Categories: ଜାତୀୟ

ଆନ୍ଧ୍ର ପ୍ରଦେଶ କେମିକାଲ ଫ୍ୟାକ୍ଟ୍ରିରେ ନିଆଁ: ୬ ମୃତ, ୧୩ ଆହତ

ଇଲୁରୁ,୧୪ ।୪: ଆନ୍ଧ୍ର ପ୍ରଦେଶର ଇଲୁରୁ ଜିଲାରେ ଥିବା ଏକ କେମିକାଲ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା ଫଳରେ ୬ ଜଣଙ୍କ ମୃତ୍ୟୁ ହେବା ସହ ୧୩ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ ଚିକିତ୍ସା ଲାଗି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ଘଟଣାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।
କୁହାଯାଉଛି କି ମସୁନୁର ମଣ୍ଡଳର ଅକ୍କିରେଡି ଗୁଡେମରେ ପୋରସ କେମିକାଲ ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ ହେବାରୁ ବିସ୍ଫୋରଣ ହୋଇଥିଲା ଏହାସହ ରିଆକ୍ଟର ଫାଟିବାରୁ ନିଆଁ ଲାଗିଯାଇଥିଲା । ଏହି ସମୟରେ ଫ୍ୟାକ୍ଟ୍ରିରେ କାମ କରୁଥିବା ୬ ଜଣଙ୍କ ମୃତ୍ୟୁ ହୋଇଛି । ଫ୍ୟାକ୍ଟ୍ରିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ଯିବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆହତଙ୍କ ମଧ୍ୟରେ ଅନେକ ଗୁରୁତର ଥିବା ଜଣାପଡିଛି ।

Share