ଆକ୍ସନ ଫିଲ୍ମ ଆଶାରେ ଅନନ୍ୟା

ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ରୁ ବଲିଉଡ୍‌ରେ କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ଅନନ୍ୟା ପଣ୍ଡେ। ଇତିମଧ୍ୟରେ ସେ ‘ପତି ପତ୍ନି ଓ୍ବର ଓ୍ବ’ ରେ ମଧ୍ୟ କାମ କରିସାରିଛନ୍ତି। ତାଙ୍କର ଆଉ ଏକ ଫିଲ୍ମ ‘ଖାଲି ପିଲି’ ରିଲିଜ୍‌ ଅପେକ୍ଷାରେ ରହିଛି।ଏଥିରେ ତାଙ୍କୁ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିବ। ଅନନ୍ୟାଙ୍କ ଏହି ନୂଆ ଫିଲ୍ମ ଦେଖିବା ପାଇଁ ପ୍ରଶଂସକ ଚାହିଁ ବସିଛନ୍ତି। ଆଗକୁ ସେ ଆକ୍ସନ ଫିଲ୍ମରେ କାମ କରିବାକୁ ଚାହୁଁଥିବା ନିକଟରେ ଏକ ସାକ୍ଷାତକାରେ କହିଛନ୍ତି।
ସେ କହିଛନ୍ତି, ବର୍ତ୍ତମାନ ମୁଁ ଆକ୍ସନ କରିବାକୁ ଦକ୍ଷ। ଖୁବ୍‌ଶୀଘ୍ର ଏକ ସମ୍ପୂର୍ଣ୍ଣ ଆକ୍ସନ ଫିଲ୍ମରେ କାମ କରିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

Share