Categories: ଖେଳ

ଖାତା ଖୋଲିପାରିଲେ ନାହିଁ କୋହଲି, ଫେଲ୍‌ ମାରିଲେ ପୂଜାରା, ରାହାନେ

ଟ୍ରେଣ୍ଟ ବ୍ରିଜ,୫।୮: ଭାରତୀୟ ଅଧିନାୟକ ବିରାଟ କୋହଲି ପୁଣି ଥରେ ବିଫଳ ହୋଇଛନ୍ତି। ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟର ପ୍ରଥମ ଇନିଂସରେ ଗୋଲ୍ଡେନ ଡକ୍‌ର ଶିକାର ହୋଇଛନ୍ତି କୋହଲି। ତାଙ୍କ ଭଳି ଫେଲ୍‌ ମାରିଛନ୍ତି ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା (୪)। ଟିମ୍‌ ଇଣ୍ଡିଆର ଏହି ଦୁଇ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କୁ କ୍ରମାଗତ ବଲରେ ଆଉଟ୍‌ କରିଛନ୍ତି ଇଂଲଣ୍ଡର କିମ୍ବଦନ୍ତୀ ପେସର ଜିମ୍ମି ଆଣ୍ଡରସନ। ଏହାପରେ ଦୁର୍ଭାଗ୍ୟ ବଶତଃ ରନ ଆଉଟ୍‌ ହୋଇ ପ୍ୟାଭିଲିଅନ ଫେରିଛନ୍ତି ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ। ଫଳରେ ରିପୋର୍ଟ ଲେଖା ହେବା ସୁଦ୍ଧା ୪ ପ୍ରମୁଖ ଉଇକେଟ ହରାଇ ଟିମ୍‌ ଇଣ୍ଡିଆ ୧୧୨ ରନ୍‌ କରିଛି।

ଭ୍ରମଣକାରୀ ଦଳକୁ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବା ପାଇଁ ଆହୁରି ୭୨ ରନ୍‌ ଦରକାର। ଦଳ ହାତରେ ମାତ୍ର ୬ ଉଇକେଟ ବାକି ଅଛି।

Share