ପୁଣି ସମୁଦ୍ର ଆଁରେ ଲୀନ ହେଲେ ପୋଡମପେଟା ଗ୍ରାମର ଆଉ ୩ ଘର

ଗଞ୍ଜାମ,୧୬।୮(ଡି.ଏନ୍‌.ଏ.): ପୁଣି ସମୁଦ୍ରର ଆଁରେ ଲୀନ ହୋଇଛି ପୋଡମପେଟା ଗ୍ରାମର ଆଉ ୩ ଘର। ଲଘୁଚାପ ଯୋଗୁ ସମୁଦ୍ରରେ ଉଚ୍ଚ ଜୁଆର ଉଠୁଥିବାରୁ ଘରଗୁଡ଼ିକ ସମୁଦ୍ରଗର୍ଭକୁ ଚାଲିଯାଇଛି। ଫଳରେ ଘର ନ ପାଇ ଉକ୍ତ ଗ୍ରାମରେ ରହୁଥିବା ଲୋକେ ଆତଙ୍କିତ ହୋଇପଡିଛନ୍ତି l

ନିକଟରେ ହୋଇଥିବା ଲଘୁଚାପ ଜନିତ ଲଗାଣ ବର୍ଷା ସାଙ୍ଗକୁ ରାତ୍ର ସମୟରେ ଆଶାନ୍ତ ସମୁଦ୍ରର ଭୟଙ୍କର ଗର୍ଜନ ର
କାହାଣୀ ଘର ନପାଇ ଉକ୍ତ ଗ୍ରାମରେ ରହିଯାଇଥିବା ୬୫ବର୍ଷୀୟ ବୃଦ୍ଧା ସି.ଏଚ୍‌. ନାର୍ଶା ଗଣ ମାଧ୍ୟମ ସମ୍ମୁଖରେ ବଖାଣିଛନ୍ତି l ଏବେ ମଧ୍ୟ ସି.ଏଚ୍‌ ନାର୍ଶା, ଜେ. ଶୁକାନ୍ତି, ଜେ. ଟିଟୁ, ସି ଏଚ୍‌. ବୁଲଡୁ, ଜେ. ଶିବାନନ୍ଦ ପ୍ରମୁଖ ୬ପରିବାର କୁ ପ୍ରଶାସନ ପକ୍ଷରୁ ଓଡ଼ିଆରପି ଗୃହ ମିଳିନଥିବାରୁ ଉକ୍ତ ଗ୍ରାମରେ ଆତଙ୍କିତ ଭାବରେ ପଡିରହିଛନ୍ତି l ସେଥି ମଧ୍ୟରୁ ସି ଏଚ୍‌. ବୁଲଡୁ ନିଜ ଘରଟି ସମୁଦ୍ରରେ ମିଶିଗଲା ପରେ ନିଜ ସମ୍ପର୍କୀୟ ଘରକୁ ଚାଲିଯିବାକୁ ବାଧ୍ୟ ହୋଇଥିବା ବେଳେ ଜେ. ଶିବାନନ୍ଦ ପରିବାର ପରିବାର ଭୟଭୀତ ହୋଇ ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହୋଇଛନ୍ତି l

ଅନ୍ୟପଟେ ପୂର୍ବରୁ ଓଡ଼ିଆରପି ଗୃହ ମିଳିଥିଲେ ମଧ୍ୟ ପରିବାରରେ ସଦସ୍ୟ ସଂଖ୍ୟା ବୃଦ୍ଧି ପାଇବା ଯୋଗୁଁ ସି ଏଚ. ପୋଟଡୁ, ବି. ବାବାଜୀ ଙ୍କ ପରିବାର ଉକ୍ତ ଗ୍ରାମରେ ଆତଙ୍କିତ ଅବସ୍ଥାରେ ରହିବାକୁ ବାଧ୍ୟ ହେଉଛନ୍ତି l ସମ୍ପ୍ରତି ଉକ୍ତ ଗ୍ରାମର ସମୁଦାୟ ୮ପରିବାର ଘର ପାଇ ନ ଥିବା ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୪ମସିହାରେ ସମୁଦ୍ର କୂଳ ଲଙ୍ଘିବାକାରଣରୁ ଉକ୍ତ ଗ୍ରାମର ୧୧୦ ପରିବାରକୁରାମଗଡ଼ ପଞ୍ଚାୟତ ର ଡୁମୁନାଗିରି ପାଦଦେଶ ପାଲୁର ସାହେବ କେନାଲ ପାର୍ଶ୍ୱରେ ଥଇଥାନ କରାଯାଇଥିଲା। ୨୦୧୮ ମସିହାରେ ମୟୂରପଦା ଗ୍ରାମ ନିକଟସ୍ଥ ସାହେବ କେନାଲ ପାର୍ଶ୍ୱରେ ପ୍ରାୟ ୪୦୦ ପରିବାରକୁ ଓଡିଆର୍‌ପି ଗୃହ ପ୍ରଦାନକ ରାଯାଇ ଜିଲା ପ୍ରଶାସନ ପକ୍ଷରରୁ ଥଇଥାନ କରାଯାଇଥିଲା l ସମ୍ପ୍ରତି ଉକ୍ତ ଗ୍ରାମରେ ରହିଯାଇଥିବା ପରିବାରଙ୍କୁ ଥଇଥାନ କରିବାକୁ ଦାବିହେଉଛି l