Categories: ଜାତୀୟ

ଜେଟ୍‌ ଏୟାରଓ୍ବେଜ୍‌ କର୍ମଚାରୀଙ୍କ ଆତ୍ମହତ୍ୟାକୁ ନେଇ ମୋଦିଙ୍କୁ ଜବାବ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ,୨୮।୪: କଂଗ୍ରେସର ବିରିଷ୍ଠ ନେତା ଆନନ୍ଦ ଶର୍ମା ଜେଟ୍‌ ଏୟାରଓ୍ବେଜର କର୍ମଚାରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛନ୍ତି। ସେ କହିଛନ୍ତି ଏହା ହେଉଛି ଏକ ଅପରାଧିକ ଷଡ଼ଯନ୍ତ୍ର ତେଣୁ ମୋଦି ଏହାର ଜବାବ ଦେବା ଉଚିତ୍‌। ଶର୍ମା ଟୁଇଟ୍‌ କରି ଏହା କହିବା ସହ ଘଟଣାର ଯାଞ୍ଚ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଜେଟ୍‌ ଏୟାରଓ୍ବେଜ୍‌ ବନ୍ଦ ହୋଇଯିବା ପରେ ରୋଜଗାର ହରାଇଥିବା ଜଣେ କର୍ମଚାରୀ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରିଛନ୍ତି। ସେ କ୍ୟାନସରରେ ପୀଡିତ ଥିବା ବେଳେ ଅର୍ଥାଭାବ ତାଙ୍କୁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରିଥିବା ଆଲୋଚନା ହେଉଛି। ହେଲେ ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ରାଜନୀତି।

Share