ବଞ୍ଚୋ,୨୯(ପ୍ରଦୋଷ କୁମାର ବିଶ୍ୱାଳ ): ଆନନ୍ଦପୁର ବଜାରରେ ଏକ ଅଭାବନୀୟ ଘଟଣା ଘଟିଛି। କାଳନ୍ଦୀ ବେହେରା ନାମକ ଜଣେ ମାଛ ବ୍ୟବସାୟୀ ବୁଧବାର ତାଙ୍କ ଦୋକାନରେ ମାଛ କାଟୁଥିବା ବେଳେ ଅନ୍ୟ ଜଣେ ବ୍ୟବସାୟୀଙ୍କ ସହିତ କୌଣସି କାରଣକୁ ନେଇ ବଚସା ହୋଇଥିଲା। ବଚସା ବଢ଼ିବାରୁ ଉତ୍ତ୍ୟକ୍ତ ହୋଇ ସେହି ବ୍ୟକ୍ତି କାଳନ୍ଦୀଙ୍କୁ ଚାପୁଡ଼ା ମାରିଥିଲେ।
ଭାରସାମ୍ୟ ହରାଇ କାଳନ୍ଦୀ ମାଛ କଟା ପନିକି ଉପରେ ପଡ଼ିଯାଇଥିଲେ। ପନିକି ତାଙ୍କ ଛାତିରେ ଗଳିଯାଇଥିବାରୁ ସେ ଗୁରୁତର ହୋଇଛନ୍ତି।
ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଆନନ୍ଦପୁର ମେଡିକାଲକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗମ୍ଭୀର ହେବାରୁ ଡାକ୍ତରମାନେ କଟକକୁ ସ୍ଥାନାନ୍ତର କରିଛନ୍ତି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିବାବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।