Categories: ଜାତୀୟ

‘ଅନନ୍ୟା ଅଭିଯୁକ୍ତ ନୁହନ୍ତି’

ମୁମ୍ବାଇ,୨୧।୧୦: ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ପଚରାଉଚରା ପାଇଁ ଗୁରୁବାର ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କାର୍ଯ୍ୟାଳୟକୁ ଡକାଇଛି। କ୍ରୁଜରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଆର୍ଯ୍ୟନ ଖାନଙ୍କ ହ୍ବାଟ୍ସଆପ୍‌ରୁ ଅନନ୍ୟାଙ୍କ ନାମ ସାମ୍ନାକୁ ଆସିଛି। ତାଙ୍କୁ ଏନ୍‌ସିବିର ଜୋନାଲ ଡିରେକ୍ଟର ସମୀର ଓ୍ବାଙ୍ଖଡେ ଓ ଜଣେ ମହିଳା ଅଧିକାରୀ ଜେରା କରିବେ।

କିଛି ରିପୋର୍ଟ ମୁତାବକ, ଚଳିତ ଡ୍ରଗ୍ସ ମାମଲାରେ ଅଭିନେତ୍ରୀ ଜଣଙ୍କ ଅଭିଯୁକ୍ତ ନୁହନ୍ତି। ତାଙ୍କୁ ସାକ୍ଷୀ ଭାବେ ଏଜେନ୍ସି କାର୍ଯ୍ୟାଳୟକୁ ଡକାଯାଇଛି। ବଲିଉଡ୍‌ ଆକ୍ଟର ଚଙ୍କି ପାଣ୍ଡେଙ୍କ ଝିଅଙ୍କୁ ଆର୍ଯ୍ୟନଙ୍କ ସହ କରିଥିବା ଚାଟ୍‌ ସମ୍ପର୍କରେ ପଚରାଉଚରା କରାଯିବ ଓ ତାଙ୍କ ଷ୍ଟେଟ୍‌ମେଣ୍ଟ ରେକର୍ଡ କରାଯିବ।

ତେବେ ଅନନ୍ୟାଙ୍କ ମୋବାଇଲ ଓ ଲାପଟପକୁ ଏନ୍‌ସିବି ଅଧିକାରୀମାନେ ଜବତ କରିଛନ୍ତି। ଏ ସମ୍ପର୍କରେ ଏଜେନ୍ସି ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ମତାମତ ଦିଆଯାଇ ନାହିଁ। କିନ୍ତୁ ଜଣେ ଅଧିକାରୀ ସ୍ପଷ୍ଟ କରିଛନ୍ତି ଯେ, କ୍ରୁଜରୁ ଜବତ ହୋଇଥିବା ଡ୍ରଗ୍ସ ମାମଲାର ତଦନ୍ତ ଚାଲିଛି। ଏନ୍‌ସିବି ଅଧିକାରୀମାନେ ପଚରାଉଚରା ପାଇଁ କୌଣସି ସ୍ଥାନ କିମ୍ବା ବ୍ୟକ୍ତିଙ୍କ ନିକଟକୁ ଯାଆନ୍ତି, ତା’ର ଅର୍ଥ ତୁହେଁ ଉକ୍ତ ବ୍ୟକ୍ତି ଦୋଷୀ।

Share