Categories: ଫୁରସତ

ସୋଫାରେ ପ୍ରସ୍ତୁତ ଗାଡ଼ି ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଆନନ୍ଦ ମହିନ୍ଦ୍ରା: ଭିଡିଓ ଶେୟାର କରି କହିଲେ…

ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ଇଣ୍ଟରନେଟ ଦୁନିଆରେ ବହୁତ ସକ୍ରିୟ। ପ୍ରାୟତଃ ସେ ଭାଇରାଲ ଟୁଇଟ୍‌ ଉପରେ ମନ୍ତବ୍ୟ ଦିଅନ୍ତି। ସୋସିଆଲ ମିଡିଆରେ ତାଙ୍କ ଦ୍ୱାରା ଅଂଶୀଦାର ଅତ୍ୟନ୍ତ ଆକର୍ଷଣୀୟ ଜିନିଷ ଉପରେ ନିଜ ମନ୍ତବ୍ୟ ଦେବାକୁ ସେ ଆଦୌ ଭୁଲନ୍ତି ନାହିଁ। ନିକଟରେ ୨ଟି ସୋଫା ପ୍ରସ୍ତୁତ ଗାଡି ଦେଖି ଆନନ୍ଦ ମହିନ୍ଦ୍ରା ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ କହିଛନ୍ତି, ରାସ୍ତାରେ ଏହି ଗାଡ଼ି ଟ୍ରାଫିକ ଇନ୍ସପେକ୍ଟରଙ୍କ ମୁହଁରେ ପ୍ରତିକ୍ରିୟା କ’ଣ ହେବ ମୁଁ ଦେଖିବାକୁ ଚାହେଁ।
ଆଜିକାଲି ଦୁନିଆରେ ଏଭଳି ପରୀକ୍ଷଣ କରାଯାଉଛି, ଯାହା ଅତ୍ୟନ୍ତ ଅଦ୍ଭୁତ ଏବଂ କୌତୁହଳପୂର୍ଣ୍ଣ, ଯାହା ଦେଖିବା ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଆନନ୍ଦ ମହିନ୍ଦ୍ରା ମନ୍ତବ୍ୟ ଦେଇଥିବା ଭିଡିଓରେ ଦୁଇଜଣ ଲୋକ ଏକ ସୋଫାକୁ କାରରେ ପରିଣତ କରିଛନ୍ତି ଏବଂ ଏହାକୁ ବହୁତ ଆନନ୍ଦରେ ଚଳାଉଥିବାର ଦେଖାଯାଉଛି।
ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ବ୍ୟକ୍ତି ଅନଲାଇନରେ ନିଜ ପାଇଁ ଏକ ସରଳ ସୋଫା ଅର୍ଡର କରିଛନ୍ତି। ଏଥିରେ ସେ ଏକ ମୋଟର ଲଗାଇ ଚାରି ଚକ ଲଗାଇଲେ। ଏଥିରେ ସମୁଦାୟ ଚାରି ଚକ ଲଗାଯାଇଥିଲା ଏବଂ ବ୍ରେକ ମଧ୍ୟ ଲଗାଯାଇଥିଲା। ଏହି ପୁରା ସୋଫାକୁ ଏକ ଗାଡିରେ ପରିଣତ କରାଯାଇଛି ଏବଂ ଏହା ରାସ୍ତାରେ ଆରାମରେ ଚାଲୁଛି।
ଟିଉଟର୍‌ରେ ଭିଡିଓ ଶେୟାର ଆନନ୍ଦ ମହିନ୍ଦ୍ର ଲେଖିଛନ୍ତି, ଏହା ଏକ ମଜାଦାର ପ୍ରୋଜେକ୍ଟ। ଏହି ଯାନରେ ଲଗାଯାଇଥିବା ଉତ୍ସାହ ଏବଂ ଇଞ୍ଜିନିୟରିଂ ପ୍ରୟାସକୁ ଦେଖନ୍ତୁ, ଏହା ଆଶ୍ଚର୍ଯ୍ୟଜନକ। ଯଦି କୌସି ଦେଶ ଅଟୋମୋବାଇଲ କ୍ଷେତ୍ରରେ ଏକ ବିଶାଳ ହେବାକୁ ଚାହୁଁଛନ୍ତି ତେବେ ଏପରି ଉଦ୍ଭାବକ ଆବଶ୍ୟକ ହେବ।

Share