ଓଡ଼ିଶା ପାଣି ଲୁଟିବାକୁ ଆଉ ପାଦେ ଆଗେଇଲା ଆନ୍ଧ୍ର

ପାରଳାଖେମୁଣ୍ଡି, ୨୦।୪ (ଡି.ଏନ୍‌.ଏ): ଗଜପତି ଜିଲାର ଦୁଇ ନଦୀ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି । ମହେନ୍ଦ୍ରତନୟା ଓ ବଂଶଧାରା ନଦୀ ଉପରେ ଆନ୍ଧ୍ର ପ୍ରକଳ୍ପ ନିର୍ମାଣ କରି ବିବାଦକୁ ଆସିବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଉଭୟ ରାଜ୍ୟ। ତେବେ ସୁପ୍ରିମକୋର୍ଟ ଆନ୍ଧ୍ର ସପକ୍ଷରେ ରାୟ ଦେବାପରେ ଏବେ ଆଉପାଦେ ଆଗେଇଛନ୍ତି ଆନ୍ଧ୍ର ସରକାର। ବୁଧବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦିନିକିଆ ଗସ୍ତରେ ଶ୍ରୀକାକୁଲମ ଜିଲା ମୁଲାପେଟାଠାରେ ବନ୍ଧ ନିର୍ମାଣ ପାଇଁ ସମୁଦ୍ର ପୂଜା କରିଛନ୍ତି। ଉଭୟ ନଦୀରେ ପ୍ରକଳ୍ପ ପାଇଁ ୪୭୬.୩୫ କୋଟି ଟଙ୍କା ଖର୍ଚ୍ଚ କରିବା ଲକ୍ଷ୍ୟରେ ଭୂମିପୂଜନ କରିଛନ୍ତି ଜଗନମୋହନ । ମହେନ୍ଦ୍ରତନୟା ନଦୀରେ ଆପସୋର ପ୍ରକଳ୍ପ ବାବଦକୁ ୩୦୦ କୋଟି ଟଙ୍କା ବ୍ୟୟରେ ଏକ ରିଜର୍ଭର ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ ବଂଶଧାରା ନଦୀରେ କାଟ୍ରାଗଡ଼ା ପ୍ରକଳ୍ପରୁ ବଂଶଧାରା ପାଣି ନେଇ ହୀରାମଣ୍ଡଳମ ନିକଟରେ ରିଜର୍ଭର ନିର୍ମାଣ ପାଇଁ ୧୭୬.୩୫ କୋଟି ଟଙ୍କା ଖର୍ଚ୍ଚ କରିବା ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ଜଳ ନେବା ପାଇଁ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ପ୍ରୟାସ ଜାରି ରଖିତ୍ଥିବା ବେଳେ ଏଠାକାର ରାଜ୍ୟ ସରକାର ଏ ଦିଗରେ କୋଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । ବିଗତ ଦିନରେ ମହେନ୍ଦ୍ରତନୟା ନଦୀର ତଳ ମୁଣ୍ଡରେ ଆପସୋର ପ୍ରକଳ୍ପ ନିର୍ମାଣକୁ ଗଜପତି ଜିଲାରେ ତୀବ୍ର ବିରୋଧ କରାଯାଇଥିଲା। ଫଳରେ ନଦୀର ଉପର ମୁଣ୍ଡରେ ଜିଲାର ରାୟଗଡ ବ୍ଲକ ଡମ୍ବାପୁର ଓ ଚମ୍ପାପୁର ନିକଟରେ ଦୁଇଟି ପ୍ରକଳ୍ପ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇ ୨୦୦୭ରେ ଡମ୍ବାପୁର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ପ୍ରକଳ୍ପର ଉପର ମୁଣ୍ଡର କାର୍ଯ୍ୟ ସରିଥିଲେ ମଧ୍ୟ କେନାଲ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଏହି ପ୍ରକଳ୍ପ ନିର୍ମାଣ ହେଲେ ଗଜପତି ଜିଲାର ରାୟଗଡ଼ ଓ ଗୋସାଣି ବ୍ଲକର ଲୋକଙ୍କ ଚାଷକାର୍ଯ୍ୟ ଓ ପାନୀୟ ଜଳର ସମସ୍ୟା ଦୂର ହେବା ସହିତ ତଳ ମୁଣ୍ଡରେ ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପକୁ କଡ଼ା ଜବାବ ଦିଆଯାଇପାରନ୍ତା। ରାଜ୍ୟ ସରକାରଙ୍କ ପ୍ରକଳ୍ପ କାର୍ଯ୍ୟର ମନ୍ଥରତା ଯୋଗୁଁ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରିଚାଲିଛି । ବର୍ତ୍ତମାନ ସମୟ ଆସିଛି ଗଜପତିବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri