ଆନ୍ଧ୍ର ମୁହାଁଇଲା ବାତ୍ୟା : ୨୩ ବିମାନ ଉଡ଼ାଣ ବାତିଲ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଅସାନିି ଭୀଷଣ ବାତ୍ୟାରୁ ବାତ୍ୟାରେ ପରିଣତ ହୋଇଛି। ଆନ୍ଧ୍ରରେ ପ୍ରବଳ ବର୍ଷା ନେଇ ରେଡ ୱାର୍ନିଂ ଜାରି କରାଯାଇଛି। ଆନ୍ଧ୍ରପ୍ରଦେଶ ପାଣିପାଗ ବିଭାଗ ସୂଚନା ଅନୁସାରେ, ବର୍ତ୍ତମାନ ଏହା କାକିନାଡ଼ାଠାରୁ ୨୬୦ କି.ମି. ଦୂରରେ ରହିଛି। ଏହାର ପ୍ରଭାବରେ ଆନ୍ଧ୍ର ଉପକୂଳରେ ପ୍ରବଳ ବର୍ଷା ସାଙ୍ଗକୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବା ଦେଖିବାକୁ ମିଳିଛି। ବିଶାଖାପାଟଣାଠାରୁ ବାତ୍ୟା ଅସାନି ୩୦୦ କି.ମି. ଦୂରରେ ରହିଛି। ଏହା ଦକ୍ଷିଣ- ପଶ୍ଚିମ ଆଡ଼କୁ ଗତି କରୁଛି । ଅସାନିକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶରେ ବିମାନସେବା ପ୍ରଭାବିତ ହୋଇଛି। ବିଶାଖାପାଟଣାରୁ ଉଡାଣ କରିବାକୁ ଥିବା ୨୩ ବିମାନ ବାତିଲ କରାଯାଇଛି। ସେହିପରି ଚେନ୍ନାଇ ବିମାନ ବନ୍ଦରରୁ ୧୦ଟି ବିମାନ ଉଡାଣ ବାତିଲ ହୋଇଛି।