Categories: ଜାତୀୟ

ଆନ୍ଧ୍ରପ୍ରଦେଶ ପଞ୍ଚାୟତ ନିର୍ବାଚନ ଉପରେ ରୋକ

ହାଇଦ୍ରାବାଦ,୬।୪: ଆନ୍ଧ୍ରପ୍ରଦେଶରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ସ୍ଥଗିତ କରିଦିଆଯାଇଛି। ବିଜ୍ଞପ୍ତିର ୮ ଦିନ ମଧ୍ୟରେ ଭୋଟିଂ ହେଉଥିବାରୁ ଆନ୍ଧ୍ର ହାଇକୋର୍ଟ ମଙ୍ଗଳବାର ଏହା ଉପରେ ରୋକ ଲଗାଇଛନ୍ତି।

ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଲାଗି ଗତ ୧ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏପ୍ରିଲ ୮ ତାରିଖରେ ଭୋଟିଂ ଏବଂ ୧୦ରେ ଗଣତି ହେବାର ଥିଲା। ହେଲେ ତରବରିଆ ଭାବେ ମାତ୍ର ୮ ଦିନରେ ଭୋଟ ହେବାକୁ ଥିବା ଜଣାପଡ଼ିବା ପରେ ସରକାରୀ ବିଜ୍ଞପ୍ତିକୁ ବିରୋଧୀ ଟିଡିପି, ଭାଜପା ଓ ଜନସେନା ପାର୍ଟି ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏବେ ମାମଲାର ବିଚାର କରି ନିର୍ବାଚନକୁ ସ୍ଥଗିତ ରଖିବାକୁ ହାଇକୋର୍ଟ ଆଦେଶ ଦେଇଛନ୍ତି। ଏଣୁ ଓଡ଼ିଶାର କୋଟିଆରେ ନିର୍ବାଚନ ମଧ୍ୟ ବନ୍ଦ ରହିବା ସ୍ପଷ୍ଟ ହୋଇଛି।

Share