Categories: ଜାତୀୟ

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ସଫଳତା: ହିଜବୁଲ କମାଣ୍ଡରଙ୍କ ସମେତ ୩ ଆତଙ୍କବାଦୀ ନିହତ

ଜମ୍ମୁ,୬ ।୫: ଦକ୍ଷିଣ କଶ୍ମୀରରେ ଏକ ଅପରେଶନରେ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଅଶରଫ ମୌଲବି ନିହତ ହୋଇଥିବା ଜଣାପଡିଛି । ଏହି ଆତଙ୍କବାଦୀଙ୍କ ମୃତ୍ୟୁ ପରେ ଘାଟିରେ ସୁରକ୍ଷାକର୍ମୀଙ୍କୁ ଆତଙ୍କବାଦୀ ବିରୋଧି ଅଭିଯାନରେ ବଡ ସଫଳତା ମିଳିଛି । ଏହି ଆତଙ୍କବାଦୀ ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲାରେ ପହଲଗାମର ବଟକୁଟ ଅଞ୍ଚଳରେ ହୋଇଥିବା ଅପରେଶନରେ ନିଜ ସାଥିଙ୍କ ସହ ନିହତ ହୋଇଛନ୍ତି ।

କଶ୍ମୀରର ପୋଲିସ ମହାନିରିକ୍ଷକ ବିଜୟ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଏକ ଏନକାଉଣ୍ଟରରେ ଆତଙ୍କବାଦୀ ଅଶରଫ ମୌଲବି ସମେତ ଆଉ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ଅଶରଫ ମୌଲବି ହିଜବୁଲର କଶ୍ମୀରରେ କମାଣ୍ଡର ଥିଲେ । ସେ ଏହା ପୂର୍ବରୁ ୬ ମେ’ ୨୦୨୦ରେ ରିୟାଜ ନାଇକୁଙ୍କ ମୃତ୍ୟୁ ପରେ କମାଣ୍ଡର ହୋଇଥିଲେ ।

Share