କରୋନା ନେଲା ଏହି ଅଭିନେତାଙ୍କ ଜୀବନ

କରୋନାର ଦ୍ୱିତୀୟ ଲହର ଦେଶକୁ ବହୁତ ପ୍ରଭାବିତ କରିଛି। ଅନେକ ସେଲିବ୍ରିଟି ମଧ୍ୟ ଏହାର ଶିକାର ହେଉଛନ୍ତି। ଜଣାଶୁଣା ଅଭିନେତା ତଥା ଉପସ୍ଥାପକ ଟି ନରସିଂହ ରାଓଙ୍କ କରୋନାରେ ପରଲୋକ ଘଟିଛି। ଟିଏନ୍‌ଆର ନାମରେ ପରିଚିତ ନରସିଂହ କରୋନାରେ ଆକ୍ରାନ୍ତ ହୋଇ ହାଇଦ୍ରାବାଦର ମଲକଜଗିରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କ ମୃତ୍ୟୁ ହୋଇଛି। ପ୍ରଶଂସକଙ୍କ ଠାରୁ ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ଟିଏନଆରଙ୍କୁ ମଧ୍ୟ ଖୁବଶୀଘ୍ର ଅନିଲ ରବିପୁଡିଙ୍କ ଫିଲ୍ମରେ ଦେଖିବାକୁ ମିଳିଥାନ୍ତା।
ସୂଚନାଯୋଗ୍ୟ, ଦେଶରେ ପ୍ରତିଦିନ ସଂକ୍ରମିତ ଓ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ମଧ୍ୟ କରୋନାରେ ପ୍ରାଣ ହରାଇଛନ୍ତି। ନିକଟରେ କରୋନା କାରଣରୁ ଅଭିନେତା ରାହୁଲ ବୋହରାଙ୍କର ମୃତ୍ୟୁ ହୋଇଥିଲା। ଏହା ବ୍ୟତୀତ ପ୍ରସିଦ୍ଧ ତାମିଲ ହାସ୍ୟ ଅଭିନେତା ପାଣ୍ଡୁ ମଧ୍ୟ କରୋନାରୁ ମୃତ୍ୟୁବରଣ କରିଥିଲେ।

Share