Categories: ଜାତୀୟ

ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କଲେ ୬୦ ମାଓବାଦୀ

ବିଶାଖାପାଟନମ୍‌,୨୯।୬: ଆନ୍ଧ୍ରପ୍ରଦେଶରେ କୁଖ୍ୟାତ ମାଓବାଦୀ ଭନାଥାଲା ରାମ କୃଷ୍ଣଙ୍କୁ ଗିରଫ କରାଯିବା ପରେ ୬୦ରୁ ଊର୍ଦ୍ଧ୍ୱ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବୁଧବାର ବିଶାଖାପାଟନମ୍‌ ରେଞ୍ଜର ଡିଆଇଜି ଏସ୍‌ ହରିକୃଷ୍ଣଙ୍କ ଉପସ୍ଥିତିରେ ୬୦ରୁ ଅଧିକ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ବର୍ତ୍ତମାନ ଏହି ସମସ୍ତ ମାଓବାଦୀମାନେ ସାମାଜିକ ଜୀବନ ସ୍ରୋତରେ ସାମିଲ ହେବେ ବୋଲି ଡିଆଇଜି ହରିକୃଷ୍ଣ ଏକ ଖବରଦାତା ସମ୍ମିଳନୀ କରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ମଙ୍ଗଳବାର ଆନ୍ଧ୍ରପ୍ରଦେଶ ପୋଲିସ ମାଓବାଦୀର ଟପ୍‌ କମାଣ୍ଡର ଭନାଥାଲା ରାମ କୃଷ୍ଣଙ୍କୁ ଆଲୁରି ସୀତାରାମ ରାଜୁ ଜିଲାରୁ ଗିରଫ କରାଯାଇଥିଲା ବୋଲି ଏସ୍‌ପି କହିଛନ୍ତି। ମାଓବାଦୀ ଭନାଥାଲାଙ୍କ ଉପରେ ପୋଲିସ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା। ସେ ନିଷିଦ୍ଧ କମ୍ୟୁନିଷ୍ଟ ପାର୍ଟି ଅଫ୍‌ ଇଣ୍ଡିଆ(ସିପିଆଇ)ର ସଦସ୍ୟ ତଥା ଆଲୁରୀ ସୀତାରାମ ରାଜୁ ଜିଲାର ପେଡାବାୟାଲୁ-କୋରୁକୋଣ୍ଡା ଅଞ୍ଚଳର ଆଞ୍ଚଳିକ ସଚିବ ଥିଲେ। ଏଥିସହ ୩୯ଲକ୍ଷ ଟଙ୍କା ମୂଲ୍ୟର ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ମାଓବାଦୀ ସାମଗ୍ରୀ ଜବତ କରାଯାଇଛି ବୋଲି ଡିଆଇଜି ହରିକୃଷ୍ଣ କହିଛନ୍ତି।

Share