ଆନ୍ଧ୍ରର ଚକ୍ରାନ୍ତ: ଓଡ଼ିଶା ଯୋଜନାକୁ ସୀମାନ୍ତବର୍ତ୍ତୀ ୭ ଗାଁର ବର୍ଜନ ନିଷ୍ପତ୍ତି

ପଟ୍ଟାଙ୍ଗି,୯ା୧୨(ଶରତ କୁମାର ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ କୋଟିଆ ପଞ୍ଚାୟତ ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ୭ ଗ୍ରାମର ମୁଖିଆ ଓ ଗ୍ରାମବାସୀ ଏକତ୍ର ହୋଇ ସୋମବାର ଏକ ବୈଠକ କରିଛନ୍ତି। ଓଡ଼ିଶାର ସମସ୍ତ ସରକାରୀ ଯୋଜନା ଗ୍ରହଣ ନ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି। ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ଏ କ୍ଷେତ୍ରରେ କୌଣସି ଆଗ୍ରହ ପ୍ରକାଶ କରି ନ ଥିବା ଜଣାପଡ଼ିଛି।
ଆନ୍ଧ୍ର ସରକାରଙ୍କ ଏଜେଣ୍ଟମାନଙ୍କ ନେତୃତ୍ୱରେ ଫାଟୁସିନେରୀ, ଫଗୁଣସିନେରୀ, ସଲପଗୁଡ଼ା, ହରମାଣ୍ଡାଙ୍ଗି, କଣାଦୋରା, ତଳଗଞ୍ଜେଇପଦର ଓ ଢୋଳିଆମ୍ବ ଆଦି ଗ୍ରାମର ମୁଖିଆ ଓ ଗ୍ରାମବାସୀ ଏକତ୍ର ହୋଇଛନ୍ତି। ନଭେମ୍ବର ୨୫ରେ ଆନ୍ଧ୍ରର କୃଷି ବିଭାଗର କେତେଜଣ ଅଧିକାରୀଙ୍କ ଦ୍ୱାରା ହରମାଣ୍ଡାଙ୍ଗି, ଫାଟୁସିନେରୀ ଓ ଢୋଳିଆମ୍ବ ଆଦି ଗ୍ରାମରେ ହେଉଥିବା ସର୍ଭେକୁ ପଟ୍ଟାଙ୍ଗି ବ୍ଲକ୍‌ ପ୍ରଶାସନ ବନ୍ଦକରି ସର୍ଭେ କାଗଜକୁ ଜବତ କରିଥିଲା। ଏହାକୁ ବୈଠକରେ ବିରୋଧ କରାଯାଇଛି। ଓଡ଼ିଶା ପକ୍ଷରୁ ଯୋଗାଇ ଦିଆଯାଉଥିବା ସମସ୍ତ ଯୋଜନା ତଥା ଶିକ୍ଷା, ଭତ୍ତା ଆଦି ବ୍ୟବସ୍ଥାକୁ ଗ୍ରହଣ ନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫାଟୁସିନେରୀ ଗ୍ରାମ ନିକଟ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଲାଗିଥିବା ଓଡ଼ିଶାର ନାମଫଳକକୁ ଭାଙ୍ଗିଦେଇ ଘୋର ପ୍ରତିବାଦ କରାଯାଇଥିଲା। ବୈଠକ କରିବା ପୂର୍ବରୁ ଫାଟୁସିନେରୀରେ ଅବସ୍ଥିତ ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟକୁ ଅଭିଭାବକମାନେ କୌଣସି ପିଲାଙ୍କୁ ଛାଡ଼ି ନ ଥିଲେ। ଏହି ସ୍କୁଲକୁ ପିଲାଙ୍କୁ ନ ଛାଡ଼ିବାକୁ ଆନ୍ଧ୍ରର ଏଜେଣ୍ଟମାନେ ସେମାନଙ୍କୁ ବୁଝାଇଲେ। ଗ୍ରାମବାସୀଙ୍କ ବୈଠକ ନେଇ ସ୍ଥାନୀୟ ବ୍ଲକ୍‌ ପ୍ରଶାସନ ଅବଗତ ହୋଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇ ନ ଥିଲା।
ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତ ସୀମାନ୍ତ ଉପରସେମ୍ବି ଗ୍ରାମରେ ଓଡ଼ିଶା ପକ୍ଷରୁ ଅଙ୍ଗନଓ୍ବାଡି କେନ୍ଦ୍ର ଆରମ୍ଭ କରାଯାଇଥିଲା। ଓଡ଼ିଶାର ଏହି ଅଙ୍ଗନଓ୍ବାଡି କେନ୍ଦ୍ର ଓ ବିଦ୍ୟାଳୟକୁ ଗ୍ରାମବାସୀ ପିଲାମାନଙ୍କୁ ପଠାଇବା ବନ୍ଦ କରିଦେଇଛନ୍ତି। ଅଙ୍ଗନଓ୍ବାଡି କେନ୍ଦ୍ର ଖୋଲିବାକୁ ମଧ୍ୟ ବାରଣ କରାଯାଇଛି। ତେବେ ସ୍ଥାନୀୟ ବ୍ଲକ୍‌ ପ୍ରଶାସନ ପକ୍ଷରୁ ବନ୍ଦ ଥିବା ଅଙ୍ଗନଓ୍ବାଡି କେନ୍ଦ୍ର ଓ ବିଦ୍ୟାଳୟ ଖୋଲିବା ନେଇ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି। ଅଙ୍ଗନଓ୍ବାଡି କର୍ମୀ ଓ ଶିକ୍ଷକ ନିୟମିତ ଗ୍ରାମରେ ପହଞ୍ଚି ଅଭିଭାବକମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା ଜାରି ରଖିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନାହିଁ। ଏ ସମ୍ପର୍କରେ ପଟ୍ଟାଙ୍ଗି ବିଡିଓ ରାମକ୍ରିଷ୍ଣା ନାୟକଙ୍କୁ ପଚାରିବାରୁ ଘଟଣା ବିଷୟରେ ଅବଗତ ଅଛି। ଏ ନେଇ ଜିଲା ପ୍ରଶାସନଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ଏ ବିଷୟରେ ଜିଲାପାଳ ମନୋଜ ସତ୍ୟବାନ ମହାଜନଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନାହିଁ। ଉପଜିଲାପାଳ ପ୍ରେମଲାଲ ହିଆଲଙ୍କୁ ପଚାରିବାରୁ ଘଟଣା ସମ୍ପର୍କରେ କୌଣସି ଖବର ଆସିନାହିଁ। କିନ୍ତୁ ପଟ୍ଟାଙ୍ଗି ତହସିଲଦାର ଦେବେନ୍ଦ୍ର ବାହାଦୁର ସିଂ ଧାରୁଆଙ୍କ ସହ ଆଲୋଚନା କରି ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲରୁ ଫେରୁଥିବା ବେଳେ ଶିକ୍ଷକଙ୍କୁ ଧକ୍କା ଦେଲା ଟ୍ରେନ, ବାଇକ ସହ….

କୋରାପୁଟ,୫।୮(ଅମିତାଭ ବେହେରା): କୋରାପୁଟ ଷ୍ଟେସନ ନିକଟ ଶୁକୁ ବ୍ରିଜଠାରେ ବୁଧବାର ଏକ ଦୁଃଖଦ ଘଟଣା ଘଟିଯାଇଛି । ମାଲବାହୀ ଟ୍ରେନ ଧକ୍କାରେ ଜଣେ ଶିକ୍ଷକଙ୍କ ଜୀବନ ଚାଲିଯାଇଛି…

ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ମହିଳାଙ୍କ ତୀବ୍ର ବିରୋଧ, ଉତ୍ତେଜନା ଦେଖାଦେବାରୁ…

ପାଟଣା,୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ଧନୁର୍ଜୟପୁର ଜଙ୍ଗଲ ଅଞ୍ଚଳରେ ରେଙ୍ଗାଳବେଡ଼ା ସରକାରୀ ମଦ ଦୋକାନ ସ୍ଥାନାନ୍ତର କରି ଖୋଲିବା ଉଦ୍ୟମକୁ ବୁଧବାର ଶତାଧିକ…

କେନ୍ଦ୍ର ସରକାରଙ୍କୁ ରାହୁଲଙ୍କ କଡ଼ା ସମାଲୋଚନା: ମହିଳା ଆନ୍ଦୋଳନକାରୀଙ୍କ ଘରକୁ ଗୁଣ୍ଡା ପଠାଇ…

ନୂଆଦିଲ୍ଲୀ,୫।୮: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଛାତ୍ର ଆନ୍ଦୋଳନ ସମୟରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କୁ ସିଧାସଳଖ ଦାୟୀ କରିଛନ୍ତି…

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri