ବଞ୍ଚୋ,୨୫।୧୧(ପ୍ରଦୋଷ ବିଶ୍ୱାଳ ) : ଆନନ୍ଦପୁର ଥାନାରେ ନୂତନ ଥାନା ଅଧିକାରୀ (IIC) ଭାବେ ଶ୍ରୀକାନ୍ତ ଖମାରୀ ଯୋଗଦାନ କରିଛନ୍ତି । ପୂର୍ବତନ IIC ଫଣୀନ୍ଦ୍ର ଭୂଷଣ ନାଏକଙ୍କୁ କେନ୍ଦୁଝର ଏସ୍ପି କାର୍ଯ୍ୟାଳୟକୁ ବଦଳି କରାଯିବା ପରେ ଶ୍ରୀକାନ୍ତ ଖମାରୀ ଆନନ୍ଦପୁର ଥାନାର ନୂତନ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆନନ୍ଦପୁର ଏକ ଗୁରୁତ୍ୱପୂର୍ଣ୍ଣ ଉପଖଣ୍ଡ ହୋଇଥିବାରୁ ଏଠାରେ ଆଇନଶୃଙ୍ଖଳା ପରିସ୍ଥିତିର ନିୟନ୍ତ୍ରଣ, ଅପରାଧ ରୋକିବା, ଟ୍ରାଫିକ୍ ବ୍ୟବସ୍ଥାର ସୁପରିଚାଳନା ଏବଂ ଜନସାଧାରଣଙ୍କୁ ତ୍ୱରିତ ପୋଲିସ ସେବା ଯୋଗାଇଦେବା ନୂତନ ଥାନା ଅଧିକାରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିପାରେ । ବିଶେଷକରି ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସହ ଅପରାଧ ନିୟନ୍ତ୍ରଣ, ମହିଳା ଓ ଶିଶୁଙ୍କ ସୁରକ୍ଷା ଏବଂ ଜନସାଧାରଣଙ୍କ ସହ ପୋଲିସର ଉତ୍ତମ ସମନ୍ୱୟ ସ୍ଥାପନ ଦିଗରେ ତାଙ୍କର କାର୍ଯ୍ୟଶୈଳୀ କଣ ରହିବ ତାହା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି। ।