ମୁଖ୍ୟମନ୍ତ୍ରୀଙ୍କ ପାଇଁ ୨ କୋଟି ଟଙ୍କାର ମନ୍ଦିର ନିର୍ମାଣ କଲେ ଆନ୍ଧ୍ର ବିଧାୟକ

ହାଇଦ୍ରାବାଦ: ବିଶ୍ୱସ୍ତତା ଏବଂ ସମର୍ଥନର ଏକ ଅପ୍ରତ୍ୟାଶିତ ପ୍ରଦର୍ଶନସ୍ବରୂପ ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟିର ଜଣେ ଆନ୍ଧ୍ରପ୍ରଦେଶ ବିଧାୟକ ଚିତ୍ତୋର ଜିଲାର ଶ୍ରୀକାଲାହାଷ୍ଟୀରେ ଏକ ବିରାଟ ମନ୍ଦିର ନିର୍ମାଣ କରି ଚର୍ଚ୍ଚାରେ। ସେ ଏହାକୁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ୍‌ ମୋହନ ରେଡ୍ଡୀଙ୍କୁ ଉତ୍ସର୍ଗ କରିଛନ୍ତି। ମନ୍ଦିରରେ ମୁଖ୍ୟମନ୍ତ୍ରୀଙ୍କ ଏକ ସୁନାର ମୂର୍ତ୍ତି ରହିଛି।

ଜଗନ ମୋହନ ମନ୍ଦିରର ନିର୍ମାଣ କରିଛନ୍ତି ବିଧାୟକ ବି ମଧୁସୂଦନ ରେଡ୍ଡୀ। ସେ ଏହାକୁ ନେଇ କୁହନ୍ତି, ଅନେକ ମୁଖ୍ୟମନ୍ତ୍ରୀଙ୍କ ତୁଳନାରେ ସେ ଭଲ କାମ କରୁଛନ୍ତି। ତାଙ୍କର ନବରତ୍ନଲୁ ଯୋଜନାଗୁଡ଼ିକ ରାଜ୍ୟରେ ୫.୬୫ କୋଟିରୁ ଅଧିକ ହିତାଧିକାରୀଙ୍କ ଜୀବନକୁ ପ୍ରଭାବିତ କରିଛି। ମୁଖ୍ୟମନ୍ତ୍ରୀଙ୍କ ଜଣେ ଦୃଢ଼ ଅନୁଗାମୀ ଭାବରେ ତାଙ୍କର କଲ୍ୟାଣମୂଳକ ପଦକ୍ଷେପଗୁଡ଼ିକୁ ପ୍ରଦର୍ଶନ କରିବାକୁ ପ୍ରୟାସ କରିଛି ବୋଲି ସେ କହିଛନ୍ତି। ସ୍ବାଧୀନତା ଦିବସରେ ବିଧାୟକ ନିଜର ଟୁଇଟରରେ ମନ୍ଦିରରେ ଏକ ଝଲକ ଶେୟାର କରିଥିଲେ। ଆମର ଜଗନ୍ନା ହେଉଛନ୍ତି ଭଗବାନ। ସେ କଲ୍ୟାଣକାରୀ ଯୋଜନା ସହ ଗରିବ ଲୋକଙ୍କ ପରିବାରକୁ ସୁଖ ଆଣିଥାନ୍ତି ବୋଲି କହିଥିଲେ।

ମନ୍ଦିରର ମୋଟ ମୂଲ୍ୟ ୨ କୋଟି ଟଙ୍କା ହେବ। ଏହି ନିଷ୍ପତ୍ତି ପାଇଁ ବିଧାୟକ ଅନେକଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବାବେଳେ କିଛି ତାଙ୍କୁ ସମାଲୋଚନା ମଧ୍ୟ କରିଛନ୍ତି। ଏହା ଚାଟୁକାରିତା ଏବଂ ଟିକସଦାତାଙ୍କ ଟଙ୍କା ନଷ୍ଟ କରିବାର ଏକ ଉଦାହରଣ ବୋଲି କହିଛନ୍ତି।

Share