ଓଡ଼ିଶା ଚାଷୀଙ୍କ ଧାନ କିଣୁଛି ଆନ୍ଧ୍ର

ପାରଳାଖେମୁଣ୍ଡି,୬ା୧(ଗିରିଧାରୀ ପରିଛା): ଓଡ଼ିଶା ସରକାର ବାହାର ରାଜ୍ୟକୁ ଧାନ ଚାଲାଣ ଓ ଅସାଧୁ ବ୍ୟବସାୟ ରୋକିବା ପାଇଁ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ସିସିଟିଭି କ୍ୟାମେରା ଲଗାଇ ନାକା ପଏଣ୍ଟରେ କଡାକଡି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ଗଜପତି ଜିଲାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଏଠାରୁ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଧାନ କିଣି ନେଉଛି। ଏପରିକି, ଓଡିଶା ଚାଷୀଙ୍କ ନାଁରେ ଆନ୍ଧ୍ରରେ ଟୋକନ ପ୍ରସ୍ତୁତ ହୋଇ ଆସୁଛି। ଏହି ଟୋକନ ଦେଇ ଆନ୍ଧ୍ର ଧାନ କିଣୁଛି। ଓଡିଶା ଚାଷୀଙ୍କ ନାଁରେ ଥିବା ଟୋକନ, ଧାନ ଓଜନ ରସିଦ୍‌ରୁ ଏହାର ପ୍ରମାଣ ମିଳିଛି।
ଆନ୍ଧ୍ର ବ୍ୟବସାୟୀମାନେ ଗଜପତି ଜିଲାର ଗୋଷାଣି ଏବଂ କାଶୀନଗର ବ୍ଲକରୁ ଧାନ ଚାଲାଣ କରୁଛନ୍ତି। ପ୍ରତିଦିନ ୩୦ରୁ ୪୦ ଟ୍ରାକ୍ଟର ଧାନ କୁଇଣ୍ଟାଲ ପିଛା ୧୫ ଶହରୁ ୧୭ ଶହ ଟଙ୍କାରେ ବିନା ପ୍ରତିବନ୍ଧକରେ କିଣି ନେଉଛନ୍ତି। ଆନ୍ଧ୍ର ବ୍ୟବସାୟୀ ଧାନର ଗୁଣବତ୍ତା ନ ଦେଖି ନେଇ ଯାଉଥିବାରୁ ଲାଭକ୍ଷତିକୁ ଚିନ୍ତା ନ କରି ବିକିଦେଉଛୁ ବୋଲି କେତେଜଣ ଭାଗଚାଷୀ କହିଛନ୍ତି। ଅନ୍ୟପକ୍ଷରେ ଆଉ କେତେଜଣ ଚାଷୀ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଉପରେ ଭରସା କରିପାରୁ ନ ଥିବା କହିଛନ୍ତି। କାରଣ ଜିଲା ପ୍ରଶାସନ ପକ୍ଷରୁ ପ୍ରଥମେ ଡିସେମ୍ବର ୩୦ରେ ଧାନ ସଂଗ୍ରହ କରାଯିବ ବୋଲି କୁହାଯାଇଥିଲା। ପରେ ଏହାକୁ ଜାନୁଆରୀ ୭ ତାରିଖକୁ ଘୁଞ୍ଚାଯାଇଛି। ସେ ସମୟରେ ମଧ୍ୟ ପ୍ରଶାସନ ଧାନ ନେବ କି ନାହିଁ ତାହାର କିଛି ଗ୍ୟାରେଣ୍ଟି ନାହିଁ ବୋଲି କହିଛନ୍ତି। ଗୋଟିଏ ପଟେ ଅଦିନିଆ ବର୍ଷାରେ ଧାନ ନଷ୍ଟ ହୋଇଥିବା ବେଳେ ଅନ୍ୟପଟେ ମଣ୍ଡି ଖୋଲିବାରେ ବିଳମ୍ବ ହେଉଛି। ଗଜପତିରେ ବହୁତ ତେଲୁଗୁ ସମ୍ପ୍ରଦାୟର ଚାଷୀ ଅଛନ୍ତି। ଆଗକୁ ସେମାନଙ୍କ ମୁଖ୍ୟ ପର୍ବ ପୋଙ୍ଗଲ ରହିଥିବାରୁ ଟଙ୍କାର ବହୁତ ଆବଶ୍ୟକତା ରହିଛି। ତେଣୁ ଚାଷୀ ନିରୁପାୟ ହୋଇ ଆନ୍ଧ୍ର ବ୍ୟବସାୟୀଙ୍କୁ ଶାଗ ମାଛ ଦରରେ ଧାନ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଚାଷୀ ନେତା ସୂର୍ଯ୍ୟ ନାରାୟଣ ପଟ୍ଟନାୟକ, ବାବୁଲା ପାତ୍ର, ଲକ୍ଷ୍ମୀ ନାରାୟଣ ପ୍ରମୁଖ କହିଛନ୍ତି।
ତେବେ ଏ ନେଇ ଯୋଗାଣ ଅଧିକାରୀ ପ୍ରଫୁଲ୍ଲ କୁମାର ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଜିଲାର ୭ଟି ବ୍ଲକ ମଧ୍ୟରୁ ୪ଟି ଯଥା ଗୁମ୍ମା, ଗୋଷାଣି, କାଶୀନଗର ଓ ରାୟଗଡ ବ୍ଲକରେ ମୋଟ ୪୫ଟି ମଣ୍ଡି ଖୋଲାଯିବ। ମୋଟ ୫,୮୫,୦୦୦ କୁଇଣ୍ଟାଲ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରଖାଯାଇଛି। ଚଳିତବର୍ଷ ଓଡିଶାରେ ଧାନର କୁଇଣ୍ଟାଲ ପିଛା ଦର ଆନ୍ଧ୍ରଠାରୁ ଅଧିକା ରହିଥିବା ବେଳେ ଚାଷୀ କମ୍‌ ଦରରେ ବିକିବା ଦୁର୍ଭାଗ୍ୟଜନକ। ଚାଷୀ ତାର ଇଚ୍ଛାରେ ଯାହାକୁ ଧାନ ବିକ୍ରି କରିପାରିବ। ଜିଲା ପ୍ରଶାସନ ଏହାକୁ ରୋକିପାରିବ ନାହିଁ। ସେ ଆହୁରି କହିଛନ୍ତି ଯେ, ଯେଉଁ ଚାଷୀମାନଙ୍କ ପାଖରେ ଟାର୍ଗେଟଠାରୁ ଅଧିକା ଧାନ ରହିଛି, ସେମାନେ କମ୍‌ ଦାମରେ ଆନ୍ଧ୍ରକୁ ବିକ୍ରି କରୁଥିବେ। ଯୋଗାଣ ଅଧିକାରୀଙ୍କ ଏଭଳି ମନ୍ତବ୍ୟରୁ ଜିଲାରେ ଚୋରା ବ୍ୟବସାୟୀଙ୍କୁ ଅଙ୍କୁଶ ଲଗାଇବା ପରିବର୍ତ୍ତେ ପ୍ରଶ୍ରୟ ଦେଲାଭଳି ମନେ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

T20 WC Opening Ceremony:ନୋରା ଫତେହିଙ୍କ ଡ୍ୟାନ୍ସ ସାଙ୍ଗକୁ ବାଦଶାହାଙ୍କ ଜଲଓ୍ବା! ଓପନିଂ ସେରିମନିରେ ଲାଗିବ ବଲିଉଡ ତଡକା

ନୂଆଦିଲ୍ଲୀ,୫।୨: T20 World Cup 2026 ଶନିବାର, ଫେବୃଆରୀ ୭ରେ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ଦିନରେ ତିନୋଟି ମ୍ୟାଚ ଖେଳାଯିବ, ଯେଉଁଥିରେ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ…

ସରୁନି ବିସ୍ଥାପିତଙ୍କ ଥଇଥାନ ଦୁଃଖ: ବଢ଼ୁଛି ଅସନ୍ତୋଷ

ମୋହନା,୫।୨(ମନ୍ମଥ ମିଶ୍ର) ଛେଳିଗଡ଼ ପ୍ରକଳ୍ପରେ କ୍ଷତିଗ୍ରସ୍ତ ହୋଇଥିବା ବିସ୍ଥାପିତଙ୍କ ଆଜି ଯାଏ ଥଇଥାନ ହୋଇପାରି ନାହିଁ। ୩ ଦଶନ୍ଧି ଧରି ଚାଲିଛି ବିସ୍ଥାପନ ପ୍ରକ୍ରିୟା। ଚାଷ ଓ…

ପାକିସ୍ତାନୀ-ବାଂଲାଦେଶୀ ଭାଇ ଭାଇ, 2026 T20 World Cup ପୂର୍ବରୁ ପାକିସ୍ତାନୀ କ୍ୟାପଟେନଙ୍କ ବୟନକୁ ନେଇ ବିବାଦ

ନୂଆଦିଲ୍ଲୀ,୫।୨: ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ସଲମାନ ଆଗା ICCକୁ ଉସୁକାଇବାକୁ ଚେଷ୍ଟା କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ବାଂଲାଦେଶ କ୍ରିକେଟ ଦଳକୁ 2026 T20…

ଅଶ୍ବିନୀ ବୈଷ୍ଣବଙ୍କୁ ଓଡିଶାରେ ପୁରାଇ ଦେବୁନି..’: ରାଜ୍ୟସଭାରେ ଗର୍ଜିଲେ ମୁନ୍ନା ଖାଁ

ନୂଆଦିଲ୍ଲୀ,୫।୨: ରାଜ୍ୟସଭାରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଟାର୍ଗେଟ କରି ଗର୍ଜିଛନ୍ତି ଏମପି ମୁନ୍ନା ଖାଁ। ନବରଙ୍ଗପୁର ଏବଂ ମାଲକାନଗିରି ଜିଲାକୁ ରେଳପଥ ସଂଯୋଗ ପାଇଁ କେନ୍ଦ୍ର ସରକାରଙ୍କ…

ନୂତନ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ: ଏଣିକି ଆଉ ହଇରାଣ ହେବେନି ଅଞ୍ଚଳବାସୀ

ତୁମୁଡିବନ୍ଧ,୫।୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧରେ ଅଭାସୀ ମାଧ୍ୟମରେ ଗୁରୁବାର ମୁଖ୍ୟମନ୍ତ୍ରୀ ତୁମୁଡିବନ୍ଧ ତହସିଲ କାଯ୍ୟଳୟ ପରିସରରେ ଉପନିବନ୍ଧନ କାର୍ଯ୍ୟାଳୟ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମଟିକୁ…

ଶନି ଦେବଙ୍କ ବିରଳ ସଂଯୋଗ; ବରବାଦ ହେବେ ନା ଧନ ପାଇବେ ଏହି ୩ ରାଶି!

ଶୁକ୍ରବାର, ଫେବୃଆରୀ 6, 2026 ରେ, ବୁଧ ଏବଂ ଶନି ପରସ୍ପର ପ୍ରତି 30 ଡିଗ୍ରୀ କୋଣରେ ଅବସ୍ଥିତ ହେବେ। ଏହା ଦ୍ୱିଦ୍ୱାଦଶ ଯୋଗ ସୃଷ୍ଟି କରିବ।…

ସ୍ପଷ୍ଟ କଲା ଭାରତ, ନଇଁବ ନାହିଁ ଦେଶ ରୁଷିଆରୁ କିଣିବ ତେଲ!

ନୂଆଦିଲ୍ଲୀ,୫।୨: ଭାରତ ଏବଂ ଆମେରିକା ମଧ୍ୟରେ ଏକ ବାଣିଜ୍ୟ ଚୁକ୍ତି ଉପରେ ସହମତ ହୋଇଛି। ଏହା ସହିତ, ଏକ ପ୍ରମୁଖ ପ୍ରଶ୍ନ ଉଠିଛି: ଭାରତ ରୁଷିଆରୁ ତେଲ…

ଖୋଲିଲା ‘ଲକ୍ଷ୍ମୀ ଭଣ୍ଡାର’, ମହିଳା-ଗିଗ ଓ୍ବାର୍କର୍ସଙ୍କୁ ବଡ଼ ଉପହାର ହେଲେ ମମତା

କୋଲକାତା,୫।୨: ଗୁରୁବାର ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ବଜେଟ ଉପସ୍ଥାପିତ ହୋଇଛି। ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୪.୦୬ ଲକ୍ଷ କୋଟି ଟଙ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri