ଓଡ଼ିଶା ଆଶ୍ରମ ବିଦ୍ୟାଳୟରେ ବିଦ୍ୟୁତ୍‌ କାଟିଲା ଆନ୍ଧ୍ର

ପଟ୍ଟାଙ୍ଗି, ୨୦।୪: (ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୀମାନ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ଦାବି କରୁଥିବା ବ୍ଲକ ପ୍ରଶାସନର ଇଚ୍ଛାଶକ୍ତି ଅଭାବରୁ ଉନ୍ନୟନମୂଳକ କାର୍ଯ୍ୟ ସବୁ ଦିଗହରା ହେଉଛି। ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ଏଥିରୁ ଫାଇଦା ଉଠାଉଛି। ଏପରି ଏକ ଘଟଣା ଏବେ ନଜରକୁ ଆସିଛି। ଓଡ଼ିଶା ଆଶ୍ରମ ବିଦ୍ୟାଳୟରୁ ଆନ୍ଧ୍ର ବିଦ୍ୟୁତ୍‌ କାଟି ଦେବାପରି ଘଟଣା ଦେଖିବାକୁ ମିଳିଛି।
ଖବରରୁ ଜଣାପଡିଛି, ପଡୋଶୀ ଆନ୍ଧ୍ର ସୀମାକୁ ଲାଗି ରହିଛି କୋଟିଆ ପଞ୍ଚାୟତ। ଉକ୍ତ ପଞ୍ଚାୟତର ବିବାଦୀୟ ୨୧ଖଣ୍ଡ ଗ୍ରାମର କିଛି ଗ୍ରାମରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଛି। ତଳସେମ୍ବି ଗ୍ରାମ ପର୍ଯ୍ୟନ୍ତ ପଟ୍ଟାଙ୍ଗି ବ୍ଳକ ପ୍ରଶାସନ ବିଦ୍ୟୁତ୍‌ ସେବା ଯୋଗାଇ ଦେଇଛି। ସବୁ ଗ୍ରାମରେ ବିଦ୍ୟୁତ୍‌ ସେବା ଯୋଗାଇବାରେ ବ୍ଳକ ପ୍ରଶାସନ ସଫଳ ହୋଇପାରିନାହିଁ । ଫଳରେ ଆନ୍ଧ୍ର ବିଦ୍ୟୁତ୍‌ ସେବା ଅପହଞ୍ଚ ହୋଇଥିବା ସେହି ସବୁ ଗ୍ରାମରେ ପହଞ୍ଚତ୍ ବିଦ୍ୟୁତ୍‌ ସେବା ସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛି। ଏହି ଗ୍ରାମ ମଧ୍ୟରେ ରହିଛି ଓଡ଼ିଶା ସରକାରଙ୍କ ତାଡିବାଲସା ଗ୍ରାମ। ଉକ୍ତ ଗ୍ରାମରେ ରହଛି ନେରିଡିବାଲସା ଆଶ୍ରମ ବିଦ୍ୟାଳୟ। ବିଦ୍ୟାଳୟଟି ପୂର୍ବରୁ ଡେସ୍କୁଲ ଭାବେ ଚାଲୁଥିବା ବେଳେ ୨୦୨୧ରେ ଏହା ସ୍ବତନ୍ତ୍ର ଆଶ୍ରମ ବିଦ୍ୟାଳୟ ଭାବେ ନାମିତ କରି ଓଡ଼ିଶାର କୋରାପୁଟ ଜିଲା ପ୍ରଶାସନ ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ବ୍ୟବସ୍ଥା କରିଥିଲେ। ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ରହିଥିବା ବେଳେ ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏବଂ ବିଦ୍ୟାଳୟରେ ବିଦ୍ୟୁତ୍‌ ସେବା ନ ଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ବ୍ୟବସ୍ଥା କରାଯାଇ ଲାଇଟ ଓ ପାନୀୟଜଳ ବ୍ୟବସ୍ଥା କରାଯାଇଥିଲା। ଉକ୍ତ ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ଥିବାରୁ ଠିକ୍‌ ଭାବେ ବିଦ୍ୟୁତ୍‌ ସେବା ମିଳୁ ନ ଥିଲା। ଏଥିରୁ ଫାଇଦା ଉଠାଇବାକୁ ଯୋଜନା କରିଥିଲା ଆନ୍ଧ୍ର। ଆଶ୍ରମ ବିଦ୍ୟାଳୟ ପରିଚାଳନା ସଭାପତି ମାଝି ରାମଚନ୍ଦ୍ରଙ୍କ ନାଁରେ ଆନ୍ଧ୍ର ବିଦ୍ୟୁତ ବିଭାଗରୁ ବିଦ୍ୟୁତ୍‌ ସେବା ଉକ୍ତ ବିଦ୍ୟାଳୟକୁ ଅଣାଯାଇଥିଲା। ପରିଚାଳନା କମିଟି ସଭାପତି ରାମଚନ୍ଦ୍ରଙ୍କ ନାମରେ ବିଦ୍ୟୁତ୍‌ ଆସିଥିବାରୁ ତାଙ୍କ ନାମରେ ବିଲ୍‌ ଆସୁଥିଲା। ବିଦ୍ୟୁତ୍‌ ବ୍ୟବହାର ନେଇ ବିଲ୍‌ ବାବଦ ପ୍ରାପ୍ୟ ନ ମିଳିବାରୁ ଆନ୍ଧ୍ର ବିଦ୍ୟୁତ୍‌ ବିଭାଗ ଗତ ୬ ମାସ ହେଲା ବିଦ୍ୟାଳୟରୁ ବିଦ୍ୟୁତ୍‌ କାଟି ଦେଇଛି। ଏଥିପାଇଁ ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ୧୦ ହଜାର ଟଙ୍କା ପୈଠ ନ କଲେ ତୁମକୁ ଆନ୍ଧ୍ର ପକ୍ଷରୁ ମିଳୁଥିବା ସମସ୍ତ ସେବା ବନ୍ଦ କରାଯିବ ବୋଲି ଆନ୍ଧ୍ର ବିଦ୍ୟୁତ୍‌ ବିଭାଗ ଅଧିକାରୀ ରାମଚନ୍ଦ୍ରଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri