ଅରାଜକତା ବନାମ ମାନବାଧିକାର

ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳରେ ଘଟିଥିବା ଅରାଜକତାକୁ ରାଜନୈତିକ ଦୃଷ୍ଟିକୋଣରୁ ଚିନ୍ତା କଲେ ତାହା ଭାରତ ପାଇଁ ଅନୁକୂଳ ନ ଥିଲା। ପ୍ରତିଟି ଦେଶରେ ଚାଇନା ତା’ର ବିସ୍ତାରବାଦୀ ରଣକୌଶଳର ପ୍ରୟୋଗ କରି ସଫଳ ହୋଇଛି। ଚାଇନା ପ୍ରଥମରୁ ପାକିସ୍ତାନ ସହ ରହିଛି। ତେଣୁ ପ୍ରଥମେ ପାକିସ୍ତାନ, ଶ୍ରୀଲଙ୍କା, ମାଳଦ୍ୱୀପ, ବାଂଲାଦେଶ ଓ ଏବେ ନେପାଳ ମଧ୍ୟ ଚାଇନାର ନିୟନ୍ତ୍ରଣକୁ ଆସିଯାଇଛି। ବାକି ଗୋଟିଏ ‘ଭୁଟାନ’ ଓ ଅନ୍ୟଟି ‘ମ୍ୟାନ୍‌ମାର’ ଚାଇନାର ଅର୍ଥନୈତିକ ଚାପରେ ନିୟନ୍ତ୍ରିତ ହୋଇରହିଛି। କେବଳ ଭୁଟାନ ହିଁ ରହିଯାଇଛି କାରଣ ତା’ର ସାମରିକ ବ୍ୟବସ୍ଥା ଭାରତ ସହ ସଂଲଗ୍ନିତ। ତଥାପି ସେଇ ସୀମାନ୍ତରେ ଚାଇନା ବାରମ୍ବାର ଉତ୍ତେଜନା ଜାରି ରଖିଛି।
ଏଥିରୁ ଏତିକି ସ୍ପଷ୍ଟ ଯେ ଭାରତକୁ ଚତୁଃପାର୍ଶ୍ୱରୁ ଘେରିବାର ଏହା ଏକ ଚାଲ୍‌। ଏକଥା କୁହାଯାଇପାରେ କି ଭାରତକୁ ଦକ୍ଷିଣ ପୂର୍ବ ଏସିଆ ତଥା ବିଶ୍ୱରେ ଏକଘରିକିଆ କରାଇବାରେ ଚାଇନାର ଉଦ୍ୟମ ସଫଳ ହୋଇପାରିଛି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ପ୍ରତିକ୍ରିୟାଶୀଳ ବୈଦେଶିକ ନୀତି ଦ୍ୱାରା ପାଶ୍ଚାତ୍ୟ ଦେଶମାନଙ୍କ ସହ ଭାରତର ସମ୍ପର୍କ ତିକ୍ତ ପ୍ରାୟ। ତେଣୁ ଭାରତର ବୈଦେଶିକ ନୀତିକୁ ଅନ୍ୟୋନପାୟ ଭାବରେ ରୁଷ୍‌ର ମଧ୍ୟସ୍ଥତାରେ ଚାଇନା ସହ ସୁସମ୍ପର୍କ ସ୍ଥାପନ କରିବା ବ୍ୟତୀତ ବୋଧହୁଏ ଆଉ କୌଣସି ବିକଳ୍ପ ନ ଥିଲା। ସ୍ବାଧୀନତା ପରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏହିଭଳି ପଦକ୍ଷେପଟିଏ ନେଇଥିଲେ ଏବଂ ‘ପଞ୍ଚଶୀଳ ନୀତି’କୁ ନେଇ ଚାଇନା ସହ ଏକ ବନ୍ଧୁତାର ଚୁକ୍ତି ସ୍ବାକ୍ଷରିତ କରିଥିଲେ । ହେଲେ ଚାଇନା ବିଶ୍ୱାସଘାତକତା କଲା। ଆଉ ଏ ଚୁକ୍ତି ସ୍ବାକ୍ଷରିତ ହେବାର ଅଳ୍ପଦିନ ପରେ ଭାରତ ଉପରେ ଆକ୍ରମଣ କଲା।
ଇତିହାସର ଏଇ ଅନୁଭୂତିକୁ ଅନୁଶୀଳନ କଲେ ଜଣାଯାଏ କି ଚାଇନା ସମାନ ଢଙ୍ଗରେ ବିଶ୍ୱାସଘାତକତା କରିପାରେ। ଆଗରୁ ଉତ୍ତର (ଚାଇନା) ଏବଂ ପଶ୍ଚିମ (ପାକିସ୍ତାନ) ସୀମାନ୍ତରେ ଆମର ଶତ୍ରୁରାଷ୍ଟ୍ରମାନେ ଥିଲେ, ହେଲେ ପୂର୍ବ ଏବଂ ଦକ୍ଷିଣ ଦିଗରୁ ଆମେ ପ୍ରାୟତଃ ସୁରକ୍ଷିତ ଅନୁଭବ କରୁଥିଲେ, ମାତ୍ର ଏସବୁ ରାଷ୍ଟ୍ରର ଅରାଜକତା ପର ସ୍ଥିତି ଯୋଗଁୁ ସେ ଦୁଇପାର୍ଶ୍ୱ ମଧ୍ୟ ଏବେ ଚାଇନା ଦ୍ୱାରା ପ୍ରଭାବିତ ହୋଇଯାଇଛି।
ଅର୍ଥନୈତିକ ଦୃଷ୍ଟିରୁ ଏସବୁ ଦେଶ ଭାରତ ଉପରେ ଅତ୍ୟନ୍ତ ନିର୍ଭରଶୀଳ। ମାତ୍ର ନେପାଳ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭରଶୀଳ, ଯେଉଁଠି କୌଣସି ଚାଷଜମି ନାହିଁ ଓ ଶିଳ୍ପ ମଧ୍ୟ ନାହିଁ। ସେମାନେ ବିଦେଶ, ମୁଖ୍ୟତଃ ଭାରତରେ ଆସି ବିଭିନ୍ନ କାର୍ଯ୍ୟ କରିଥାନ୍ତି ଓ ଅର୍ଜିତ ଅର୍ଥକୁ ନିଜ ଦେଶକୁ ପଠାଇଥାନ୍ତି। ଆଉ ସେଥିରୁ ପ୍ରାପ୍ତ ବୈଦେଶିକ ମୁଦ୍ରା ଓ ପର୍ଯ୍ୟଟନରୁ ଆୟ ହିଁ ନେପାଳର ମୁଖ୍ୟ ଜାତୀୟ ଆୟ।
ଆଉ ଏକ ଚିନ୍ତାର ବିଷୟ ହେଲା ମାନବ ଅଧିକାରର ଉଲ୍ଲଂଘନ, ଶ୍ରୀଲଙ୍କା, ବାଂଲାଦେଶ ଓ ନେପାଳରେ ସମାନ ଭାବରେ ତାହା ସଂଘଟିତ ହୋଇପାରିଛି। ପ୍ରଥମେ ଶାସନତନ୍ତ୍ରରେ ରହିଥିବା ବ୍ୟକ୍ତିମାନେ ଓ ପରେ ଅନ୍ୟାନ୍ୟ ରାଜନୈତିକ ବ୍ୟକ୍ତି ବିଶେଷ ତଥା ସର୍ବୋପରି ସାଧାରଣ ଜନତାଙ୍କୁ ମଧ୍ୟ ସେମାନେ ଛାଡ଼ିଲେ ନାହିଁ।
ଚାଇନାର ମାଓ-ସେ-ତୁଙ୍ଗ ଦେଶରେ ଗଣତନ୍ତ୍ରବାଦୀ ବା ମାନବାଧିକାରବାଦୀମାନଙ୍କୁ ସମୂଳ ଧ୍ୱଂସ କରିଦେବାର ଏକ ଅମାନବୀୟ ପ୍ରକ୍ରିୟାକୁ ଆପଣେଇ ଥିଲେ। ଘୋଷଣା କଲେ କି ଯେଉଁମାନେ ଗଣତନ୍ତ୍ର ବା ମାନବ ଅଧିକାରକୁ ପ୍ରାଧାନ୍ୟ ଦେବାକୁ ଇଚ୍ଛା କିମ୍ବା ଚିନ୍ତା କରୁଥାନ୍ତି ସେମାନେ ତାଙ୍କର ମତାମତକୁ ସରକାରଙ୍କୁ ଜଣାନ୍ତୁ। ତାହାର ଉପଯୁକ୍ତ ଭାବରେ ତର୍ଜମା କରାଯିବ। ତାଙ୍କ କଥାରେ ବିଶ୍ୱାସ କରି ଅନେକ ହଜାର ବୁଦ୍ଧିଜୀବୀ, ଛାତ୍ର, ଅଧ୍ୟାପକ, ଦାର୍ଶନିକମାନେ ନିଜ ନିଜର ମତାମତ ସରକାରଙ୍କୁ ଜଣାଇଲେ। ସେଥିପାଇଁ ଦିଆଯାଇଥିବା ସମୟ ଅବଧିର ପରିସମାପ୍ତି ପରେ ସରକାର ଗଣତନ୍ତ୍ର ତଥା ମାନବ ଅଧିକାର ସପକ୍ଷରେ ମତ ଦେଇଥିବା ହଜାର ହଜାର ବୁଦ୍ଧିଜୀବୀଙ୍କୁ ତଥା ପ୍ରଗତିଶୀଳ ଚିନ୍ତାଧାରାର ବ୍ୟକ୍ତିମାନଙ୍କୁ ଚିହ୍ନଟ କଲେ। ସେମାନଙ୍କୁ ତାଙ୍କ ଘରୁ ନିମନ୍ତ୍ରଣ କରି ଡାକି ଆଣିଲେ ଓ ଗୋଟିଏ ଧାଡ଼ିରେ ଠିଆ କରାଇ ଏକ ସର୍ବସାଧାରଣ ସ୍ଥାନରେ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଦେଲେ, ଫଳରେ ଉଦାରବାଦୀ ଚିନ୍ତାଧାରାର ମୂଳୋପତ୍ାଟନ ହୋଇଗଲା। ଆଉ କମ୍ୟୁନିଷ୍ଟ ପାର୍ଟିର ଏକଚ୍ଛତ୍ରବାଦୀ ଶାସନ ବ୍ୟବସ୍ଥା ବଳବତ୍ତର ହୋଇ ରହିଲା।
କ୍ରମେ ଶାସନର ପରିବର୍ତ୍ତନ ଘଟିଲା। ମାଓ ଚାଲିଗଲେ ଉତ୍ତରାଧିକାରୀ ଭାବରେ ଚାଓ-ଏନ୍‌-ଲାଇ ତାଙ୍କ ଦଳର ତଥା ଦେଶର ଶାସନ ମୁଖ୍ୟ ହେଲେ, ମାତ୍ର ସେହି ସମୟରେ ଚାଇନାର ବୁଦ୍ଧିଜୀବୀଙ୍କ ଭିତରେ ପୁନଶ୍ଚ ସେଇ ମାନବାଧିକାର ପ୍ରାପ୍ତ କରିବାର ତଥା ଗଣତନ୍ତ୍ରକୁ ଆପଣେଇବାର ମନୋଭାବ ଜାଗ୍ରତ ହେଲା, ବିଶେଷ ଭାବରେ ବିଶ୍ୱ ବିଦ୍ୟାଳୟର ଅଧ୍ୟାପକ ଏବଂ ଛାତ୍ରୀଛାତ୍ରମାନେ ପ୍ରଭାବିତ ହୋଇ ଆଗକୁ ବାହାରିଲେ ଓ କ୍ରମେ ଗଣତନ୍ତ୍ରବାଦ ପାଇଁ ଆନ୍ଦୋଳନ ଆରମ୍ଭ କରିଦେଲେ। ଚାହଁୁ ଚାହଁୁ ହଜାର ହଜାର ଛାତ୍ରୀଛାତ୍ର ସେଥିରେ ଯୋଗଦେବାକୁ ଲାଗିଲେ, ଆଉ ସେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମର ଅଂଶଟିଏ ଭାବରେ ଦିନେ ଐତିହାସିକ ‘ତିଆନେନ୍‌ ମେନ୍‌‘ ଛକଠାରେ ଛାତ୍ରୀଛାତ୍ର ଓ ଅଧ୍ୟାପକମାନେ ଏକତ୍ରିତ ହେଲେ। ଚାରିକଡୁ ଆବଦ୍ଧ କରି ଟ୍ୟାଙ୍କ୍‌ରେ ଅନ୍ଧାଧୁନିଆ ଗୁଳି ଚାଳନା ହେଲା, ଫଳତଃ ୧୦ ହଜାରରୁ ଊର୍ଦ୍ଧ୍ୱ ଆନ୍ଦୋଳନକାରୀଙ୍କୁ ହତ୍ୟା କରାଗଲା।
ଭାରତର ସମ୍ବିଧାନ ପ୍ରଣେତାଙ୍କର ମାନବ ଅଧିକାରକୁ ନେଇ ଅତ୍ୟନ୍ତ ଉଦାରବାଦୀ ଓ ରଚନାତ୍ମକ ଭାବନା ଯୋଗୁ ଆମେ ଯେଉଁ ଗଣତାନ୍ତ୍ରିକ ବ୍ୟବସ୍ଥା ତଥା ସମ୍ବିଧାନକୁ ପ୍ରାପ୍ତ କରିଅଛେ, ତାହା ପ୍ରାୟ ସମଗ୍ର ବିଶ୍ୱରେ ବିରଳ। ସେଥିପାଇଁ ନେପାଳ ଓ ବାଂଲାଦେଶର ସ୍ଥିତି ଉପରେ ଟିପ୍ପଣୀ ଦେଇ ଆମ ସୁପ୍ରିମକୋର୍ଟର ଦୁଇଜଣ ବିଚାରପତି କହିଛନ୍ତି ‘ଭାରତବର୍ଷରେ ଏଭଳି କାଣ୍ଡ ଘଟିବାର ସମ୍ଭାବନା ନାହିଁ କାରଣ ଆମ ସମ୍ବିଧାନ ବେଶ୍‌ ମଜଭୁତ ‘ଅବଶ୍ୟ ଏହା ଆମର ଗର୍ବ ଓ ସନ୍ତୋଷ ପ୍ରାପ୍ତିର କାରଣ ହୋଇପାରେ ହେଲେ ଆମ ସୀମାନ୍ତରେ ଚାଲିଥିବା ପାରିପାର୍ଶ୍ୱିକ ଅବ୍ୟବସ୍ଥାକୁ ଅଣଦେଖା ନ କରି ଆମ ସାମ୍ବିଧାନିକ ମୂଲ୍ୟବୋଧକୁ ବିଚାର ରଖିବାର ଗୁରୁଦାୟିତ୍ୱ ଆମ ସମସ୍ତ ଦେଶବାସୀ ଏବଂ ନାଗରିକଙ୍କର ହେବା ଉଚିତ।

ଅସୀମା ପଟ୍ଟନାୟକ
ମୋ: ୮୨୪୯୨୯୯୭୮୭

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଖଣ୍ଡଗିରିରେ ଯାତ୍ରା ମହାସମର: କମିଲା ସିଟ୍‌ ସଂଖ୍ୟା

ଭୁବନେଶ୍ୱର, ୨୮ା୧(ଅନୁରାଧା ମହାରଣା/ତ୍ରିନାଥ ମହାନ୍ତି):ଖଣ୍ଡଗିରି କୁମ୍ଭମେଳାରେ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟରେ ୪ଟି ଯାତ୍ରା ଅନୁଷ୍ଠାନ ଯାତ୍ରା ମହାସମରକୁ ଓହ୍ଲାଇଥିବାବେଳେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ଇନ୍ଦିରା…

ବଢ଼ିବ ବାବୁଙ୍କ ଆର୍ଥିକ କ୍ଷମତା: ସରକାରୀ ଯୋଜନା ରକେଟ ବେଗରେ…

ଭୁବନେଶ୍ୱର,୨୮।୧(ରବିନାରାୟଣ ଜେନା):ରାଜ୍ୟ ସରକାରକୁ ଅଧିକ ଦକ୍ଷ ଓ ଗତିଶୀଳ କରିବା ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ୨୦୨୫ ମେ’ ୨୮ରେ ପ୍ରଶାସନିକ କ୍ଷମତାରେ ପରିବର୍ତ୍ତନ କରାଯାଇଥିବାବେଳେ ଏବେ…

ଛାତ ଉପରେ ବୋମା ଭିଡ଼ିବାବେଳେ ବିସ୍ଫୋରଣ

ଭୁବନେଶ୍ୱର,୨୮।୧(ତ୍ରିନାଥ ମହାନ୍ତି): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ସୁନ୍ଦରପଦା ନ୍ୟୁ ଆଜାଦ ନଗରରେ ଏକ ୩ତାଲା ବିଶିଷ୍ଟ ଛାତ ଉପରେ ମଙ୍ଗଳବାର ବୋମା ଭିଡ଼ିବା ସମୟରେ ବିସ୍ଫୋରଣ ଘଟି…

୨୨ ଚୌକା, ୧୧ ଛକା: ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ବିଶ୍ୱକପ୍‌ରେ…

ବୁଲାୱାୟୋ,୨୮।୧: ୧୯ ବର୍ଷରୁ କମ ବିଶ୍ୱକପର ସୁପର ସିକ୍ସ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୩୫୨ ରନ କରିଥିଲା। ଏହି ମ୍ୟାଚ ବୁଲାୱାୟୋରେ ଖେଳାଯାଉଛି। ଟିମ…

ବାଲିଟିକ୍ରା ନିକଟରୁ ମିଳିଲା ଶୁଭମଙ୍କ ମୃତଦେହ: ବଢୁଛି ସନ୍ଦେହ

ବରଗଡ଼,୨୮।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ପଞ୍ଚାୟତ କଲେଜ ନିକଟ ବାଲିଟିକ୍ରା ପାଖରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଜବତ ହୋଇଛି। ମୃତ ଯୁବକ ଜଣକ ହେଲେ, ସ୍ଥାନୀୟ ୱାର୍ଡ ନଂ-୭…

ଚର୍ଚ୍ଚାରେ ରାୟଗଡ଼ା ରାଜନୀତି: ୪ ଦିନ ତଳେ ଭାଜପାରେ ମିଶିଥିଲେ, ପୁଣି ବିଜେଡିକୁ ଫେରିଲେ; ଦିଲୀପଙ୍କ ନାଁରେ ଅଭିଯୋଗ…

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି । ଭାଜପାରେ ମିଶିବାର ଚାରି ଦିନ ପରେ ପୁଣି ବିଜେଡିକୁ ଫେରିଛନ୍ତି…

ପ୍ରତିଶ୍ରୁତି ପାଳନ କରୁନି ଉତ୍କଳ ଆଲୁମିନା: ୦.୦୧% ଶେୟାର ଦାବିରେ ବିସ୍ଥାପିତ, ପ୍ରଭାବିତଙ୍କ ଧାରଣା

ରାୟଗଡ଼ା/ଟିକିରି,୨୭।୧(ଆଶିଷ ରଞ୍ଜନ ପଣ୍ଡା/ପ୍ରଫୁଲ୍ଲ କୁମାର ବେହେରା)- ବକ୍ସାଇଟ ଖଣି ପାଇଁ ରାୟଗଡ଼ା ଜିଲାର କାଶୀପୁର ବ୍ଲକ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ବ୍ଲକ୍‌ରେ ରହିଥିବା…

ହାଉସ୍‌ଓ୍ବାଇଫ୍‌ ବୋଲି ଚିନ୍ତିତ କି? ଘରୁ ଏହି ୫ ବ୍ୟବସାୟ ଆରମ୍ଭ କରି କରନ୍ତୁ ମୋଟା ଅଙ୍କର ରୋଜଗାର…

ନୂଆଦିଲ୍ଲୀ,୨୭।୧: ଆଜିକାଲି ସମୟରେ ଜଣେ ଗୃହିଣୀ ଘରେ ସୀମିତ ରହିବାକୁ ଚାହାଁନ୍ତି ନାହିଁ। ସେ ନିଜର ପରିଚୟ ତିଆରି କରିବାକୁ, ଆତ୍ମନିର୍ଭରଶୀଳ ହେବାକୁ ଏବଂ ପରିବାରର ଆୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri