ବୈଦିକ ଯୁଗରେ ମଧ୍ୟ ଥିଲା ଗୋଲାପର ପ୍ରଚଳନ, ରାଜକୁମାରଙ୍କୁ ଏମିତି ପ୍ରେମ ନିବେଦନ କରୁଥିଲେ ରାଜକୁମାରୀ

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଛି। ପ୍ରଥମ ଦିନ ହେଉଛି ରୋଜ ଡେ’। ଏହି ସପ୍ତାହ ପ୍ରେମୀଯୁଗଳଙ୍କ ପାଇଁ ଏକ ବିଶେଷ ସପ୍ତାହ ଭାବରେ ବିବେଚନା କରାଯାଏ। ତେବେ ପ୍ରତିବର୍ଷ ଏଠାରେ ଭାଲେଣ୍ଟାଇନ ସଂସ୍କୃତିକୁ ବିରୋଧ କରାଯାଏ। ଅନେକ ସଂସ୍ଥା ବିରୋଧ କରନ୍ତି ଯେ, ଭାଲେଣ୍ଟାଇନ୍ସ ଡେ’ରେ ପ୍ରେମ ପ୍ରଦର୍ଶନ ଆମ ସଂସ୍କୃତିର ଏକ ଅଂଶ ନୁହେଁ, ଏହା ଭାରତୀୟ ସଂସ୍କୃତିକୁ ବିକୃତ କରୁଛି। ଯଦି ଆମେ ପ୍ରାଚୀନ ଗ୍ରନ୍ଥ ଏବଂ ନାଟକ ପଢୁ, ତେବେ ଏହା ଦେଖାଯାଏ ପ୍ରେମ ଏବଂ ଏହାର ପ୍ରଦର୍ଶନ ଆମ ସଂସ୍କୃତିରେ ମଧ୍ୟ ରହିଛି। ପ୍ରାଚୀନ ଭାରତର ପରମ୍ପରା ପ୍ରେମ ଏବଂ ବିବାହ ପ୍ରସଙ୍ଗରେ ବହୁତ ଉନ୍ନତ ଥିଲା।

କାଳିଦାସଙ୍କ ଏକ ନାଟକରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ଜଣେ ପ୍ରେମିକା ବସନ୍ତ ସମୟରେ ଏକ ଲାଲ୍‌ ଫୁଲ ମାଧ୍ୟମରେ ନିଜ ପ୍ରେମିକକୁ ପ୍ରେମ ପ୍ରସ୍ତାବ ପଠାଇଥାନ୍ତି। ଅର୍ଥାତ୍‌ କଥା ହେବାକୁ ଆଗକୁ ବଢ଼ନ୍ତି। ସେ କହିଛନ୍ତି, ପ୍ରାଚୀନ କାଳରେ ପିତାମାତା ଖୁସିରେ ଝିଅଙ୍କୁ ତାଙ୍କ ପ୍ରେମ ବାଛିବା ପାଇଁ ଅନୁମତି ଦେଇଥିଲେ।

ୟୁରୋପରେ ଭାଲେଣ୍ଟାଇନ୍ସ ଡେ’ ୧୪ ଫେବୃଆରୀରେ ପଡ଼େ । ଠିକ୍‌ ଏହି ସମୟରେ ଆମ ଦେଶରେ ବସନ୍ତ ଋତୁ ଆସେ। ଯାହାକୁ ମଧୁମାସ ବା କାମୋଦ୍ଦୀପନା ଋତୁ ମଧ୍ୟ କୁହାଯାଏ। ଏହି ଋତୁରେ ପ୍ରେମ ଏବଂ ରୋମାନ୍ସର ରଙ୍ଗ ପବନରେ ଉଡୁଥାଏ। ବସନ୍ତ ଋତୁ ପ୍ରେମ ସହିତ ସିଧାସଳଖ ଜଡ଼ିତ।
ବିଶ୍ୱାସ କରାଯାଏ, କାଳିଦାସ ଖ୍ରୀଷ୍ଟପୂର୍ବ ୧୫୦ରୁ ୬୦୦ ବର୍ଷ ମଧ୍ୟରେ ବାସ କରିଥିଲେ। କାଳିଦାସ ଦ୍ୱିତୀୟ ଶୁଙ୍ଗ ଶାସକ ଅଗ୍ନିମିତ୍ରଙ୍କୁ ନାୟକ କରି ମାଳାବିକାଗ୍ନିମତ୍ରମ ନାଟକ ଲେଖିଥିଲେ। ଅଗ୍ନିମିତ୍ର ଖ୍ରୀଷ୍ଟପୂର୍ବ ୧୭୦ରେ ଶାସନ କରିଥିଲେ। ଏହି ନାଟକରେ ସେ ଉଲ୍ଲେଖ କରିଛନ୍ତି ଯେ, ରାଣୀ ଇରାବତୀ ବସନ୍ତ ଆସିବା ସମୟରେ ଏକ ଲାଲ୍‌ ଫୁଲ ମାଧ୍ୟମରେ ରାଜା ଅଗ୍ନିମିତ୍ରଙ୍କୁ କିପରି ପ୍ରେମ ଅନୁରୋଧ ପଠାଇଥିଲେ।
କାଳିଦାସଙ୍କ ସମୟରେ, ବସନ୍ତର ଆଗମନ ସହିତ, ରୋମାନ୍ସର ଭାବନାରେ ଉଡ଼ିବା ଆରମ୍ଭ କଲା। ପ୍ରେମ ସମ୍ପର୍କ ଉପରେ ଆଧାର କରି ଅନେକ ନାଟକ ପରିବେଷଣ କରିବା ପାଇଁ ଏହା ଏକ ଆଦର୍ଶ ସମୟ। ଏହି ସମୟରେ ମହିଳାମାନେ ନିଜ ସ୍ବାମୀଙ୍କ ସହିତ ଦୋଳିରେ ଝୁଲୁଥିଲେ। ଏହି ଋତୁରେ କାମଦେବ ଏବଂ ରତିଙ୍କୁ ପୂଜା କରିବାର ପ୍ରଥା ମଧ୍ୟ ରହିଛି।

ହିନ୍ଦୁ ଗ୍ରନ୍ଥଗୁଡ଼ିକରେ କୁହାଯାଇଛି, ପ୍ରାଚୀନ ଭାରତରେ ଝିଅମାନଙ୍କର ନିଜ ସ୍ବାମୀ ବାଛିବାର ମଧ୍ୟ ଅଧିକାର ଥିଲା। ସେମାନେ ନିଜ ସୁବିଧା ଅନୁଯାୟୀ ପରସ୍ପରକୁ ଭେଟୁଥିଲେ। ଏପରିକି ସେମାନେ ସମ୍ମତି ସହିତ ଏକାଠି ରହିବାକୁ ରାଜି ହେଉଥିଲେ। ତାହା ହେଉଛି, ଯଦି ଜଣେ ଯୁବତୀ ଯୁବକ ପରସ୍ପରକୁ ପସନ୍ଦ କରନ୍ତି, ତେବେ ସେମାନେ ପରସ୍ପର ସହିତ ଏକାଠି ହେବେ। ଏପରିକି ସେମାନଙ୍କ ବିବାହ ପାଇଁ ସେମାନଙ୍କ ପିତାମାତାଙ୍କ ସମ୍ମତିର ଆବଶ୍ୟକତା ମଧ୍ୟ ନ ଥିଲା। ବୈଦିକ ପୁସ୍ତକ ଅନୁଯାୟୀ,ଏହି ଯୁଗରେ ଏହା ବିବାହର ସର୍ବପ୍ରଥମ ତଥା ସାଧାରଣ ପଦ୍ଧତି ଥିଲା। ଲିଭ୍‌-ଇନ୍‌ରେ ରହିବା ଭଳି ଏକ ପରମ୍ପରା ମଧ୍ୟ ଥିଲା।

ଅଥର୍ବ ବେଦରୁ ଊଦ୍ଧୃତ ଏକ ଅଂଶରେ କୁହାଯାଇଛି, ମାତାପିତା ସାଧାରଣତ ଝିଅଙ୍କୁ ତାଙ୍କ ପ୍ରେମିକ ବାଛିବା ପାଇଁ ସ୍ବାଧୀନତା ଦେଇଥିଲେ। ପ୍ରେମ ସମ୍ପର୍କ ପାଇଁ ସେ ତାଙ୍କୁ ସିଧାସଳଖ ଉତ୍ସାହିତ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri