କୋଟିଆ ଲୋଭ ଛାଡୁନାହିଁ ଆନ୍ଧ୍ର

ପଟ୍ଟାଙ୍ଗୀ, ୨୦ା୧୦(ଡି.ଏନ୍‌.ଏ.): ଆନ୍ଧ୍ର ଆଖିରେ ଲାଖିଯାଇଛି କୋଟିଆ ଲୋଭ। ସେଇଥିପାଇଁ କଳେବଳେ, କୌଶଳେ ଓଡ଼ିଶାର ପ୍ରାଚୁର୍ଯ୍ୟଭରା ଭୂଖଣ୍ଡକୁ ହାତେଇବା ପାଇଁ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ଚଳାଇଛି। ସୀମାନ୍ତ ଗ୍ରାମକୁ କବ୍‌ଜା କରିବା ଲାଗି ପ୍ରଥମେ ପ୍ରଶାସନିକ ଅଧିକାରୀ ବାରମ୍ବାର ଅନୁପ୍ରବେଶ କରୁଥିବାବେଳେ ଏବେ ବଡ଼ ବଡ଼ ନେତାମାନେ ଆସି ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ପ୍ରଲୋଭିତ କରିବା ଆରମ୍ଭ କଲେଣି। କୋଟିଆ ଗ୍ରାମପୁଞ୍ଜ ପ୍ରତି ରାଜ୍ୟ ସରକାର ଏବଂ କୋରାପୁଟ ଜିଲା ପ୍ରଶାସନର ଅହେତୁକ ଅବହେଳା ପଡ଼ୋଶୀ ରାଜ୍ୟ ପାଇଁ ସୁଯୋଗ ଆଣିଦେଇଥିବାବେଳେ ବୁଧବାର ନେରେଡ଼ିବାଲାସା ଗ୍ରାମରେ ସାଲୁର ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ପି. ରାଜନା ଦୋରାଙ୍କ ଉପସ୍ଥିତି ଆନ୍ଧ୍ରର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି।

ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଦୋରା କାର୍ଯ୍ୟକ୍ରମ ସାରି ଫେରିବା ପରେ ସୁପ୍ତ ଅବସ୍ଥାରେ ଥିବା ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନ ତତ୍ପର ହୋଇଉଠିଛି। ତଳଗଞ୍ଜେଇପଦରରେ ଗୁରୁବାର ନିର୍ଦ୍ଧାରିତ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ରାତାରାତି ଯୋଜନା କରାଯାଇଛି। ସେଠାରେ ବିଜୁ ପକ୍କାଘର ଏବଂ ବଳରାମ ଯୋଜନାର ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରିବା ଲାଗି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ରାଜ୍ୟ ସରକାର, ଜିଲା ପ୍ରଶାସନ ଏବଂ ପଟ୍ଟାଙ୍ଗୀ ବ୍ଲକ କର୍ତ୍ତୃପକ୍ଷଙ୍କ ଚରମ ଉଦାସୀନତା କାରଣରୁ କୋଟିଆ ଗ୍ରାମପୁଞ୍ଜ ଉପରେ ବାରମ୍ବାର ସ୍ଥିତି ଦର୍ଶାଉଛି ଆନ୍ଧ୍ର। ଉକ୍ତ ଅଞ୍ଚଳରେ ବସବାସ କରୁଥିବା ସୀମାନ୍ତବାସୀଙ୍କୁ ପ୍ରଲୋଭିତ କରି ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି ସେଠାକାର ସରକାର। ଓଡ଼ିଶା ଭୂଖଣ୍ଡ ଅନ୍ତର୍ଭୁକ୍ତ ସୀମାନ୍ତ ଗ୍ରାମଗୁଡ଼ିକୁ ଦଖଲକୁ ନେବା ଲାଗି ମନଲୋଭା ଯୋଜନା କାର୍ଯ୍ୟକାରୀ କରାଯିବା ସହ ଦିଆଯାଉଛି ପର୍ଯ୍ୟାପ୍ତ ପ୍ରୋତ୍ସାହନ। ଏହିକ୍ରମରେ କୋଟିଆର ନେରେଡ଼ିବାଲାସା ଗ୍ରାମକୁ ବୁଧବାର ଗସ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ ଦୋରା।

ସେଠାରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ‘ଗାଡ଼ପଗାଡ଼ପ’ (ଘର ଘର ବୁଲି) ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ସବୁଠାରୁ ବଡ଼କଥା ହେଉଛି, ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଗ୍ରାମର ମହିଳାମାନେ ଭବ୍ୟ ସ୍ବାଗତ କରିବା ଏବଂ ଆଦିବାସୀ ନୃତ୍ୟର ତାଳେତାଳେ ତାଙ୍କୁ ସଭାସ୍ଥଳକୁ ପାଛୋଟି ନେବା ସୀମାନ୍ତ ଗ୍ରାମରେ ଆନ୍ଧ୍ରର ମଜଭୁତ୍‌ ସ୍ଥିତିକୁ ଦର୍ଶାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଦୋରା ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ୩ବର୍ଷ ମଧ୍ୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀ ସରକାର ସୀମାନ୍ତ ଗ୍ରାମର ଉନ୍ନତି ଲାଗି ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଆନ୍ଧ୍ର ସରକାର ଭୂମିହୀନ ପରିବାର, ଜଙ୍ଗଲ ଜମି ପଟ୍ଟା ପାଇଥିବା ଲୋକଙ୍କୁ ୫୮ ହଜାର ଟଙ୍କା ଏବଂ ଆବାସ ଯୋଜନାର ହିତାଧିକାରୀଙ୍କୁ ୨ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଭିନ୍ନକ୍ଷମଙ୍କୁ ୩୦୦୦ ଟଙ୍କା ଏବଂ ଅନ୍ୟ ଅସହାୟଙ୍କୁ ୨,୭୫୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଥିବା ସେ ସୂଚନା ଦେଇଥିଲେ। ଏଥିସହ ଗୁରୁବାର କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦରରେ ଅନୁରୂପ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସାରିକି ସରପଞ୍ଚ ଜି. ସଚ୍ୟାବତୀ, ଏଏମ୍‌ସି ଅଧ୍ୟକ୍ଷ ଡି. ଅନନ୍ତ କୁମାରୀ, ଏମ୍‌ପିଡିଓ ଜି. ପାର୍ବତୀ, କୁରୁକୁଟି ସରପଞ୍ଚ ଭି. ଆପାରାଓ ଏବଂ ଓ୍ବାଇସିପି ନେତା ବି. ପରିମାଲା ପ୍ରମୁଖ ଉପସ୍ଥିତ ଥିଲେ। କୋଟିଆ ପଞ୍ଚାୟତ ପାଇଁ ନିଯୁକ୍ତ ସର୍କଲ ଇନ୍ସପେକ୍ଟର ରୋହିନି ପାଥିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ଅନ୍ୟପଟେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସାରି ଫେରିଯିବା ପରେ ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ ଦୋରା କାର୍ଯ୍ୟକ୍ରମରେ କେଉଁ ସବୁ ସୂଚନା ଦେଇଛନ୍ତି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି। ଗୁରୁବାର ତଳଗଞ୍ଜେଇପଦରରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିଫଳ କରିବାକୁ ଯୋଜନା କରାଯାଉଥିବା ବ୍ଲକ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଏପିଓ ତଥା ମିଡିଆ ସଂଯୋଜକ ସୌମେନ୍ଦ୍ର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ପ୍ରଶାସନ ଆଗୁଆ ପଦକ୍ଷେପ ନେଇ ଏଭଳି ତତ୍ପରତା ଦେଖାଇଥିଲେ ଆନ୍ଧ୍ରର ଯୋଜନା ଫସର ଫାଟନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ ମାନ୍ୟମ ଜିଲା ଅଧୀନରେ ରହିଛି ସାଲୁର ବ୍ଲକ ସାରିକି ପଞ୍ଚାୟତର ୩ ଗ୍ରାମ। ସେଠାରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ‘ଗାଡ଼ପଗାଡ଼ପ’ ଯୋଜନା ଆରମ୍ଭ କରାଯାଇଛି। ଏବେ ଏହାକୁ କୋଟିଆ ଗ୍ରାମପୁଞ୍ଜକୁ ପରିବର୍ଦ୍ଧିତ କରିବାକୁ ଲକ୍ଷ୍ୟ ରଖିଛି ଆନ୍ଧ୍ର ପ୍ରଶାସନ। ତଦନୁଯାୟୀ ଓଡ଼ିଶାର ନେରେଡ଼ିବାଲାସାକୁ ନିଜର ବୋଲି ଦାବି କରୁଥିବା ଆନ୍ଧ୍ର ଏଠାରେ ‘ଗାଡ଼ପଗାଡ଼ପ’ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ନୁହେଁ, ବରଂ ନିଜ ପାଇଁ ସମୟସୀମା ଧାର୍ଯ୍ୟ କଲେ ଟ୍ରମ୍ପ, ଏହି ତାରିଖକୁ ରଖିଥିଲେ ଡେଡ ଲାଇନ

ଓ୍ବାଶିଂଟନ,୪।୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଆତ୍ମସମର୍ପଣ ପାଇଁ ଏପ୍ରିଲ ୬ ପର୍ଯ୍ୟନ୍ତ ସମୟସୀମା ଦେଇଥିଲେ। ତଥାପି, ଏହା ଏବେ ସ୍ପଷ୍ଟ ହୋଇଯାଇଛି ଯେ ଏହି…

ବାଇକ୍‌କୁ ଧକ୍କାଦେଲା ଟ୍ରାକ୍ଟ୍ରର, ଚାଲିଗଲା ୨ ଜଣଙ୍କ ଜୀବନ

ଧାମନଗର/,୪ା୪(ସନ୍ତୋଷ କୁମାର ମହାପାତ୍ର/ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଞ୍ଚଳ ଭଣ୍ଡାରିପଦୀ ଛକ ମୁଖ୍ୟ ରାସ୍ତାରେ ଶନିବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଫଳରେ ୨…

RCBକୁ ପଛରେ ପକାଇ ମହାରେକର୍ଡ କଲା ଚେନ୍ନାଇ ସୁପର୍‌ କିଙ୍ଗ୍ସ: ପ୍ରଥମ ଦଳ ଭାବେ…

ନୂଆଦିଲ୍ଲୀ,୪।୪: ଚେନ୍ନାଇ ସୁପର କିଙ୍ଗସ IPLରେ ଏପରି ଏକ ସଫଳତା ହାସଲ କରିଛି ଯାହା ପୂର୍ବରୁ ଅନ୍ୟ କୌଣସି ଦଳ କରିପାରି ନାହିଁ। ଚେନ୍ନାଇ ଏବେ ଇଣ୍ଡିଆନ…

ଠାକୁରଘରେ ପଶିିଯିବାରୁ ଦଳିତ ବୃଦ୍ଧାଙ୍କୁ ଆକ୍ରମଣ, ଥାନାର ଦ୍ୱାରସ୍ଥ ହେବା ପରେ…

ପଟ୍ଟାମୁଣ୍ଡାଇ,୪ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଧିନ ଖଣତା ଗ୍ରାମର ଜଣେ ଦଳିତ ମାନସିକ ବିକାରଗ୍ରସ୍ତ ବୃଦ୍ଧାଙ୍କୁ ଗୁରୁବାର ଆକ୍ରମଣ ହୋଇଛି। ଗ୍ରାମର ଜଣଙ୍କ…

ପଡ଼ିଆକୁ ହାତ ମିଳାଇବାକୁ ଆସିଥିଲେ ନେହେରା, ହେଲେ ଏମିତି କଲେ ବୈଭବ ସୂର୍ଯ୍ୟବଂଶୀ ଭିଡ଼ିଓ ଦେଖିଲେ ମନ ଖୁସି ହୋଇଯିବ

ନୂଆଦିଲ୍ଲୀ,୪।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗରେ ଏକ ଚମତ୍କାର ଆରମ୍ଭ କରିଥିବା ବୈଭବ ସୂର୍ଯ୍ୟବଂଶୀ ଶନିବାର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମଇଦାନକୁ…

ଜମିରେ କୀଟନାଶକ ସିଞ୍ଚନ କରି ଶୋଇ ଆଉ ଉଠିଲେନି କୃଷିଶ୍ରମିକ, ତାପରେ….

ଗଜପତି,୪।୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପାଟି ଗ୍ରାମରେ ଅଭାବନୀୟ ଘଟଣା । ଜଣେ କୃଷିଶ୍ରମିକ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତି…

୨୪ ଘଣ୍ଟାରେ ଆମେରିକାକୁ ବଡ଼ ଝଟକା ଦେଲା ଇରାନ

ତେହରାନ,୪।୪: ଗତ ପାଞ୍ଚ ସପ୍ତାହ ଧରି ଚାଲିଥିବା ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ସଂଘର୍ଷ ଏବେ ସବୁଠାରୁ ବିପଜ୍ଜନକ ଏବଂ ଅନିଶ୍ଚିତ ପର୍ଯ୍ୟାୟରେ ପ୍ରବେଶ କରିଛି।…

ଆମେରିକାକୁ ଦୋହଲାଇ ଦେଲା ଇରାନ: ୨୪ ଘଣ୍ଟାରେ କଲା ଏମିତି କ୍ଷତି, ଭୁଲିହେବନି

ତେହରାନ,୪।୪: ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଗୁଡ ଫ୍ରାଇଡେ ଏକ ‘କଳା ଦିବସ’ ପାଲଟିଛି। ଇରାନ ଅତି କମରେ ଆମେରିକାର ଦୁଇଟି ଲଢ଼ୁଆ ବିମାନ, ପାଞ୍ଚଟି ଡ୍ରୋନ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri