ଏଠି ନ୍ୟାୟ ନୁହେଁ, ମାଡ଼ ଅନ୍ୟାୟ:ହାଇକୋର୍ଟଙ୍କ ନିର୍ଦ୍ଦେଶରୁ ଡାକ୍ତରୀ ମାଇନା

ଭୁବନେଶ୍ୱର,୧୮ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାର ମାଡ଼ ଓ ଅନ୍ୟାୟ କାହାଣୀର ସତ୍ୟତା ଯେତିକି ଯେତିକି ଆଗକୁ ଆସୁଛି ପୋଲିସର ଅସଲ ଚେହେରା ମଧ୍ୟ ଲୋକମାନେ ବୁଝିବା ଆରମ୍ଭ କରିଛନ୍ତି। ଆର୍ମି ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ସହ ଘଟିଥିବା ଘଟଣାକୁ ଦେଖିବା ପରେ ଲୋକମାନେ ନ୍ୟାୟ ପାଇଁ ପୋଲିସ ଉପରେ ଭରସାକରି ଥାନାକୁ ଯିବାକୁ କେତେ ଆଗ୍ରହ ପ୍ରକାଶ କରିବେ ତାହା ସମୟ ହିଁ କହିବ। ଯଦି ପୋଲିସ ନିଜ କ୍ଷମତାର ଦୁରୁପଯୋଗକରି ଏଭଳି କାଣ୍ଡ ଘଟାଇବା ପରେ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଉଛି ତେବେ ସାଧାରଣ ଲୋକଙ୍କ ପୋଲିସ ବ୍ୟବସ୍ଥା ଉପରୁ ବିଶ୍ୱାସ ହଟିଯିବାର ସମ୍ଭାବନା ସୃଷ୍ଟିହେବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଏଭଳି ସ୍ଥିତିରେ ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କ ସହିତ ଘଟିଥିବା ଘଟଣାର ତଦନ୍ତ କରିବା ଲାଗି ପୋଲିସ ମହାନିର୍ଦ୍ଦେଶକ ଓ୍ବାଇ.ବି. ଖୁରାନିଆ ମଙ୍ଗଳବାର କ୍ରାଇମବ୍ରାଞ୍ଚ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଡିଏସ୍‌ପି ନରେନ୍ଦ୍ର କୁମାର ବେହେରା ଏହି ଘଟଣାର ତଦନ୍ତ ଭାର ପାଇଛନ୍ତି। କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ଦସ୍ତଖତରେ ଏନେଇ ଏକ ଚିଠି ଜାରି କରାଯାଇଛି। ନରେନ୍ଦ୍ର ବେହେରାଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ମଧ୍ୟ ଭରତପୁର ଥାନାରେ ପହଞ୍ଚତ୍ ତଦନ୍ତ ପ୍ରକ୍ରିୟାକୁ ଜୋର୍‌ଦାର କରିଛନ୍ତି। ହେଲେ କେଉଁ ସବୁ ଦିଗକୁ ନେଇ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି, ସେନେଇ କିଛି ସୂଚନା ମିଳି ନାହିଁ। ଅନ୍ୟପକ୍ଷରେ ପୋଲିସ ନିଜ ଭୁଲ୍‌କୁ ଲୁଚାଇବା ସକାଶେ କ୍ୟାପିଟାଲ ହସ୍ପିଟାଲରୁ ଯେଉଁ ଡାକ୍ତରୀ ମାଇନା ରିପୋର୍ଟ ଦେଇଥିଲା ତାକୁ ଅଙ୍କିତାଙ୍କ ପରିବାର ଲୋକେ ଏବଂ ଓଡ଼ିଶା ଷ୍ଟେଟ୍‌ ଏକ୍ସ ସର୍ଭିସ୍‌ ଆସୋସିଏଶନ ଅଧ୍ୟକ୍ଷ ବ୍ରିଗେଡିୟର ଅନ୍ତର୍ଯାମୀ ପ୍ରଧାନ ବିରୋଧ କରିଥିଲେ। ଡାକ୍ତରୀ ମାଇନା ଠିକ୍‌ ଭାବେ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଏନେଇ ଅନୁମତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଏମ୍‌ସ ହସ୍ପିଟାଲରେ ଡାକ୍ତରୀ ମାଇନା କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଅଙ୍କିତାଙ୍କୁ ଏମ୍‌ସ ନିଆଯାଇ ଡାକ୍ତରୀମାଇନା କରାଯାଇଛି। ଏଥିସହିତ ଏହି ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ(ଆଇଓ)ଙ୍କୁ ବୁଧବାର ସକାଳ ସାଢ଼େ ୧୦ଟାରେ ଡାକ୍ତରୀମାଇନା ରିପୋର୍ଟ ଏବଂ ତଦନ୍ତ ରିପୋର୍ଟ ସହ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ତର୍ଯାମୀ ପ୍ରଧାନଙ୍କ ସୂଚନା ମୁତାବକ, ଆର୍ମି ସିନିୟର ଅଫିସରମାନେ ଦିଲ୍ଲୀ(ହାଇୟର ହେଡ୍‌କ୍ୱାର୍ଟର୍ସ)ରୁ ଆସିଥିଲେ। ସେମାନେ ଜେଲ ଯାଇ ଅଙ୍କିତାଙ୍କ ସହ ଦେଖା କରିଥିଲେ। ସେଠାରେ ଦେଖିବାକୁ ପାଇଲେ ଅଙ୍କିତା ଚାଲିପାରୁ ନାହିଁ, ଦେହରେ କ୍ଷତଚିହ୍ନ ରହିଛି ଏବଂ ମାଡ଼ର ଦାଗ ମଧ୍ୟ ଅଛି। ଜେଲ ଡାକ୍ତର ତାଙ୍କୁ ତରଳ ଖାଦ୍ୟ ଖାଇବା ଲାଗି କହିଛନ୍ତି। ଏମ୍‌ସ ହସ୍ପିଟାଲକୁ ଡାକ୍ତରୀ ମାଇନା ଲାଗି ପଠାଇବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ଏହାକୁ କୋର୍ଟ ଗ୍ରହଣକରି ଏନେଇ ଅନୁମତି ଦେଇଛନ୍ତି। ଏଫ୍‌ଆଇଆର୍‌ କପି ଡିସିପି ଅଫିସରୁ ଗ୍ରହଣ କରାଯାଇଛି। ଏବେ ଯେତେବେଳେ ସବୁଆଡ଼ୁ ଚାପ ପଡ଼ିଲା ପୋଲିସ ଡିଜି  କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏକ ସ୍ବାଧୀନ ତଦନ୍ତକାରୀ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବା କଥା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି  ଏନେଇ ଅଭିଯୋଗ କରାଯିବ। ଜବଲ୍‌ପୁରରୁ ଆସିଥିବା ଜେନେରାଲ ଅଫିସର କମାଣ୍ଡିଂ ମୁଖ୍ୟଶାସନ ସଚିବଙ୍କୁ ଭେଟି ଘଟଣାକୁ ଗୁରୁତର ସହ ବିଚାର କରିବାକୁ ଅନୁରୋଧ କରିଥିବା ଅନ୍ତର୍ଯାମୀ କହିଛନ୍ତି। ଅପରପକ୍ଷରେ କ୍ରାଇମବ୍ରାଞ୍ଚ କେଉଁସବୁ ଦିଗକୁ ନେଇ ତଦନ୍ତ କରୁଛି ବୋଲି ନରେନ୍ଦ୍ର ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ଏହି ଘଟଣାର ତଦନ୍ତ ଏଡିଜି ଅରୁଣ ବୋଥ୍ରା ନିଜେ କରୁଛନ୍ତି। ସେ କେବଳ ସହଯୋଗ କରୁଛନ୍ତି। ଏନେଇ ଏବେ କିଛି କହିହେବ ନାହିଁ ବୋଲି ସେ କହିଛନ୍ତି।
ତେବେ କ୍ରାଇମବ୍ରାଞ୍ଚ ହାତରେ ନ୍ୟସ୍ତ କରାଯାଇଥିବା ଏହି ତଦନ୍ତ ଦାୟିତ୍ୱ କେଉଁ ଦିଗକୁ ଯାଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି। ପୋଲିସ ଯେଉଁଭଳି ଭାବେ ଏହି ଘଟଣାକୁ ଦିଗହରା କରାଇବା ଲାଗି ପ୍ରୟାସ କଲା କ୍ରାଇମବ୍ରାଞ୍ଚ ତାକୁ ସଫଳ କରିବାକୁ ଚେଷ୍ଟା କରିବ ନା ବାସ୍ତବ ଘଟଣାକୁ ସାମ୍ନାକୁ ଆଣିବ ତାହା ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଛି। ରାଜ୍ୟରେ ନୂଆ ସରକାରର ଭାବମୂର୍ତ୍ତି ରକ୍ଷା କରିବା ଏବଂ ଲୋକଙ୍କୁ ଥାନାରେ ଯେ ଉଚିତ ନ୍ୟାୟ ମିଳୁଛି ସେହି ବାର୍ତ୍ତା ଦେବାକୁ କ୍ରାଇମବ୍ରାଞ୍ଚ କେତେଦୂର ପ୍ରଚେଷ୍ଟା କରୁଛି ତାହା ଖୁବ୍‌ଶୀଘ୍ର ଜଣାପଡ଼ିଯିବ ବୋଲି  ଜଣେ ଏସିପି ପାହ୍ୟାର ପୋଲିସ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?