ପୁଣି ନକଲି ଔଷଧ ଜବତ, ମାଲିକ ଅଟକ

କଟକ ଅଫିସ,୨୮।୨: କଟକରେ ପୁଣି ନକଲି ଔଷଧ ଜବତ ହୋଇଛି। ସ୍ପେଶାଲ ଟାସ୍କ ଫୋର୍ସ ପକ୍ଷରୁ କଟକର ମଙ୍ଗଳବାର ଚୌଧୁରୀବଜାର ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ଉପରେ ଚଢାଉ କରାଯାଇଥିଲା। ସେଠାରେ ଥିବା ଅଢେଇ ଲକ୍ଷ ଟଙ୍କାର ନକଲି ‘ଓ-୨ ଔଷଧକୁ ଜବତ କରିବା ସହ ମାଲିକ ବିଜୟ ଅଗ୍ରଓ୍ବାଲଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ପୂର୍ବରୁ ଏହି ଡିଷ୍ଟ୍ରିବ୍ୟୁଟରଙ୍କଠାରୁ ଔଷଧ ଜବତ କରାଯାଇ ଏସ୍‌ଡିଜେଏମ ଅଦାଲତରେ ଡ୍ରଗ୍ସ ବିଭାଗ ପକ୍ଷରୁ ମାମଲା ଦିଆଯାଇଥିଲା। ତେବେ ଆଜି ପୁଣି ସେଠାରେ ଚଢାଉ କରାଯାଇ ବାକି ଥିବା ଔଷଧକୁ ଜବତ କରାଯାଇଛି।