୨୪ ଘଣ୍ଟା ମଧ୍ୟରେ କ୍ୟାପଶନ ଦେଲେ ମିଳିବ କାର: ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ କିଛି ଭିଡିଓ ମଧ୍ୟ ଶେୟାର କରିଥାଆନ୍ତି । ନିକଟରେ ଆନନ୍ଦ ମହିନ୍ଦ୍ରା ନିଜ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ଏକ ମାଙ୍କଡ଼ ଡିଟିଏଚ୍‌ର ଏକ ଛତା ଉପରେ ବସିଥିବା ଦେଖାଯାଇଛି । ଏହାକୁ ନେଇ ଆନନ୍ଦ କହିଛନ୍ତି ଏହା ଉପରେ କ୍ୟାପଶନ ଲେଖିବାକୁ । ଆଉ ସର୍ବଶ୍ରେଷ୍ଠ କ୍ୟାପଶନ ଲେଖିଥିବା ବ୍ୟକ୍ତିଙ୍କୁ ସେ ପୁରସ୍କାର ସ୍ୱରୂପ ତାଙ୍କ କମ୍ପାନୀର ଏକ କାର୍ ଦେବେ ବୋଲି କହିଛନ୍ତି । ତେବେ ଅକ୍ଟୋବର ୧୧ ସୁଦ୍ଧା ହିନ୍ଦୀ କିମ୍ବା ଇଂରାଜୀରେ ଏହି କ୍ୟାପଶନ ଦେବାକୁ ପଡିବ । ତେବେ ୧୧ ତାରିଖ ଦ୍ୱିପ୍ରହର ସୁଦ୍ଧା ଏହାର କ୍ୟାପଶନ ଲେଖିବାକୁ ଥିବା ବେଳେ ଫଟୋଟିକୁ ଦେଖୁ ଦେଖୁ ପାଖାପାଖି ୪୨.୫ ହଜାର ଲୋକ ଏହାର ଉତ୍ତର ଦେଇଥିବା ଜଣାପଡିଛି । ଏହାସହ ଏହି ଟୁଇଟକୁ ୬.୭ ହଜାର ଲୋକ ରିଟୁଇଟ୍ କରିଥିବା ବେଳେ ୨୮ହଜାର ଏହାକୁ ଲାଇକ୍ କରିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ରୋଜଗାର ଟଙ୍କାରେ ଗହଣା, ଡ୍ରେସ୍‌ କିଣିଥିଲି: ରୂପଶ୍ରୀ ମହାପାତ୍ର

ପୁରୀ ଦୋଳମଣ୍ଡପ ସାହିରେ ମୋ ଘର। ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରୁ ମାଟ୍ରିକ୍‌ ପାସ୍‌ କରିବା ପରେ ପୁରୀ ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଓ ଯୁକ୍ତ...

ଅଗଷ୍ଟ ୧୫ ପରେ ଖୋଲିପାରେ ସ୍କୁଲ

ନୂଆଦିଲ୍ଲୀ,୮ା୬: କୋଭିଡ୍‌-୧୯ ଜନିତ ଲକ୍‌ଡାଉନ ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ମାର୍ଚ୍ଚ ମଧ୍ୟଭାଗରୁ ବନ୍ଦ ରହିଛି। ଫଳରେ ସାରାଦେଶର ପିଲା ଶିକ୍ଷାଗ୍ରହଣରୁ ବଞ୍ଚିତ ହୋଇଛନ୍ତି। ଏହା କେବେ ଖୋଲିବ...

ଭାରତରେ ପ୍ରଥମ କରୋନା ଭାଇରସ ସଂକ୍ରମିତଙ୍କ ମୃତ୍ୟୁ!

କୋଚି,୧।୩: ଭାରତରେ କରୋନା ଭାଇରସ ସଂକ୍ରମିତଙ୍କ ଚିହ୍ନଟ ବହୁ ପୂର୍ବରୁ କରାଯାଇଛି। ହେଲେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ୩୬ ବର୍ଷ ଯୁବକଙ୍କ ଏର୍ନାକୁଲମ ସରକାରୀ...

ପଞ୍ଜାବରେ ଆଜି ପ୍ରଚାର ଶେଷ

ଚଣ୍ଡିଗଡ଼,୧୮ ।୨: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଯୋରସୋରରେ ଚାଲିଛି । ଶୁକ୍ରବାର ପ୍ରଚାର ଶେଷ ହେଉଥିବା ବେଳେ ସବୁ ରାଜନୌତିକଦଳ ଭୋଟରଙ୍କ...

ଏଲ୍‌ଏସିରେ ପରିସ୍ଥିତି ଅତ୍ୟନ୍ତ ଜଟିଳ: ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ,୮।୯: ଭାରତ-ଚାଇନା ସୀମାରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି। ସୋମବାର ବିଳମ୍ବିତ ରାତିରେ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଭାରତ-ଚାଇନା ସେନା ମଧ୍ୟରେ ଗୁଳି...

କରତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେବେ ନାହିଁ ରବିଶଙ୍କର

ନୂଆଦିଲ୍ଲୀ,୮।୧୧: କରତାରପୁର କରିଡର ଉଦ୍‌ଘାଟନ ଉତ୍ସବରେ ଆଧ୍ୟାତ୍ମିକ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି। ପାକିସ୍ତାନ ସରକାର ଏଥିପାଇଁ...

‘ମୁଁ କ’ଣ ରାଜ କୁନ୍ଦ୍ରା, ମୋର ଫଟୋ ନେଉଛ’

ପୁଣେ,୨୯।୭: ଆଜିକାଲି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ନିଜର ଏକ ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଅଛନ୍ତି। ରାଜ ଠାକରେ ତିନି ଦିନିଆ ପୁଣେର...

୧୦ ଯବାନଙ୍କୁ ମୁକ୍ତ କଲା ଚାଇନା

ନୂଆଦିଲ୍ଲୀ,୨୦ା୬: ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଗତ ସୋମବାର ହିଂସାତ୍ମକ ସଂଘର୍ଷରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଚାଇନାର ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)...

Advertisement
Archives

Model This Week