Odisha Elections 2024
Posted inଜାତୀୟ

ସଇତାନ ସାଜିଲେ ପୁଅ: ମା’ଙ୍କ କେଶ ଧରି ଚାପୁଡା ପରେ ଚାପୁଡା, ବାପାଙ୍କୁ ବି ଛାଡିଲେନି

ହାଇଦ୍ରାବାଦ୍‌,୪।୨: ଆନ୍ଧ୍ରପ୍ରଦେଶରୁ ଏକ ହୃଦୟ ବିଦାରକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଜଣେ ବ୍ୟକ୍ତି ତାଙ୍କ ମା’ବାପାଙ୍କୁ ଅତି ନିର୍ମମ ଭାବେ ମାଡ ମାରୁଥିବାର ନଜର ଆସିଛନ୍ତି।
ସେ ପ୍ରଥମେ ନିଜ ମା’ଙ୍କ କେଶଙ୍‌ ଟାଣନ୍ତି ଏବଂ ତା’ପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଚାପୁଡ଼ା ମାରନ୍ତି। ଏହି ସମୟ ମଧ୍ୟରେ ମା’ ନିଜ ପୁଅକୁ ନିବେଦନ କରନ୍ତି ଯେ, ମୋତେ ରକ୍ଷା କର। କିନ୍ତୁ ତା’ପରେ ସେହି ବ୍ୟକ୍ତି ତାଙ୍କ ମା’ଙ୍କୁ ଏତେ ଜୋରରେ ପିଟିଲେ ଯେ ସେ ତଳେ ପଡ଼ିଗଲେ। ମା’ ତଳେ ପଡ଼ିଯିବା ପରେ ସେ ପିତାଙ୍କ ମୁହଁକୁ ଚାପୁଡ଼ା ମାରିଥିଲେ। ଏହି ସମୟରେ ଏକ ଛୋଟ ଝିଅ ପାର୍ଶ୍ୱରେ ଠିଆ ହୋଇ ପୁରା ଘଟଣା ଦେଖୁଥିବାର ନଜର ଆସିଛନ୍ତି। ଭିଡିଓରେ ପଡ଼ୋଶୀ ଲୋକ ମଧ୍ୟ ଠିଆ ହୋଇଥିବା ଦେଖାଯାଉଛି କିନ୍ତୁ ଏହି ଦମ୍ପତିଙ୍କୁ ସାହାଯ୍ୟ କରିବାକୁ କେହି ଆଗକୁ ଆସନ୍ତି ନାହିଁ।
ଏହି ବ୍ୟକ୍ତି ଜଣକ ଶ୍ରୀନିବାସୁଲୁ ରେଡ୍ଡୀ ବୋଲି ଜଣାପଡିଛି। ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ସୂଚନାନୁସାରେ, ଶନିବାର ଅନନାମୟ ଜିଲାରେ ଏହି ଘଟଣା ଘଟିଛି ଏବଂ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ତାଙ୍କ ବଡ଼ ଭାଇ ମନୋହର ରେଡ୍ଡୀଙ୍କୁ ଦିଆଯାଇଥିବା ତିନି ଏକର ଜମିରେ ଶ୍ରୀନିବାସୁଲୁ ଅସନ୍ତୁଷ୍ଟ ଥିବାରୁ ଏହି କାଣ୍ଡ ଘଟାଇଥିବା ଜଣପାଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏ ଦୁଃଖଦ ସମୟରେ ଇରାନ ସହ ଅଛି ଭାରତ: ଶୋକପ୍ରକାଶ କଲେ ମୋଦି

ନୂଆଦିଲ୍ଲୀ,୨୦।୫: ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଇବ୍ରାହିମଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଏଥିରେ ମୃତ୍ୟୁବରଣ...

ଦେଶବାସୀଙ୍କୁ ଏମିତି ଅପିଲ୍‌ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୦।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟରେ ମତଦାନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟରଙ୍କୁ ନିବେଦନ କରିଛନ୍ତି। ସେ ଲୋକମାନଙ୍କୁ ନିବେଦନ କରି କହିଛନ୍ତି,...

ଶ୍ରୀମନ୍ଦିରରେ ମୋଦି

ପୁରୀ,୨୦ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଶ୍ରୀମନ୍ଦିରରେ ପହଞ୍ଚିଛନ୍ତି।  ପ୍ରଧାନମନ୍ତ୍ରୀ ପ୍ରଥମେ ଗରୁଡ଼ ସ୍ତମ୍ଭ ନିକଟରେ ଦୀପ ଦାନ କରି ଭିତରକୁ ପ୍ରବେଶ କରିଛନ୍ତି। ଏହି...

ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ ଘୋଷାଡ଼ିଲେ ନେଲେ, ଆଉ ତାପରେ…

ଗରହ୍ବା,୧୯ା୫: ଝାଡ଼ଖଣ୍ଡର ଗରହ୍ବା ଜିଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋରୁ ଚୋରାଚାଲାଣ ସନ୍ଦେହରେ ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଉଲଗ୍ନ କରି ବାଇକ୍‌ରେ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ଜୟରାମ ଠାକୁରଙ୍କ ତୃତୀୟ ଫିଲ୍ମ ‘କଙ୍ଗନା ମଣ୍ଡି କେ ଅଙ୍ଗନା’ ବି ହେବ ଫ୍ଲପ: ମୁଖ୍ୟମନ୍ତ୍ରୀ ସୁଖୁ

ଶିମଲା,୧୯୧।୫: ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ବିଲାସପୁରର ଜଗତଖାନା ଠାରେ ନିର୍ବାଚନ ପ୍ରଚାର କରିଥିଲେ। ସେ ହମିରପୁର ଆସନରୁ ଲୋକ ସଭା ପ୍ରାର୍ଥୀ ସତ୍ୟପାଲ ସିଂ...

ମୁଁ କେବେ ଏତେ ମୁଛୁଆ ଲୋକ ଦେଖି ନାହିଁ: ମୋଦିଙ୍କୁ ଟାର୍ଗେଟ କଲେ ଦିଗବିଜୟ

ନୂଆଦିଲ୍ଲୀ,୧୯।୫: ମଧ୍ୟପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ମତଦାନ ସମସ୍ତ ୨୯ ଟି ଆସନରେ ଚାରିଟି ପର୍ଯ୍ୟାୟରେ ଶେଷ ହୋଇଛି। ସେପଟେ ପୂର୍ବତନ...

ପଞ୍ଚମ ପର୍ଯ୍ୟାୟରେ ରାହୁଲ ଗାନ୍ଧୀ, ରାଜନାଥ ସିଂ, ସ୍ମୃତି ଇରନୀଙ୍କ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୯।୫: ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ଭୋଟ ସୋମବାର (୨୦ ମେ’) ରେ ହେବ। ଏହି ପର୍ଯ୍ୟାୟରେ ଆଠଟି ରାଜ୍ୟରେ ୪୯ ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri