Categories: ଜାତୀୟ

ସ୍ବାମୀଙ୍କ କଟା ମୁଣ୍ଡ ଧରି ଥାନାରେ ପହଞ୍ଚିଲେ ମହିଳା

ଚିତୁର(ଆନ୍ଧ୍ରପ୍ରଦେଶ),୨୧।୧: ଆନ୍ଧ୍ରପ୍ରଦେଶର ଜଣେ ମହିଳା ଛୁରୀରେ ସ୍ବାମୀଙ୍କ ମୁଣ୍ଡ କାଟି ହତ୍ୟା କରିବା ପରେ ଗୁରୁବାର ପୋଲିସ ଆଗରେ ଆତ୍ମସମର୍ପଣ କରିଛନ୍ତି।

ପୋଲିସଠାରୁ ମିଳିଥିବା ସୂଚନା ମୁତାବକ, ଚିତୁର ଜିଲାର ରେନିଗୁଣ୍ଟା ଅଞ୍ଚଳର ମହିଳା ସ୍ବାମୀଙ୍କ କଟା ମୁଣ୍ଡ ଧରି ଥାନାକୁ ଆସିଥିଲେ। ଅଭିଯୁକ୍ତାଙ୍କୁ ବସୁନ୍ଧରା ଭାବେ ଚିହ୍ନଟ କରାଯାଇଛି। ମୃତକ ହେଲେ ତାଙ୍କର ୫୩ ବର୍ଷୀୟ ସ୍ବାମୀ ଭାଶ୍ୟାମ ରବି ଚନ୍ଦ୍ରନ।

“ଅଭିଯୁକ୍ତା ସ୍ବାମୀଙ୍କୁ ମୁଣ୍ଡ କାଟି ହତ୍ୟା କରିବା ପରେ ଥାନାକୁ ଆସି ଆତ୍ମସମର୍ପଣ କରିଥିଲେ। ତଥ୍ୟ ଯାଞ୍ଚ କରିବା ପରେ ହତ୍ୟାକାରୀଙ୍କ ଘରୁ ମୃତଦେହ ଜବତ କରାଯାଇଛି। ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଲାଇଛି” ବୋଲି ଡିଏସ୍‌ପି କାର୍ଯ୍ୟାଳୟରୁ କୁହାଯାଇଛି।

Share