ଓଡ଼ିଶା ପାଣି ଲୁଟିବାକୁ ଆଉ ପାଦେ ଆଗେଇଲା ଆନ୍ଧ୍ର

ପାରଳାଖେମୁଣ୍ଡି, ୨୦।୪ (ଡି.ଏନ୍‌.ଏ): ଗଜପତି ଜିଲାର ଦୁଇ ନଦୀ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି ରହିଛି । ମହେନ୍ଦ୍ରତନୟା ଓ ବଂଶଧାରା ନଦୀ ଉପରେ ଆନ୍ଧ୍ର ପ୍ରକଳ୍ପ ନିର୍ମାଣ କରି ବିବାଦକୁ ଆସିବା ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ଉଭୟ ରାଜ୍ୟ। ତେବେ ସୁପ୍ରିମକୋର୍ଟ ଆନ୍ଧ୍ର ସପକ୍ଷରେ ରାୟ ଦେବାପରେ ଏବେ ଆଉପାଦେ ଆଗେଇଛନ୍ତି ଆନ୍ଧ୍ର ସରକାର। ବୁଧବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଦିନିକିଆ ଗସ୍ତରେ ଶ୍ରୀକାକୁଲମ ଜିଲା ମୁଲାପେଟାଠାରେ ବନ୍ଧ ନିର୍ମାଣ ପାଇଁ ସମୁଦ୍ର ପୂଜା କରିଛନ୍ତି। ଉଭୟ ନଦୀରେ ପ୍ରକଳ୍ପ ପାଇଁ ୪୭୬.୩୫ କୋଟି ଟଙ୍କା ଖର୍ଚ୍ଚ କରିବା ଲକ୍ଷ୍ୟରେ ଭୂମିପୂଜନ କରିଛନ୍ତି ଜଗନମୋହନ । ମହେନ୍ଦ୍ରତନୟା ନଦୀରେ ଆପସୋର ପ୍ରକଳ୍ପ ବାବଦକୁ ୩୦୦ କୋଟି ଟଙ୍କା ବ୍ୟୟରେ ଏକ ରିଜର୍ଭର ନିର୍ମାଣ କରିବାକୁ ପ୍ରସ୍ତୁତ ହୋଇଥିବା ବେଳେ ବଂଶଧାରା ନଦୀରେ କାଟ୍ରାଗଡ଼ା ପ୍ରକଳ୍ପରୁ ବଂଶଧାରା ପାଣି ନେଇ ହୀରାମଣ୍ଡଳମ ନିକଟରେ ରିଜର୍ଭର ନିର୍ମାଣ ପାଇଁ ୧୭୬.୩୫ କୋଟି ଟଙ୍କା ଖର୍ଚ୍ଚ କରିବା ଲକ୍ଷ୍ୟ ରଖିଛନ୍ତି । ଓଡ଼ିଶାର ଜଳ ନେବା ପାଇଁ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ପ୍ରୟାସ ଜାରି ରଖିତ୍ଥିବା ବେଳେ ଏଠାକାର ରାଜ୍ୟ ସରକାର ଏ ଦିଗରେ କୋଣସି ଆଖିଦୃଶିଆ ପଦକ୍ଷେପ ନେଉନାହାନ୍ତି । ବିଗତ ଦିନରେ ମହେନ୍ଦ୍ରତନୟା ନଦୀର ତଳ ମୁଣ୍ଡରେ ଆପସୋର ପ୍ରକଳ୍ପ ନିର୍ମାଣକୁ ଗଜପତି ଜିଲାରେ ତୀବ୍ର ବିରୋଧ କରାଯାଇଥିଲା। ଫଳରେ ନଦୀର ଉପର ମୁଣ୍ଡରେ ଜିଲାର ରାୟଗଡ ବ୍ଲକ ଡମ୍ବାପୁର ଓ ଚମ୍ପାପୁର ନିକଟରେ ଦୁଇଟି ପ୍ରକଳ୍ପ ନିର୍ମାଣ କରିବା ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇ ୨୦୦୭ରେ ଡମ୍ବାପୁର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର କଥା ପ୍ରକଳ୍ପର ଉପର ମୁଣ୍ଡର କାର୍ଯ୍ୟ ସରିଥିଲେ ମଧ୍ୟ କେନାଲ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ । ଏହି ପ୍ରକଳ୍ପ ନିର୍ମାଣ ହେଲେ ଗଜପତି ଜିଲାର ରାୟଗଡ଼ ଓ ଗୋସାଣି ବ୍ଲକର ଲୋକଙ୍କ ଚାଷକାର୍ଯ୍ୟ ଓ ପାନୀୟ ଜଳର ସମସ୍ୟା ଦୂର ହେବା ସହିତ ତଳ ମୁଣ୍ଡରେ ଆନ୍ଧ୍ରର ପ୍ରସ୍ତାବିତ ପ୍ରକଳ୍ପକୁ କଡ଼ା ଜବାବ ଦିଆଯାଇପାରନ୍ତା। ରାଜ୍ୟ ସରକାରଙ୍କ ପ୍ରକଳ୍ପ କାର୍ଯ୍ୟର ମନ୍ଥରତା ଯୋଗୁଁ ଆନ୍ଧ୍ର ଗୋଟିଏ ପରେ ଗୋଟିଏ ପ୍ରକଳ୍ପ କରିଚାଲିଛି । ବର୍ତ୍ତମାନ ସମୟ ଆସିଛି ଗଜପତିବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଉପଯୁକ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ତମ ପ୍ରଦର୍ଶନ ପାଇଁ ସମ୍ବର୍ଦ୍ଧିତ ହେଲେ ୨ ହୋମ୍‌ଗାର୍ଡ

ଭଞ୍ଜନଗର,୬ା୧୨(ବାବୁଲା ପ୍ରଧାନ): କର୍ମକ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ ପାଇଁ ଭଞ୍ଜନଗର ଥାନାର ଦୁଇ ହୋମଗାର୍ଡ ସମ୍ବର୍ଦ୍ଧିତ ହୋଇଛନ୍ତି। ସେମାନେ ହେଲେ ଗୃହରକ୍ଷୀ ପ୍ଲାଟୁନ କମାଣ୍ଡର ପି.ହେମନ୍ତ ରାଓ...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

କମାଲ ଦେଖାଇଲେ ଶିଶୁ ବୈଜ୍ଞାନିକ, ଜିଲାପାଳ କହିଲେ…

ବରଗଡ଼,୬ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ରାଣା ପ୍ରତାପ ସ୍କୁଲ ପଡ଼ିଆରେ ଶନିବାର ଜିଲାସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଛି। ଜିଲା ଶିକ୍ଷା ଅଧିକାରୀ ଜ୍ୟୋତିକାନ୍ତ ସାହୁଙ୍କ ଅଧ୍ୟକ୍ଷତା...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ଲାଞ୍ଚ ନେବାବେଳେ ଏଡିଇଓଙ୍କୁ ରେଡ୍‌ ହ୍ୟାଣ୍ଡରେ ଧରିଲା ଭିଜିଲାନ୍ସ, ପାଖରୁ ମିଳିଲା…

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ୍‌ ଅଧୀନ ତାଳପଦା ପଞ୍ଚାୟତ ଆକାଉଣ୍ଟାଣ୍ଟ କମ୍‌ ଡାଟା ଏଣ୍ଟ୍ରି ଅପରେଟର(ଏଡିଇଓ) ଲାଞ୍ଚ ନେଇ ଭିଜିଲାନ୍ସ ହାତରେ...

ନାଡ଼ାପାଟାଙ୍ଗ, ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଦାବିପତ୍ର

ବାଲିଗୁଡ଼ା, ୬।୧୨(ସଞ୍ଜୟ ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ବାରଖମା ପଞ୍ଚାୟତର ନାଡ଼ାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଞ୍ଚାୟତର ମାଣିକୁଟିକୁ ନୂତନ ପଞ୍ଚାୟତ କରିବା ପାଇଁ ଉପଜିଲାପାଳଙ୍କ ଜରିଆରେ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ଗାଧୋଇବା ପାଇଁ ଯାଉଥିବା ବେଳେ ମରଣାନ୍ତକ ଆକ୍ରମ: ଏବେ ଆସିଲା ବଡ଼ ରାୟ

ଦିଗପହଣ୍ଡି,୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ଶନିବାର ଆଙ୍କୋରଡ଼ା ଗ୍ରାମର ଜେ.ଉଗ୍ରସେନଙ୍କୁ ଏକ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇ ଗିରଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri