ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର: ସ୍ଥିତି ଅନୁଧ୍ୟାନ କଲେ ତହସିଲଦାର

ବାଲେଶ୍ୱର ଅଫିସ, ୪।୭- ବାଲେଶ୍ୱର ଜିଲା ରେମୁଣା ତହସିଲ ଦୁର୍ଗାଦେବୀ ଅଞ୍ଚଳରେ ପ୍ରାଚୀନ ସହର ଓ ପ୍ରାକ୍‌ ଐତିହାସିକ ସଭ୍ୟତାର ସନ୍ଧାନ ମିଳିଛି। ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାରେ ପ୍ରାକ୍‌ ଐତିହାସିକ ସଭ୍ୟତାଠାରୁ ଆରମ୍ଭ କରି ବୌଦ୍ଧ, ଜୈନ ଓ ନୌବାଣିଜ୍ୟର ବହୁ ପ୍ରମାଣ ମିଳିଛି। ପ୍ରନତ୍ତାତ୍ତ୍ୱିକ ବିଭାଗ ତରଫରୁ ଏନେଇ ଏକ ପ୍ରେସ୍‌ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଶନିବାର ରେମୁଣା ତହସିଲଦାର ମନୋଜ କୁମାର ସେନାପତି ଉକ୍ତ ସ୍ଥାନକୁ ପରିଦର୍ଶନ କରିଥିଲେ। ସେ କହିଛନ୍ତି, ପ୍ରାକ୍‌ ଐତିହାସିକ ଯୁଗ ଯାହାକି ତାମ୍ରପାଷାଣ ଯୁଗ ସମସାମୟିକ ଖ୍ରୀଷ୍ଟପୂର୍ବ ୨୧୦୦ରୁ ୧୦୦୦ ସମୟରେ ଏଠାକାର ଉନ୍ନତ କୃଷି ସଭ୍ୟତା, ଖ୍ରୀଷ୍ଟ ପୂର୍ବ ୧୫୦୦ରୁ ୬୦୦ ଲୌହ ଯୁଗ ସମୟରେ ଉନ୍ନତ ଲୌହ ସାମଗ୍ରୀର ବହୁଳ ବ୍ୟବହାର, ପରବର୍ତ୍ତୀ ଖ୍ରୀଷ୍ଟ ପୂର୍ବ ୪୦୦ ବେଳକୁ ସଭ୍ୟତାର ବିକାଶର ଚିତ୍ର ଓଡ଼ିଶା ତଥା ପୂର୍ବ ଭାରତରେ ଏକ ଦୃଷ୍ଟାନ୍ତ ଦୁର୍ଗାଦେବୀରୁ ପ୍ରାପ୍ତ ହୋଇଛି। ଏଠାକାର ବୈଜ୍ଞାନିକ ସମୟ ନିରୂପଣ ପାଇଁ ନୂଆଦିଲ୍ଲୀ ୟୁଜିସିର ପରୀକ୍ଷାଗାରକୁ ପରୀକ୍ଷଣ ପାଇଁ ଯୋଗାଯୋଗ କରାଯାଇଛି। କୋଭିଡ୍‌ ଯୋଗୁ ଉତ୍‌ଖନନ କାର୍ଯ୍ୟ ବନ୍ଦ ରହିଛି। ବାଲେଶ୍ୱର ଜିଲାରେ ଆଜକୁ ୪ହଜାର ବର୍ଷ ପୂର୍ବରୁ ଉନ୍ନତି କୃଷି ସଂସ୍କୃତି ସଙ୍ଗେ ସଙ୍ଗେ ସହରୀକରଣ ୨୪୦୦ ବର୍ଷ ପୂର୍ବେ ଆରମ୍ଭ ହୋଇଥିବା ପ୍ରମାଣ ହସ୍ତଗତ ହୋଇଛି। ଏହା ଓଡ଼ିଶା ଇତିହାସ ଓ ସଂସ୍କୃତିର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବା ସହ ଭାରତ ଇତିହାସକୁ ରୁଦ୍ଧିମନ୍ତ କରିବାରେ ସାହାଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି।


ଉତ୍କଳୀୟ ନୌବାଣିଜ୍ୟ ଓ ଦକ୍ଷିଣପୂର୍ବ ଏସୀୟ ଗବେଷଣା ପ୍ରତିଷ୍ଠାନ ୨୦୧୯-୨୦ରେ ବୁଢ଼ାବଳଙ୍ଗ ଓ ସୋନ ନଦୀ ଅବବାହିକା ଅଞ୍ଚଳରେ ପ୍ରନତ୍ତାତ୍ତ୍ୱିକ ସର୍ବେକ୍ଷଣ ସମୟରେ ରେମୁଣାର ଦୁର୍ଗାଦେବୀ ଓ ବାଲେଶ୍ୱର ସହର ସନ୍ନିକଟ ରଣସାହିଠାରେ ସହରୀ ସଭ୍ୟତାର ପ୍ରନତ୍ତାତ୍ତ୍ୱିକ ପ୍ରମାଣ ଉପଲବ୍ଧ ହୋଇଥିଲା। ଆଜକୁ ପ୍ରାୟ ୨୫ଶହ ବର୍ଷ ପୂର୍ବେ ଦୁର୍ଗାଦେବୀ ପ୍ରାଚୀନ ସହର ବୁଢ଼ାବଳଙ୍ଗ ଓ ସୋନ ନଦୀ ଅବବାହିକାର ମଧ୍ୟଭାଗରେ ୫କିଲୋମିଟର ପରିଧି ବିଶିଷ୍ଟ ମାଟି ନିର୍ମିତ ବିଭିନ୍ନ ପ୍ରକାର ସାମଗ୍ରୀ ଦ୍ୱାରା ପରିବେଷ୍ଟିତ ଥିଲା। ଏହାର ସବିଶେଷ ପ୍ରମାଣ ପାଇଁ ପ୍ରନତ୍ତାତ୍ତ୍ୱିକ ଅବଶେଷ ପର୍ଯ୍ୟାଲୋଚନା ପରେ ଭାରତୀୟ ପ୍ରନତ୍ତାତ୍ତ୍ୱିକ ସଂସ୍ଥା ଠାରୁ ଉତ୍‌ଖନନ ନିମନ୍ତେ ସ୍ବୀକୃତି ମିଳିଥିଲା। ପରେ ୨୦୨୦-୨୧ ବର୍ଷରେ ଦୁର୍ଗାଦେବୀଠାରେ ଓଡ଼ିଆ, ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଅନୁମୋଦନ କରିଥିଲେ। ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ରଞ୍ଜନ ଦାସଙ୍କ ମାର୍ଗଦର୍ଶନ ଓ ପ୍ରନତ୍ତତ୍ତ୍ୱବିତ୍‌ ଡ. ସୁନୀଲ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ପ୍ରନତ୍ତାତ୍ତ୍ୱିକ ଉତ୍‌ଖନନ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଗତ ମାର୍ଚ୍ଚରୁ ଆରମ୍ଭ ହୋଇ ମେ ୫ ରେ ଶେଷ ହୋଇଥିଲା। ଏହି ଉତ୍‌ଖନନ ସମୟରେ ତାମ୍ର, ପାଷାଣ ଯୁଗର କଳା ରଙ୍ଗରେ ଚିତ୍ରିତ ମାଟିପାତ୍ର, କଳା ଓ ଲାଲ୍‌ ମାଟିପାତ୍ର, ତାମ୍ର ନିର୍ମିତ ବସ୍ତୁ, ବୃତ୍ତାକାର ଘର, ଲୌହ ଯୁଗ ସମୟର ପ୍ରାଚୀନ ମାଟିପାତ୍ର, ଅଳଙ୍କାର ଏବଂ ପ୍ରାଚୀନ ଐତିହାସିକ ଯୁଗ ସମୟର ଲାଲ୍‌ ମାଟିପାତ୍ର, ଧୂସର ରଙ୍ଗର ମାଟିପାତ୍ର ଆଦିର ସନ୍ଧାନ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

ବାରବାଟୀରେ ଘଣ୍ଟି ବଜାଇ ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆରମ୍ଭ କଲେ ମୁଖ୍ୟମନ୍ତ୍ରୀ

କଟକ,୯ା୧୨: କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ କ୍ୱାର୍ଟର୍ସ ନବୀକରଣରେ ପାଇଁ ଏତିକି କୋଟି ଟଙ୍କା ଖର୍ଚ୍ଚ କଲେଣି ସରକାର

ଭୁବନେଶ୍ୱର,୯ା୧୨: ନୂତନ ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ସରକାରୀ କ୍ୱାର୍ଟର୍ସ ମରାମତି ଓ ନବୀକରଣ ବାବଦରେ ମୋଟ ୩.୩୯ କୋଟି ଟଙ୍କା ବ୍ୟୟ...

ବାରବାଟୀ ବ୍ୟାଟଲ୍‌: ଟସ୍‌ ଜିତିଲା ଦକ୍ଷିଣ ଆଫ୍ରିକା, ଏବେ କରିବ…

କଟକ,୯ା୧୨: ବାରବାଟୀ ବ୍ୟାଟଲ୍‌ ପାଇଁ ମୈଦାନ ତୟାର । ଖଚାଖଚ୍ ଦର୍ଶକ ଭରା ଷ୍ଟାଡିୟମରେ ଫଟାଫଟ କ୍ରିକେଟର ମଜା । ଭାରତ ଏବଂ ଦକ୍ଷିଣ ଆଫ୍ରିକା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri