କୋଟିଆ ଲୋଭ ଛାଡୁନାହିଁ ଆନ୍ଧ୍ର

ପଟ୍ଟାଙ୍ଗୀ, ୨୦ା୧୦(ଡି.ଏନ୍‌.ଏ.): ଆନ୍ଧ୍ର ଆଖିରେ ଲାଖିଯାଇଛି କୋଟିଆ ଲୋଭ। ସେଇଥିପାଇଁ କଳେବଳେ, କୌଶଳେ ଓଡ଼ିଶାର ପ୍ରାଚୁର୍ଯ୍ୟଭରା ଭୂଖଣ୍ଡକୁ ହାତେଇବା ପାଇଁ ଗୋଟିଏ ପରେ ଗୋଟିଏ ଚକ୍ରାନ୍ତ ଚଳାଇଛି। ସୀମାନ୍ତ ଗ୍ରାମକୁ କବ୍‌ଜା କରିବା ଲାଗି ପ୍ରଥମେ ପ୍ରଶାସନିକ ଅଧିକାରୀ ବାରମ୍ବାର ଅନୁପ୍ରବେଶ କରୁଥିବାବେଳେ ଏବେ ବଡ଼ ବଡ଼ ନେତାମାନେ ଆସି ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ପ୍ରଲୋଭିତ କରିବା ଆରମ୍ଭ କଲେଣି। କୋଟିଆ ଗ୍ରାମପୁଞ୍ଜ ପ୍ରତି ରାଜ୍ୟ ସରକାର ଏବଂ କୋରାପୁଟ ଜିଲା ପ୍ରଶାସନର ଅହେତୁକ ଅବହେଳା ପଡ଼ୋଶୀ ରାଜ୍ୟ ପାଇଁ ସୁଯୋଗ ଆଣିଦେଇଥିବାବେଳେ ବୁଧବାର ନେରେଡ଼ିବାଲାସା ଗ୍ରାମରେ ସାଲୁର ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ ପି. ରାଜନା ଦୋରାଙ୍କ ଉପସ୍ଥିତି ଆନ୍ଧ୍ରର ଆଭିମୁଖ୍ୟକୁ ସ୍ପଷ୍ଟ କରିଛି।

ଅନ୍ୟପଟେ ଉପମୁଖ୍ୟମନ୍ତ୍ରୀ ଦୋରା କାର୍ଯ୍ୟକ୍ରମ ସାରି ଫେରିବା ପରେ ସୁପ୍ତ ଅବସ୍ଥାରେ ଥିବା ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନ ତତ୍ପର ହୋଇଉଠିଛି। ତଳଗଞ୍ଜେଇପଦରରେ ଗୁରୁବାର ନିର୍ଦ୍ଧାରିତ ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ଲାଗି ରାତାରାତି ଯୋଜନା କରାଯାଇଛି। ସେଠାରେ ବିଜୁ ପକ୍କାଘର ଏବଂ ବଳରାମ ଯୋଜନାର ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରିବା ଲାଗି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି। ରାଜ୍ୟ ସରକାର, ଜିଲା ପ୍ରଶାସନ ଏବଂ ପଟ୍ଟାଙ୍ଗୀ ବ୍ଲକ କର୍ତ୍ତୃପକ୍ଷଙ୍କ ଚରମ ଉଦାସୀନତା କାରଣରୁ କୋଟିଆ ଗ୍ରାମପୁଞ୍ଜ ଉପରେ ବାରମ୍ବାର ସ୍ଥିତି ଦର୍ଶାଉଛି ଆନ୍ଧ୍ର। ଉକ୍ତ ଅଞ୍ଚଳରେ ବସବାସ କରୁଥିବା ସୀମାନ୍ତବାସୀଙ୍କୁ ପ୍ରଲୋଭିତ କରି ନିଜ ଆଡ଼କୁ ଆକୃଷ୍ଟ କରିବାକୁ ଅହରହ ଉଦ୍ୟମ ଜାରି ରଖିଛନ୍ତି ସେଠାକାର ସରକାର। ଓଡ଼ିଶା ଭୂଖଣ୍ଡ ଅନ୍ତର୍ଭୁକ୍ତ ସୀମାନ୍ତ ଗ୍ରାମଗୁଡ଼ିକୁ ଦଖଲକୁ ନେବା ଲାଗି ମନଲୋଭା ଯୋଜନା କାର୍ଯ୍ୟକାରୀ କରାଯିବା ସହ ଦିଆଯାଉଛି ପର୍ଯ୍ୟାପ୍ତ ପ୍ରୋତ୍ସାହନ। ଏହିକ୍ରମରେ କୋଟିଆର ନେରେଡ଼ିବାଲାସା ଗ୍ରାମକୁ ବୁଧବାର ଗସ୍ତ କରିଥିଲେ ଉପମୁଖ୍ୟମନ୍ତ୍ରୀ ଦୋରା।

ସେଠାରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ କାର୍ଯ୍ୟକାରୀ ‘ଗାଡ଼ପଗାଡ଼ପ’ (ଘର ଘର ବୁଲି) ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଇଥିଲେ। ସବୁଠାରୁ ବଡ଼କଥା ହେଉଛି, ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ଗ୍ରାମର ମହିଳାମାନେ ଭବ୍ୟ ସ୍ବାଗତ କରିବା ଏବଂ ଆଦିବାସୀ ନୃତ୍ୟର ତାଳେତାଳେ ତାଙ୍କୁ ସଭାସ୍ଥଳକୁ ପାଛୋଟି ନେବା ସୀମାନ୍ତ ଗ୍ରାମରେ ଆନ୍ଧ୍ରର ମଜଭୁତ୍‌ ସ୍ଥିତିକୁ ଦର୍ଶାଇଛି। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଦୋରା ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ୩ବର୍ଷ ମଧ୍ୟରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ ମୋହନ ରେଡ୍ଡୀ ସରକାର ସୀମାନ୍ତ ଗ୍ରାମର ଉନ୍ନତି ଲାଗି ନେଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଆନ୍ଧ୍ର ସରକାର ଭୂମିହୀନ ପରିବାର, ଜଙ୍ଗଲ ଜମି ପଟ୍ଟା ପାଇଥିବା ଲୋକଙ୍କୁ ୫୮ ହଜାର ଟଙ୍କା ଏବଂ ଆବାସ ଯୋଜନାର ହିତାଧିକାରୀଙ୍କୁ ୨ଲକ୍ଷ ୮୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ଭିନ୍ନକ୍ଷମଙ୍କୁ ୩୦୦୦ ଟଙ୍କା ଏବଂ ଅନ୍ୟ ଅସହାୟଙ୍କୁ ୨,୭୫୦ ଟଙ୍କା ଭତ୍ତା ପ୍ରଦାନ କରାଯାଉଥିବା ସେ ସୂଚନା ଦେଇଥିଲେ। ଏଥିସହ ଗୁରୁବାର କୋଟିଆ ପଞ୍ଚାୟତର ତଳଗଞ୍ଜେଇପଦରରେ ଅନୁରୂପ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସାରିକି ସରପଞ୍ଚ ଜି. ସଚ୍ୟାବତୀ, ଏଏମ୍‌ସି ଅଧ୍ୟକ୍ଷ ଡି. ଅନନ୍ତ କୁମାରୀ, ଏମ୍‌ପିଡିଓ ଜି. ପାର୍ବତୀ, କୁରୁକୁଟି ସରପଞ୍ଚ ଭି. ଆପାରାଓ ଏବଂ ଓ୍ବାଇସିପି ନେତା ବି. ପରିମାଲା ପ୍ରମୁଖ ଉପସ୍ଥିତ ଥିଲେ। କୋଟିଆ ପଞ୍ଚାୟତ ପାଇଁ ନିଯୁକ୍ତ ସର୍କଲ ଇନ୍ସପେକ୍ଟର ରୋହିନି ପାଥିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

ଅନ୍ୟପଟେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ କାର୍ଯ୍ୟକ୍ରମ ସାରି ଫେରିଯିବା ପରେ ପଟ୍ଟାଙ୍ଗୀ ବ୍ଲକ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ ଦୋରା କାର୍ଯ୍ୟକ୍ରମରେ କେଉଁ ସବୁ ସୂଚନା ଦେଇଛନ୍ତି, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଇଛି। ଗୁରୁବାର ତଳଗଞ୍ଜେଇପଦରରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମକୁ ବିଫଳ କରିବାକୁ ଯୋଜନା କରାଯାଉଥିବା ବ୍ଲକ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଏପିଓ ତଥା ମିଡିଆ ସଂଯୋଜକ ସୌମେନ୍ଦ୍ର ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ତେବେ ପ୍ରଶାସନ ଆଗୁଆ ପଦକ୍ଷେପ ନେଇ ଏଭଳି ତତ୍ପରତା ଦେଖାଇଥିଲେ ଆନ୍ଧ୍ରର ଯୋଜନା ଫସର ଫାଟନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ଆନ୍ଧ୍ରପ୍ରଦେଶର ପାର୍ବତୀପୁରମ୍‌ ମାନ୍ୟମ ଜିଲା ଅଧୀନରେ ରହିଛି ସାଲୁର ବ୍ଲକ ସାରିକି ପଞ୍ଚାୟତର ୩ ଗ୍ରାମ। ସେଠାରେ ଆନ୍ଧ୍ର ପ୍ରଶାସନ ପକ୍ଷରୁ ‘ଗାଡ଼ପଗାଡ଼ପ’ ଯୋଜନା ଆରମ୍ଭ କରାଯାଇଛି। ଏବେ ଏହାକୁ କୋଟିଆ ଗ୍ରାମପୁଞ୍ଜକୁ ପରିବର୍ଦ୍ଧିତ କରିବାକୁ ଲକ୍ଷ୍ୟ ରଖିଛି ଆନ୍ଧ୍ର ପ୍ରଶାସନ। ତଦନୁଯାୟୀ ଓଡ଼ିଶାର ନେରେଡ଼ିବାଲାସାକୁ ନିଜର ବୋଲି ଦାବି କରୁଥିବା ଆନ୍ଧ୍ର ଏଠାରେ ‘ଗାଡ଼ପଗାଡ଼ପ’ କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri