Categories: ଖେଳ

୩୬୪ ରନ୍‌ରେ ଅଟକିଲା ଟିମ୍‌ ଇଣ୍ଡିଆ

ଲଡର୍‌ସ,୧୩।୮: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୩୬୪ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି ଟିମ୍‌ ଇଣ୍ଡିଆ। ପୂର୍ବ ଦିନର ସ୍କୋର (୨୭୬/୩)ରୁ ବ୍ୟାଟିଂ କରିଥିବା ଭାରତୀୟ ଦଳ ବଳକା ୭ ଉଇକେଟ ମାତ୍ର ୮୮ ରନ୍‌ ଯୋଡ଼ିବାକୁ ସକ୍ଷମ ହୋଇଥିଲା। ଘରୋଇ ଦଳର ବରିଷ୍ଠ ପେସର ଜିମ୍ମି ଆଣ୍ଡରସନ ୫ ଉଇକେଟ ସଫଳତା ହାତେଇଛନ୍ତି।

ଦ୍ୱିତୀୟ ଦିନର ପ୍ରଥମ ଓଭରରେ ଆଉଟ୍‌ ହୋଇଥିଲେ ଶତକ ହାସଲକାରୀ ଲୋକେଶ ରାହୁଲ (୧୨୯ ରନ୍‌, ୧୨ ଚୌକା ଓ ୧ ଛକା)। ତାଙ୍କ ପଛେ ପଛେ ଚାଲିଥିଲେ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ (୧)। ଏହାପରେ ୬ଷ୍ଠ ଉଇକେଟ ପାଇଁ ରିଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଯୋଡ଼ିଥିଲେ ୪୯ ରନ୍‌। ପନ୍ତ (୩୭) ଆଉଟ୍‌ ହେବା ପରେ ଗୋଟିଏ ପକ୍ଷ ସମ୍ଭାଳିଥିଲେ ଜାଡେଜା (୪୦)। କିନ୍ତୁ ତାଙ୍କୁ ଆବଶ୍ୟକୀୟ ସହଯୋଗ ଦେଇ ପାରି ନ ଥିଲା ଦଳର ଲୋୟର ଅର୍ଡର। ଫଳରେ ଟିମ୍‌ ଇଣ୍ଡିଆ ୩୬୪ ରନ୍‌ରେ ସୀମିତ ରହିଛି। ଆଣ୍ଡରସନ ୫ ଉଇକେଟ ହାତେଇଥିବା ବେଳେ ଓଲି ରବିନସନ ଓ ମାର୍କ ଉଡ୍‌ ୨ ଲେଖାଏ ଉଇକେଟ ହାତେଇଥିଲେ।

Share