ଓଡ଼ିଶା ଆଶ୍ରମ ବିଦ୍ୟାଳୟରେ ବିଦ୍ୟୁତ୍‌ କାଟିଲା ଆନ୍ଧ୍ର

ପଟ୍ଟାଙ୍ଗି, ୨୦।୪: (ଡି.ଏନ.ଏ.) କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସୀମାନ୍ତ ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କରୁଥିବା ଦାବି କରୁଥିବା ବ୍ଲକ ପ୍ରଶାସନର ଇଚ୍ଛାଶକ୍ତି ଅଭାବରୁ ଉନ୍ନୟନମୂଳକ କାର୍ଯ୍ୟ ସବୁ ଦିଗହରା ହେଉଛି। ସୀମାନ୍ତ ଅଞ୍ଚଳରେ ଆନ୍ଧ୍ର ଏଥିରୁ ଫାଇଦା ଉଠାଉଛି। ଏପରି ଏକ ଘଟଣା ଏବେ ନଜରକୁ ଆସିଛି। ଓଡ଼ିଶା ଆଶ୍ରମ ବିଦ୍ୟାଳୟରୁ ଆନ୍ଧ୍ର ବିଦ୍ୟୁତ୍‌ କାଟି ଦେବାପରି ଘଟଣା ଦେଖିବାକୁ ମିଳିଛି।
ଖବରରୁ ଜଣାପଡିଛି, ପଡୋଶୀ ଆନ୍ଧ୍ର ସୀମାକୁ ଲାଗି ରହିଛି କୋଟିଆ ପଞ୍ଚାୟତ। ଉକ୍ତ ପଞ୍ଚାୟତର ବିବାଦୀୟ ୨୧ଖଣ୍ଡ ଗ୍ରାମର କିଛି ଗ୍ରାମରେ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ବିଦ୍ୟୁତ୍‌ ସେବା ଯୋଗାଇ ଦିଆଯାଇଛି। ତଳସେମ୍ବି ଗ୍ରାମ ପର୍ଯ୍ୟନ୍ତ ପଟ୍ଟାଙ୍ଗି ବ୍ଳକ ପ୍ରଶାସନ ବିଦ୍ୟୁତ୍‌ ସେବା ଯୋଗାଇ ଦେଇଛି। ସବୁ ଗ୍ରାମରେ ବିଦ୍ୟୁତ୍‌ ସେବା ଯୋଗାଇବାରେ ବ୍ଳକ ପ୍ରଶାସନ ସଫଳ ହୋଇପାରିନାହିଁ । ଫଳରେ ଆନ୍ଧ୍ର ବିଦ୍ୟୁତ୍‌ ସେବା ଅପହଞ୍ଚ ହୋଇଥିବା ସେହି ସବୁ ଗ୍ରାମରେ ପହଞ୍ଚତ୍ ବିଦ୍ୟୁତ୍‌ ସେବା ସହ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛି। ଏହି ଗ୍ରାମ ମଧ୍ୟରେ ରହିଛି ଓଡ଼ିଶା ସରକାରଙ୍କ ତାଡିବାଲସା ଗ୍ରାମ। ଉକ୍ତ ଗ୍ରାମରେ ରହଛି ନେରିଡିବାଲସା ଆଶ୍ରମ ବିଦ୍ୟାଳୟ। ବିଦ୍ୟାଳୟଟି ପୂର୍ବରୁ ଡେସ୍କୁଲ ଭାବେ ଚାଲୁଥିବା ବେଳେ ୨୦୨୧ରେ ଏହା ସ୍ବତନ୍ତ୍ର ଆଶ୍ରମ ବିଦ୍ୟାଳୟ ଭାବେ ନାମିତ କରି ଓଡ଼ିଶାର କୋରାପୁଟ ଜିଲା ପ୍ରଶାସନ ଏଠାରେ ୧୦୦ ଶଯ୍ୟା ବିଶିଷ୍ଟ ହଷ୍ଟେଲ ବ୍ୟବସ୍ଥା କରିଥିଲେ। ଆଶ୍ରମ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ରହିଥିବା ବେଳେ ହଷ୍ଟେଲରେ ରହୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏବଂ ବିଦ୍ୟାଳୟରେ ବିଦ୍ୟୁତ୍‌ ସେବା ନ ଥିବାରୁ ବ୍ଲକ ପ୍ରଶାସନ ପକ୍ଷରୁ ସୋଲାର ବ୍ୟବସ୍ଥା କରାଯାଇ ଲାଇଟ ଓ ପାନୀୟଜଳ ବ୍ୟବସ୍ଥା କରାଯାଇଥିଲା। ଉକ୍ତ ବ୍ୟବସ୍ଥା ତ୍ରୁଟିପୂର୍ଣ୍ଣ ଥିବାରୁ ଠିକ୍‌ ଭାବେ ବିଦ୍ୟୁତ୍‌ ସେବା ମିଳୁ ନ ଥିଲା। ଏଥିରୁ ଫାଇଦା ଉଠାଇବାକୁ ଯୋଜନା କରିଥିଲା ଆନ୍ଧ୍ର। ଆଶ୍ରମ ବିଦ୍ୟାଳୟ ପରିଚାଳନା ସଭାପତି ମାଝି ରାମଚନ୍ଦ୍ରଙ୍କ ନାଁରେ ଆନ୍ଧ୍ର ବିଦ୍ୟୁତ ବିଭାଗରୁ ବିଦ୍ୟୁତ୍‌ ସେବା ଉକ୍ତ ବିଦ୍ୟାଳୟକୁ ଅଣାଯାଇଥିଲା। ପରିଚାଳନା କମିଟି ସଭାପତି ରାମଚନ୍ଦ୍ରଙ୍କ ନାମରେ ବିଦ୍ୟୁତ୍‌ ଆସିଥିବାରୁ ତାଙ୍କ ନାମରେ ବିଲ୍‌ ଆସୁଥିଲା। ବିଦ୍ୟୁତ୍‌ ବ୍ୟବହାର ନେଇ ବିଲ୍‌ ବାବଦ ପ୍ରାପ୍ୟ ନ ମିଳିବାରୁ ଆନ୍ଧ୍ର ବିଦ୍ୟୁତ୍‌ ବିଭାଗ ଗତ ୬ ମାସ ହେଲା ବିଦ୍ୟାଳୟରୁ ବିଦ୍ୟୁତ୍‌ କାଟି ଦେଇଛି। ଏଥିପାଇଁ ଛାତ୍ରୀଛାତ୍ରମାନେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି। ୧୦ ହଜାର ଟଙ୍କା ପୈଠ ନ କଲେ ତୁମକୁ ଆନ୍ଧ୍ର ପକ୍ଷରୁ ମିଳୁଥିବା ସମସ୍ତ ସେବା ବନ୍ଦ କରାଯିବ ବୋଲି ଆନ୍ଧ୍ର ବିଦ୍ୟୁତ୍‌ ବିଭାଗ ଅଧିକାରୀ ରାମଚନ୍ଦ୍ରଙ୍କୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷଜମିରେ କାମ କରୁଥିବା ବେଳେ ଟଳିପଡିଲେ, ଅଂଶୁଘାତରେ ଚାଲିଗଲା ଜୀବନ

ଦିଗପହଣ୍ଡି,୧୭ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ହନୁମାନ ମନ୍ଦିର ସାହିର ରଘୁନାଥ ଗୌଡ଼(୪୨) ରବିବାର ମଧ୍ୟାହ୍ନରେ ଅଂଶୁଘାତରେ…

ପୂର୍ବତନ ସମିତିସଭ୍ୟଙ୍କ ଘରେ ଚାଲିଥିଲା ଦେଶୀମଦ ଭାଟି, ଚଢ଼ାଉ କରି ଭାଙ୍ଗିଲା ପୋଲିସ

ନନ୍ଦପୁର,୧୭ା୫(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକର ମାଳିବେଲ ଗ୍ରାମପଞ୍ଚାୟତର ପୂର୍ବତନ ସମିତିସଭ୍ୟ ରମେଶ ବିଶୋଇଙ୍କ ଭିମାରୀପୁଟ ସ୍ଥିତ ଘରେ ସ୍ଥାପିତ…

ପଞ୍ଜାବକୁ ହରାଇ ପ୍ଲେଅଫ୍‌ରେ ସ୍ଥାନ ପକ୍କା କଲା ଆର୍‌ସିବି

ଧର୍ମଶାଳା,୧୭ା୫: ଭେଙ୍କଟେଶ ଆୟାରଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ରବିବାର ଖେଳାଯାଇଥିବା ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୨୩ ରନରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ଏହି…

ଆହତ ସତ୍ତ୍ୱେ ଖେଳିଲେ ବରୁଣ, ହସ୍ତକ୍ଷେପ କରିପାରେ ବିସିସିଆଇ

ନୂଆଦିଲ୍ଲୀ,୧୭ା୫: ଆହତ ସତ୍ତ୍ୱେ ବରୁଣ ଚକ୍ରବର୍ତ୍ତୀ ଶନିବାର ଗୁଜରାଟ ଟାଇଟନ୍ସ ବିପକ୍ଷ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ ପାଇଁ ସମ୍ପୂର୍ଣ୍ଣ ୪ ଓଭର ବୋଲିଂ କରିଥିଲେ। ଏହି…

ସୁନାଥରରେ ଗ୍ଯାସ ସିଲିଣ୍ଡର ବିସ୍ଫୋରଣ ଘଟଣା, ଆଠଦିନର ସଂଗ୍ରାମ ପରେ ଆଖିପୁଜିଲେ ପ୍ରଶନ

ପୁରୁଷୋତ୍ତମପୁର,୧୭ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ସିଲିଣ୍ଡର ବିସ୍ଫୋରଣ ଘଟଣାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ଗତ ରବିବାର ସନ୍ଧ୍ୟାରେ…

ଭାରସାମ୍ଯ ହରାଇ ଗଛକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ

ପୁରୁଷୋତ୍ତମପୁର,୧୭ା୫( ସବିତା ମିଶ୍ର): ଗଞ୍ଜାମ ଜିଲା ପରୁଷୋତ୍ତମପୁର ଥାନା ଆନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ଯରାସ୍ତାର ବାଇଧର ମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଲାଣି ଠାରେ ଏକ…

ନିଖିଲଙ୍କୁ ଗୋଡ଼ାଇ ଗୁଳି କରିଥିଲେ ଦୁର୍ବୃତ୍ତ, ୯ ଜଣଙ୍କୁ ବାନ୍ଧିଲା ପୋଲିସ

ଗୁଣପୁର,୧୭ା୫(ସୁଜାତା ପାଢ଼ୀ)- ରାୟଗଡ଼ା ଥାନା ପୋଲିସ ନିଖିଳଙ୍କୁ ଗୁଳି କରି ହତ୍ୟା କରାଯିବା ମାମଲାର ପର୍ଦ୍ଦାଫାଶ କରିଛି । ହତ୍ୟାକାଣ୍ଡରେ ଜଡ଼ିତ ଥିବା ୯ ଜଣଙ୍କୁ ଗିରଫ…

ଲକ୍ଷ୍ୟ ସ୍ଥିର ରହିଲେ ସଫଳତା ନିଶ୍ଚିତ ମିଳିବ, ମେଧାବୀ ଛାତ୍ରୀଛାତ୍ରଙ୍କୁ ଆହ୍ବାନ ଦେଇ…

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ସ୍କଲାର୍ସ ରେକୋଗନାଇଜେଶନ କମିଟି ପକ୍ଷରୁ ରବିବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମାଟ୍ରିକ ପରୀକ୍ଷାରେ ଭଲ ପ୍ରଦର୍ଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri