ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଚତୁର୍ଥ ସନ୍ତାନ ପାଇଁ ୪୦ ହଜାର

ବିଜୟଓ୍ବାଡ଼ା,୧୬ା୫: ଆନ୍ଧ୍ରପ୍ରଦେଶରେ ତୃତୀୟ ସନ୍ତାନ ଜନ୍ମ ପାଇଁ ୩୦ ହଜାର ଟଙ୍କା ଆର୍ଥତ୍କ ପ୍ରୋତ୍ସାହନ ମିଳିବାକୁ ଥିବାବେଳେ ଚତୁର୍ଥ ସନ୍ତାନ ଜନ୍ମ ହେଲେ ୪୦ ହଜାର ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଏହା ଘୋଷଣା କରିଛନ୍ତି। ରାଜ୍ୟରେ ଜନସଂଖ୍ୟା ହ୍ରାସ ଧାରା ଜାରି ରହିଥିବାରୁ ଏହାକୁ ବଦଳାଇବା ନିମନ୍ତେ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି।

ସନ୍ତାନ ବୋଝ ନୁହନ୍ତି, ସମ୍ପତ୍ତି ବୋଲି ଚନ୍ଦ୍ରବାବୁ କହିଛନ୍ତି। ଶ୍ରୀକାକୁଲମ ଜିଲାର ନର୍ସାନ୍ନାପେଟାଠାରେ ଶନିବାର ଏକ ଜନସଭାକୁ ଉଦ୍‌ବୋଧନ ଦେଇ ଚନ୍ଦ୍ରବାବୁ କହିଛନ୍ତି, ସରକାର ଜନସଂଖ୍ୟା ବଢ଼ାଇବା ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି। ମାସେ ମଧ୍ୟରେ ଏହା ଉପରେ ସବିଶେଷ ବିବରଣୀ ଘୋଷଣା କରାଯିବ। ତୃତୀୟ ଓ ଚତୁର୍ଥ ପିଲା ଜନ୍ମ ହେବା ପରେ ତୁରନ୍ତ ୩୦ ହଜାର ଓ ୪୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ।

Share