜର

କାଶୀନଗର,୧୮ା୯(ଟି. କ୍ରିଷ୍ଣା ରାଓ):କାଶୀନଗର ଦେଇ ପ୍ରବାହିତ ବଂଶଧାରା, ଗୋଦାବରୀ ଓ ମହାନଦୀ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ନଦୀ ଓଡ଼ିଶାର ରାୟଗଡ଼ା ଜିଲା ଅନ୍ତର୍ଗତ କଲ୍ୟାଣସିଂହପୁର ଓ କଳାହାଣ୍ଡି ଜିଲାର ଥୁଆମୂଳ ରାମପୁର ସୀମା ବାଉଁଶବଣରୁ ବାହାରି ଆନ୍ଧ୍ରର କଳିଙ୍ଗପାଟଣାଠାରେ ବଙ୍ଗୋପସାଗରରେ ମିଶିଛି। ଏହାର ଦୈର୍ଘ୍ୟ ୨୫୪ କି.ମି.। ଏହାର ବେସିନ୍‌ ଏରିଆର ଅଧିକାଂଶ ଭାଗ ଅର୍ଥାତ୍‌ ୮୦୧୫ ବର୍ଗ କି.ମି. ଓଡ଼ିଶାରେ ଥିବାବେଳେ ମାତ୍ର ୨୮୧୫ ବର୍ଗ କି.ମି. ଆନ୍ଧ୍ରରେ ରହିଛି। ଏହି ନଦୀରୁ ୧୧୫ ହଜାର ମିଲିଅନ କ୍ୟୁବିକ ପାଣିରୁ ଆନ୍ଧ୍ର ଓ ଓଡିଶା ୫୦ : ୫୦ ନେବା ପାଇଁ ପୂର୍ବରୁ ଚୁକ୍ତି ହୋଇଛି। ତେବେ ଗୋଟ୍ଟା ବ୍ୟାରେଜ, ନେରେ ବ୍ୟାରେଜ ଭଳି ପ୍ରକଳ୍ପ ନିର୍ମାଣ କରି ଆନ୍ଧ୍ର ବଂଶଧାରା ପାଣିର ସଦୁପଯୋଗ କରୁଥିବା ବେଳେ ଓଡ଼ିଶା ଏଯାଏ ସେଭଳି କୌଣସି ପ୍ରକଳ୍ପ କରିନାହିଁ।

ଓଡ଼ିଶାର ରାୟଗଡା ଜିଲା ପାଣିଡଙ୍ଗରଠାରେ ବଂଶଧାରା ଓ ଏହାର ଉପନଦୀ ସାନନଦୀ ଉପରେ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କଚ୍ଛପ ଗତିରେ ଚାଲିଛି। ଓଡ଼ିଶାର ଜମି, ଜଙ୍ଗଲ ଓ ଜଳକୁ କବ୍‌ଜା କରି ସେସବୁର ସଦୁପଯୋଗ ପାଇଁ ଆନ୍ଧ୍ରର ଉଦ୍ୟମ ଜାରି ରହିଛି। ତେବେ ବଂଶଧାରାର ବାଲି ନିର୍ମାଣ କାର୍ଯ୍ୟ ପାଇଁ ଅଧିକ ଉପଯୋଗୀ ହୋଇଥିବାରୁ ଏବେ ଆନ୍ଧ୍ରର ଆଖି ଉକ୍ତ ବାଲି ଉପରେ ପଡିଛି। ଅଳ୍ପ ଦିନ ତଳେ ଗଜପତି ଜିଲା କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ବାଲିଘାଟକୁ ଆନ୍ଧ୍ର ନିଜର ବୋଲି ଦାବି କରିବା ପରେ ଠିକ୍‌ ସୀମା ନିର୍ଦ୍ଧାରଣ ପାଇଁ ଉଭୟ ରାଜ୍ୟର ପ୍ରଶାସନ ପକ୍ଷରୁ ମିଳିତ ସର୍ଭେ କରାଯାଇଥିଲା। ସେ ସମୟରେ ନିଜର ଦାବି ସପକ୍ଷରେ ଆନ୍ଧ୍ର ପ୍ରଶାସନ କୌଣସି କାଗଜପତ୍ର ଦେଖାଇ ପାରି ନ ଥିଲା। ଏହା ସତ୍ତ୍ୱେ ଆନ୍ଧ୍ର ଏଯାଏ ଏହି ଦାବିରୁ ଓହରିନାହିଁ। କାଶୀନଗର ଓ ଗୁଣୁପୁର ଅଞ୍ଚଳରୁ ଆନ୍ଧ୍ରକୁ ଚୋରା ବାଲିଚାଲାଣ କ୍ରମାଗତ ଭାବେ ଲାଗି ରହିଛି। ଚଳିତ ମାସ ୧୩ ତାରିଖରେ କାଶୀନଗର ବ୍ଲକ ଶିଆଳି ଗ୍ରାମ ନିକଟସ୍ଥ ରାଜ୍ୟ ରାଜପଥ ଦେଇ ବେଆଇନ ଭାବେ ଆନ୍ଧ୍ରକୁ ବାଲି ଚାଲାଣ ବେଳେ ଏକ ଟ୍ରକକୁ ଗଜପତି ଜିଲା ଖଣି ଅଧିକାରୀ ଜବତ କରି ଜରିମାନା କରିଥିଲେ। ତେବେ କେବେ କେମିତି ଆନ୍ଧ୍ରକୁ ଚୋରାରେ ବାଲି ନେଉଥିବା ଗୋଟେ ଟ୍ରକକୁ ଜବତ କରି ଜରିମାନା କରି ଦେଲେ ସମସ୍ୟାର ସମାଧାନ ହେବ ନାହିଁ ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି। ଓଡ଼ିଶାର ଜମି, ଜଙ୍ଗଲ, ବାଲି, ପାଣି ଉପରେ ନଜର ରଖୁଥିବା ଆନ୍ଧ୍ର ବିରୋଧରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଓଡ଼ିଶା ସରକାର ନେବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri