ଅନୁପ୍ରବେଶ ବନ୍ଦ ପାଇଁ ବାହାରୁନାହିଁ ସ୍ଥାୟୀ ସମାଧାନ ରାସ୍ତା, ଆନ୍ଧ୍ର ଅଧିକାରୀଙ୍କୁ ଘଉଡାଇ ମୁଣ୍ଡରୁ ଦାୟିତ୍ୱ ହଟାଉଛି ଓଡ଼ିଶା

ପଟ୍ଟାଙ୍ଗି,୧୫।୧୧(ଶରତ କୁମାର ଧଳ): ପଡୋଶୀ ଆନ୍ଧ୍ର ଓଡ଼ିଶାର ସୀମାନ୍ତ ଗ୍ରାମ ଗୁଡିକରେ ବାରମ୍ବାର ଅନୁପ୍ରବେଶ କରି ନିଜର ସ୍ଥିତି ଜାହିର କରିବାକୁ ପଛାଉ ନ ଥିବାବେଳେ ଓଡିଶା କିନ୍ତୁ ଆନ୍ଧ୍ର ଅନୁପ୍ରବେଶକାରୀଙ୍କୁ ଘଉଡାଇ ଭୁଣ୍ଡରୁ ଦାୟତ୍ୱ ହଟାଇ ଦେଉଛି। ଖବର ପାଇ ଅଧିକାରୀମାନଙ୍କୁ ଘଉଡାଇ ରିପୋର୍ଟ ପ୍ରସ୍ତୁତ କରି ଜିଲ୍ଲା ପ୍ରଶାସନ କୁ ଦେଇ ମୁଣ୍ଡରୁ ଦାୟିତ୍ୱ ହଟାଇ ଚାଲିଛି ବ୍ଲକ ପ୍ରଶାସନ ତଥା ଓଡିଶା । ଏହିପରି କାର୍ଯ୍ୟ ଦିନେ ନୁହେଁ କି ଦୁଇଦିନ ନୁହେଁ । ପଡୋଶୀ ଆନ୍ଧ୍ର ଓଡ଼ିଶାର କୋରାପୁଟ ଜିଲା ଅଧିନରେ ରହିଥିବା ପଟ୍ଟାଙ୍ଗି ବ୍ଲକର ସୀମାନ୍ତ କୋଟିଆ ପଞ୍ଚାୟତକୁ ବାରମ୍ବାର ଅନୁପ୍ରବେଶ କରି ବିବାଦ ସୃଷ୍ଟି କରୁଛି ।

ସେପଟେ ଏହିପରି ସ୍ଥିତିରେ ଶୁକ୍ରବାର ପୁଣି ଉକ୍ତ ରାଜ୍ୟର ସାଲୁର୍‌ ମଣ୍ଡଳମ ( ବ୍ଲକ ) ଅଧିନରେ ରହିଥିବା ତୋଣାମ PHC ଡାକ୍ତର ଅଜୟ କୁମାର ନିଜ ସହ ଏକ ଦଳ ନେଇ କୋଟିଆ ପଞ୍ଚାୟତ ତଳ ଗଞ୍ଜେଇ ପଦର ଗ୍ରାମରେ ପହଞ୍ଚି ସୱାସ୍ଥ୍ୟ ଶିବିର ଆୟୋଜନ କରି ସୀମାନ୍ତ ବାସୀଙ୍କୁ ଚିକିତ୍ସା କରି ମାଗଣାରେ ଔଷଧ ପ୍ରଦାନ କରୁଥିବା ବେଳେ ଓଡ଼ିଶାର ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ତଥା ବିଡ଼ିଓ ରାମକ୍ରିଷ୍ନା ନାୟକ ଖବର ପାଇ ଉକ୍ତ ଗ୍ରାମରେ ପହଞ୍ଚି ଆନ୍ଧ୍ରର ଡାକ୍ତରୀ ଦଳଙ୍କ ସହ ଆଲୋଚନା କରି ସୀମାନ୍ତ ଗ୍ରାମ ଛାଡ଼ି ଚାଲିଯିବାକୁ କହିଥିଲେ । ଏହାପରେ ଆନ୍ଧ୍ରର ଉକ୍ତ ଡାକ୍ତରୀ ଦଳ ତଳ ଗଞ୍ଜେଇ ପଦର ଗ୍ରାମ ଛାଡ଼ି ଚାଲି ଯାଇଥିଲେ। ସୀମାନ୍ତ ଉକ୍ତ ଗ୍ରାମବାସୀଙ୍କୁ ବିଡ଼ିଓ ନାୟକ କୋଟିଆ ପଞ୍ଚାୟତ ସଦର ମହକୁମାରେ ରହିଥିବା ସୱାସ୍ଥ୍ୟ କେନ୍ଦ୍ରରେ ଅନେକ ଉନ୍ନତ ମାନର ଔଷଧ ରହିଛି ଏବଂ ଡାକ୍ତର ମଧ୍ୟ ରହିଛନ୍ତି ବୋଲି କହିଥିଲେ। ଯେତେବେଳେ ଯାହା ସ୍ବାସ୍ଥ୍ୟ ସମସ୍ୟା ହେଲେ ତୁରନ୍ତ ଚିକିତ୍ସା ବ୍ୟବସ୍ଥା ନିଜ ପାଖରେ ପାଇ ପାରିବ କିନ୍ତୁ ଗୋଟିଏ ରୋଗ ପାଇଁ ଦୁଇ ରାଜ୍ୟରୁ ଭିନ୍ନ ଭିନ୍ନ ଔଷଧ ବ୍ୟବହାର କରିଲେ ସ୍ବାସ୍ଥ୍ୟ ପ୍ରତି ବିପଦ ହେବ ବୋଲି ବୁଝାଇ ଫେରିଥିଲେ ।

ସୂଚନା ମୁତାବକ ପଡୋଶୀ ଆନ୍ଧ୍ର ଏହିପରି ନିୟମିତ ଅନୁପ୍ରବେଶ କରି କିଛି ନା କିଛି ସରକାରୀ କାର୍ଯ୍ୟକ୍ରମ କରି ଫେରୁଥିବା ବେଳେ ଓଡ଼ିଶାର ପ୍ରଶାସନିକ ଅଧିକାରୀ ଖବର ପାଇ ହେଉଥିବା କାର୍ଯ୍ୟକ୍ରମକୁ ବନ୍ଦ କରାଇ ଆନ୍ଧ୍ର ରାଜ୍ୟର ପଦାଧିକାରୀ ମାନଙ୍କୁ ଘଉଡାଇ ନିଜର ଦାୟିତ୍ୱ ସାରି ଦେଉଥିଲେ ମଧ୍ୟ ଆନ୍ଧ୍ର ରାଜ୍ୟ ଉପରେ କିମ୍ବା ଉକ୍ତ ରାଜ୍ୟର ପଦାଧିକାରୀ ମାନଙ୍କ କ୍ଷେତ୍ରରେ କୌଣସି ଫରକ ପଡୁନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

ପୀୟୂଷଙ୍କୁ ନେଇ ଆସିଲା ବଡ଼ ଖବର, ଯାତ୍ରା ମଞ୍ଚ ଚଢ଼ିବା ଉପରେ କୋର୍ଟ ନେଲେ ଏହି ନିଷ୍ପତ୍ତି

ଭୁବନେଶ୍ୱର,୨୦।୧: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି। ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା ପୀୟୂଷଙ୍କ ଓକିଲ କହିଛନ୍ତି। ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ...

ଆଉ ୫ ଘଣ୍ଟା ପରେ ୪ ରାଶିରେ ଅତ୍ୟନ୍ତ ଶୁଭ ସମୟ, ହଠାତ ମିଳିବ ଖୁସି ଖବର, ୨୩ ଭିତରେ ମିଳିଯିବ…

ମଙ୍ଗଳ ଗୋଚର ଫଳରେ ବହୁ ରାଶିର ବ୍ୟକ୍ତି ଆର୍ଥିକ ଦୃଷ୍ଟିରୁ ଲାଭବାନ ହେବେ । ମଙ୍ଗଳ ଗ୍ରହଙ୍କ ମକର ରାଶିରେ ଗୋଚର ଅନେକ ଦୃଷ୍ଟିକୋଣରୁ ବେଶ୍‌...

ବାଇକ ଧକ୍କା ପରେ ଚାପିଦେଲା ଟ୍ରାକ୍ଟର, ୨ ବର୍ଷ ଶିଶୁର ମୃତ୍ୟୁ

ସୁନ୍ଦରଗଡ଼,୨୦।୧: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ଏକ ଶୋକାକୁଳ ପରିସ୍ଥିତି ଦେଖିବାକୁ ମିଳିଛି। ପଞ୍ଚମୁଖୀ ହନୁମାନ ମନ୍ଦିର ନିକଟରେ ଏକ ଟ୍ରାକ୍ଟର ଚଢ଼ିଯିବା ଫଳରେ ୨ ବର୍ଷର...

ମାଳତୀଙ୍କୁ ଆଜି ବି ମନେପକାନ୍ତି ସିମନବାଡି ପଞ୍ଚାୟତବାସୀ: ଲୋକଙ୍କ ପାଇଁ କାମ କରି ଚର୍ଚ୍ଚାରେ…

ଦାରିଙ୍ଗବାଡି,୨୦।୧(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ସ୍ବର୍ଗତ ମାଳତୀ ସାହୁଙ୍କୁ ଆଜିବି ମନେପକାନ୍ତି ପଞ୍ଚାୟତବାସୀ। ମଙ୍ଗଳବାର ପଞ୍ଚାୟତରେ  ତାଙ୍କର...

ବୁଲା କୁକୁର ମାମଲା: ମେନକା ଗାନ୍ଧୀଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଉଠାଇଲେ ଏପରି ପ୍ରଶ୍ନ

ନୂଆଦିଲ୍ଲୀ,୨୦ା୧: ବୁଲା କୁକୁର ମାମଲାରେ ପ୍ରାଣୀ ଅଧିକାର କର୍ମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ କଡ଼ା ସମାଲୋଚନା କରିଛନ୍ତି। ଏକ ପଡକାଷ୍ଟରେ...

ବନ୍ଦ ହୋଇଯିବ ୫୦୦ଟଙ୍କିଆ ନୋଟ? ଜାଣି ନିଅନ୍ତୁ ବଡ଼ ସୂଚନା

ନୂଆଦିଲ୍ଲୀ,୨୦।୧: ଦେଶର ବ୍ୟାଙ୍କିଙ୍ଗ ନିୟାମକ, ଭାରତୀୟ ରିଜର୍ଭ ବ୍ୟାଙ୍କ, ସରକାରଙ୍କ ସହଯୋଗରେ ପୁଣି ଥରେ ବିମୁଦ୍ରାକରଣ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କି? ପ୍ରାୟ ଏକ ଦଶନ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri