ରୋମାଣ୍ଟିକ ଅନ୍ଦାଜରେ ଅନନ୍ୟା

ମୁମ୍ବାଇ: ବଲିଉଡ ନାୟିକା ଅନନ୍ୟା ପାଣ୍ଡେ ଓ ଅଭିନେତା ଆଦିତ୍ୟ ରୟ କପୁରଙ୍କ ଡେଟିଂ ର୍ୟୁମର୍ସ ବେଶ କିଛିଦିନ ହେବ ଚର୍ଚ୍ଚାରେ ରହିଛି। ଉଭୟଙ୍କୁ ଅନେକ ଥର କିଛି ଇଭେଣ୍ଟରେ ସ୍ପଟ ବି କରାଯାଇଛି। ଯଦିଓ ଦୁହେଁ ନିଜ ରିଲେଶନ ବିଷୟରେ ଏବେ ପର୍ଯ୍ୟନ୍ତ କିଛି କହି ନାହାଁନ୍ତି। ଏସବୁ ମଧ୍ୟରେ ଶୁକ୍ରବାର ରାତିରେ ପୁଣି ଥରେ ଏହି ର୍ୟୁମର୍ଡ କପଲ ମୁମ୍ବାଇରେ ଡିନର ଡେଟରେ ନଜର ଆସିଥିଲେ। ଏହି ଲଭବାର୍ଡଙ୍କର ହାତ ଧରିଥିବାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ସ୍ପଷ୍ଟ ଭାବରେ କୁହାଯାଇପାରେ ଯେ ଉଭୟଙ୍କ ମଧ୍ୟରେ ନିଶ୍ଚିତ ଭାବରେ କିଛି ଚାଲିଛି।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଅନନ୍ୟା ଏବଂ ଆଦିତ୍ୟ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ସେମାନଙ୍କର କିଛି ସାଙ୍ଗଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି। କୌତୁହଳର ବିଷୟ, ଭାଇରାଲ କ୍ଲିପରେ ଷ୍ଟୁଡେଣ୍ଟ ଅଫ ଦି ଇୟର ୨ ତାରକା ଆଦିତ୍ୟଙ୍କ ହାତ ଧରି କାହା ସହିତ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ ଅଭିନେତ୍ରୀ ଆଦିତ୍ୟଙ୍କ କାନ୍ଧରେ ମଧ୍ୟ ମୁଣ୍ଡ ରଖିଥିଲେ। ଏହି ଭିଡିଓ ବର୍ତ୍ତମାନ ନିଶ୍ଚିତ କରିଛି ଯେ ଉଭୟ ଷ୍ଟାର ନିଶ୍ଚିତ ଭାବରେ ଡେଟିଂ କରୁଛନ୍ତି।
ସୂଚନାଯୋଗ୍ୟ, ଗତ ବର୍ଷ ଅନନ୍ୟା କଫଇ ଓ୍ବିଥ କରନ ୭ ସିଜନରେ ଆସିବା ଦିନଠାରୁ ଆଦିତ୍ୟଙ୍କ ସହ ତାଙ୍କର ଡେଟିଂ ଗୁଜବ ବ୍ୟାପିବା ଆରମ୍ଭ କଲା। ଏହି ସମୟରେ ସେମାନଙ୍କ ରିଲେସନଶିପ ବିଷୟରେ କରନ ଜୋହର ସାମାନ୍ୟ oହିଣ୍ଟ ଦେଇଥିଲେ। ଏହା ପୂର୍ବରୁ ଅନନ୍ୟା ଏବଂ ଆଦିତ୍ୟ ମଧ୍ୟ ୟୁରୋପରେ ଏକ ରୋମାଣ୍ଟିକ ଭ୍ୟାକେଶନ ଉପଭୋଗ କରିଥିଲେ। ଏହାପୂର୍ବରୁ ଅନନ୍ୟା ଏବଂ ଆଦିତ୍ୟ ଏକାଠି ମାଡ୍ରିଡରେ ଆର୍କଟିକ ମଙ୍କିଜ୍‌ କନସର୍ଟରେ ଯୋଗ ଦେଇଥିଲେ।

Share