ରାସ୍ତା ମାଡ଼ି ବସୁଥିଲା ଆନ୍ଧ୍ର

ରାୟଗଡ଼ା ଅଫିସ,୧୯ା୨:ସୀମାନ୍ତରେ ଥିବା ଓଡ଼ିଶାର ଗୋଟିଏ ପରେ ଗୋଟିଏ ଗଁାକୁ ମାଡ଼ିବସୁଛି ଆନ୍ଧ୍ର। କୋରାପୁଟର କୋଟିଆ ପରେ ଏବେ ଏପରି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ବ୍ଲକ ବୈରାଗିହାଲୁଆ ପଞ୍ଚାୟତର ବଡ଼ଲୁକୁଟି ଗ୍ରାମରେ। ଅଞ୍ଚଳର ଏକ ରାସ୍ତାକୁ ଅତି ଚତୁରତାର ସହ କରାୟତ୍ତ କରିବାକୁ ଉଦ୍ୟମ କରୁଥିଲା ଆନ୍ଧ୍ର ପ୍ରଶାସନ। ତେବେ ଠିକଣା ସମୟରେ ରାୟଗଡ଼ା ଜିଲା ପ୍ରଶାସନର ହସ୍ତକ୍ଷେପ ପରେ ଏହି ଉଦ୍ୟମ ପଣ୍ଡ ହୋଇଛି।
ରାୟଗଡ଼ା ବ୍ଲକ୍‌ ବୈରାଗିହାଲୁଆ ପଞ୍ଚାୟତରେ ଥିବା ବଡ଼ଲୁକୁଟି ଗ୍ରାମଠାରୁ ମାତ୍ର ୧ କି.ମି. ଦୂରତାରେ ରହିଛି ଆନ୍ଧ୍ରର ଲାଡା ଗ୍ରାମ। ଏହି ଗଁାକୁ ଓଡ଼ିଶା ରାସ୍ତା ଦେଇ ଯିବାକୁ ହୁଏ। ତେଣୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଏହି ରାସ୍ତାକୁ ଆନ୍ଧ୍ର ପ୍ରଶାସନ ଚତୁରତାର ସହ ନିର୍ମାଣ କରିଚାଲିଥିଲା। ଫଳରେ ସୀମାନ୍ତ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଖବରପାଇ ରାୟଗଡ଼ା ତହସିଲଦାର ଉମାଶଙ୍କର ବେହେରା, ବିଡିଓ ରାଜେନ୍ଦ୍ର ମାଝି, ଆର୍‌ଆଇ ପ୍ରମୁଖ ଗତ ଜାନୁୟାରୀ ୩୦ରେ ଗଁାରେ ପହଞ୍ଚି ଆଲୋଚନା କରି ସମସ୍ୟାର ଆପୋସ ସମାଧାନ ପାଇଁ ପ୍ରଚେଷ୍ଟା କରିଥିଲେ। ରାସ୍ତା ମାପଚୁପ କରିବା ସମୟରେ ଓଡ଼ିଶାର ୨୦୦ ମିଟର ଜାଗା ରହିଥିବା ଜଣାପଡ଼ିଥିଲା। ଏହି ୨୦୦ ମିଟର ମଧ୍ୟରେ ନାଳଟିଏ ରହିଛି। ଉକ୍ତ ନାଳ ଉପରେ ଏକ ପୋଲ କରିବାକୁ ନେଇ ଆପୋସ ବୁଝାମଣା ହୋଇଥିଲା। ସହମତିରେ ଓଡ଼ିଶା ରାସ୍ତା ନିର୍ମାଣ କରିବ ଏବଂ ଆନ୍ଧ୍ର ପୋଲ ନିର୍ମାଣ କରିବାକୁ ସ୍ଥିର ହୋଇଥିଲା। ସୀମାନ୍ତ ଜାଗାରେ ନିର୍ମାଣ କାର୍ଯ୍ୟ କିପରି ବିନା ବିବାଦରେ ହୋଇପାରିବ ସେ ନେଇ ସେଠାକାର ସରପଞ୍ଚଙ୍କ ସହ ମଧ୍ୟ ପୂର୍ବରୁ ଆଲୋଚନା କରାଯାଇଥିଲା। ବୁଧବାର ପ୍ରଶାସନିକ ଟିମ୍‌ ପୁଣି ସୀମାନ୍ତ ଅଞ୍ଚଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲା ବୋଲି ତହସିଲଦାର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri