Posted inଜାତୀୟ

ମୋ ସହ ହୋଇନାହିଁ ବଳାତ୍କାର, ଟିଏମ୍‌ସି ନେତାଙ୍କ ନାଁରେ ମିଥ୍ୟା କେସ୍‌ କରିଛି ଭାଜପା: ସନ୍ଦେଶଖାଲି ପୀଡିତାଙ୍କ ଚାଞ୍ଚଲ୍ୟକର ଖୁଲାସା

କୋଲକାତା,୯।୫:ପଶ୍ଚିମବଙ୍ଗର ସନ୍ଦେଶଖାଲି ନିବାସୀ ତିନିଜଣ ମହିଳାଙ୍କ ମଧ୍ୟରୁ ଜଣେ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ପ୍ରତ୍ୟାହାର କରିନେଇଛନ୍ତି। ବଙ୍ଗଳାର ଉତ୍ତର ୨୪ ପରଗାନା ଜିଲାର ସନ୍ଦେଶଖାଲିର ଏହି ମହିଳା ଏହି ଅଭିଯୋଗ ପ୍ରତ୍ୟାହାର କରି କହିଛନ୍ତି,ତାଙ୍କ ସହ କୌଣସି ଯୌନ ଅପରାଧ କରାଯାଇ ନାହିଁ। ଭାଜପା ସଦସ୍ୟମାନେ ତାଙ୍କଠାରୁ ଏକ ଖାଲି କାଗଜରେ ଦସ୍ତଖତ କରିଥିଲେ ଏବଂ ପରେ ପୋଲିସ ସହିତ ଯୋଗାଯୋଗ କରିଥିଲେ।
ମହିଳା ଜଣକ କହିଛନ୍ତ, ଖାଲି କାଗଜପତ୍ରରେ ଦସ୍ତଖତ ଦେବା ସହ ବଳାତ୍କାର ଅଭିଯୋଗ ଦାଖଲ କରିବାକୁ ଭାଜପା ମୋତେ ଚାପ ପକାଇଥିଲା। ମିଥ୍ୟା ଅଭିଯୋଗ ପ୍ରତ୍ୟାହାର ପାଇଁ ମହିଳା ଜଣକ ଏବେ ଧମକ ଏବଂ ସାମାଜିକ ବହିଷ୍କାରର ସମ୍ମୁଖୀନ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ମହିଳା ଜଣକ ସନ୍ଦେଶଖାଲି ଥାନାରେ ଏକ ନୂତନ ଅଭିଯୋଗ ମଧ୍ୟ କରିଛନ୍ତି। ସନ୍ଦେଶଖାଲି ରେ ମହିଳାଙ୍କୁ ବଳାତ୍କାର ଅଭିଯୋଗ ସାମ୍ନାକୁ ଆସିବା ପରେ ସେଠାରେ ଅନେକ ଆଲୋଡ଼ନ ଦେଖାଦେଇଥିଲା।
ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ସ୍ଥାନୀୟ ଭାଜପା ମହିଳା ମୋର୍ଚ୍ଚା ଅଧିକାରୀ ଏବଂ ଦଳର ଅନ୍ୟ ସଦସ୍ୟମାନେ ତାଙ୍କ ଘରକୁ ଆସିଥିଲେ। ଏହା ପରେ ତାଙ୍କୁ ଏକ ମିଥ୍ୟା ଅଭିଯୋଗରେ ଦସ୍ତଖତ କରିବାକୁ କୁହାଯାଇଥିଲା। ସେମାନେ ମୋର ନାମ ଗୃହ ଯୋଜନାରେ ଅନ୍ତର୍ଭୁକ୍ତ କରିବା ବାହାନାରେ ମୋର ଦସ୍ତଖତ ମାଗିଥିଲେ। ପରେ ସେମାନେ ମୋତେ ପୋଲିସ ଷ୍ଟେଶନକୁ ନେଇଗଲେ, ଯେଉଁଠାରେ ମୋତେ ବଳାତ୍କାର ଅଭିଯୋଗ ଦାଖଲ କରିବାକୁ କୁହାଯାଇଥିଲା। ମୋତେ ଟିଏମସି କାର୍ଯ୍ୟାଳୟରେ ଯୌନ ନିର୍ଯାତନା ଦିଆଯାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ମହିଳାଙ୍କୁ ମାରପିଟ, ଗାଳି ଗୁଲଜ ମାମଲାରେ ୮ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ, ଜେଲ ଦଣ୍ଡ

ଗୁଣପୁର,୧୪/୮(ସୁଜାତା ପାଢ଼ୀ):ମହିଳାଙ୍କୁ ମାରପିଟ,ଗାଳି ଗୁଲଜ ଏବଂ ଅସ ଅସଦାଚାରଣ କରିବା ଘଟଣାକୁ ନେଇ ରାୟଗଡା ଜିଲା ଗୁଣପୁର ଏସଡିଜେଏମଙ୍କ କୋର୍ଟରେ ଶୁକ୍ରବାର ରାୟ ପ୍ରକାଶ ପାଇଛି। ଅଭିଯୁକ୍ତ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ , ମନ୍ଦିର ପରିବେଶ ସଫା କାହିଁକି କଲ ନାହିଁ ବୋଲି ଗାଳି କରି…

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ଗ୍ରାମର ଶିବରାମ ସାହୁ ତାଙ୍କ ଗ୍ରାମର ବିଦେଶୀ ସାହୁଙ୍କୁ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ…

ନଅ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର:ଚାଷ କାମ କରୁଥିବା ସମୟରେ…

କେସିଙ୍ଗା, ୧୪।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ପଥର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାହାଦୁରପଦର ଗାଁ ନିକଟ ତେଲନଦୀ ପାର୍ଶ୍ୱରୁ ଶୁକ୍ରବାର ଅପରାହ୍ନ…

ବିଭାଜନ ବିଭୀଷିକା ସ୍ମୃତି ସଭାରେ ଯୋଗଦେଲେ ଆଇନ ମନ୍ତ୍ରୀ

ଛତ୍ରପୁର, ୧୪।୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ୧୯୪୭ ମସିହାରେ ଭାରତ ସ୍ୱାଧୀନତା ପାଇବା ପୂର୍ବରୁ ଦେଶ ବିଭାଜନ ସମୟରେ ଘଟିଥିବା ବିଭୀଷିକା ଓ ଦୁଃଖଦ ଘଟଣାଗୁଡ଼ିକର ସ୍ମୃତିରେ…

ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକଙ୍କୁ ଆକ୍ରମଣ ଅଭିଯୋଗ

ଛତ୍ରପୁର, ୧୪ା୮ (ଦିଲ୍ଲୀପ ସାମଲ): ଛାତ୍ର କଂଗ୍ରେସର ରାଜ୍ୟ ସାଧାରଣ ସମ୍ପାଦକ ଚକ୍ରପାଣି ପୋଲାଇଙ୍କୁ ଆକ୍ରମଣର ଧମକ ମିଳିଥିବା ଅଭିଯୋଗ ହୋଇଛି। ଏନେଇ ଚକ୍ରମଣିଙ୍କ କହିବା ଅନୁସାରେ,…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri