ଡିଟିଏଚ୍ ଉପରେ ମାଙ୍କଡ଼: କ୍ୟାପଶନ ବିଜେତାଙ୍କ ନାଁ ଘୋଷଣା କଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୩ ।୧୦: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା କମ୍ପାନୀର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ରହିଥାଆନ୍ତି ଆକ୍ଟିଭ । ସମୟ ସମୟରେ ଲୋକଙ୍କ ମନୋବଳ ବୃଦ୍ଧି କରିବାକୁ କିଛି ଭିଡିଓ ମଧ୍ୟ ଶେୟାର କରିଥାଆନ୍ତି । ନିକଟରେ ଆନନ୍ଦ ମହିନ୍ଦ୍ରା ନିଜ ଟୁଇଟର ଆକାଉଣ୍ଟରେ ଏକ ଫଟୋ ଶେୟାର କରିଥିଲେ । ଏଥିରେ ଏକ ମାଙ୍କଡ଼ ଡିଟିଏଚ୍‌ର ଏକ ଛତା ଉପରେ ବସିଥିବା ଦେଖାଯାଇଥିଲା । ଏହାକୁ ନେଇ ଆନନ୍ଦ କହିଥିଲେ ଏହା ଉପରେ କ୍ୟାପଶନ ଲେଖିବାକୁ । ଆଉ ସର୍ବଶ୍ରେଷ୍ଠ କ୍ୟାପଶନ ଲେଖିଥିବା ବ୍ୟକ୍ତିଙ୍କୁ ସେ ପୁରସ୍କାର ସ୍ୱରୂପ ତାଙ୍କ କମ୍ପାନୀର ଏକ କାର୍ ଦେବେ ବୋଲି କହିଥିଲେ । ତେବେ ଅକ୍ଟୋବର ୧୧ ସୁଦ୍ଧା ହିନ୍ଦୀ କିମ୍ବା ଇଂରାଜୀରେ ଏହି କ୍ୟାପଶନ ଦ୍ୱିପ୍ରହର ସୁଦ୍ଧା ଏହାର କ୍ୟାପଶନ ଲେଖିବାକୁ ଥିବା ବେଳେ ଫଟୋଟିକୁ ଦେଖୁ ଦେଖୁ ପାଖାପାଖି ୪୨.୫ ହଜାର ଲୋକ ଏହାର ଉତ୍ତର ଦେଇଥଲେ । ସୋମବାର ଏହାକୁ ନେଇ ଆନନ୍ଦ ବିଜେତାଙ୍କ ନାଁ ଘୋଷଣା କରିଛନ୍ତି । ଟୁଇଟର ୟୁଜର @ vallisurya1 ଓ @TheSameWall ବିଜେତା ହୋଇଛନ୍ତି । କ୍ୟାପଶନରେ ଜଣେ ୟୁଜର ଲେଖିଛନ୍ତି, ‘ଏକ ବନ୍ଦର ଟିଭି କି ଅନ୍ଦର’ ଆଉ ଅନ୍ୟ ଜଣେ ଲେଖିଛନ୍ତି, ‘ଡିଟିଏଚ୍‌-ଡାଇରେକ୍ଟ ଟୁ ହନୁମାନ’ । ଏହା ଉଭୟ ଇଂରାଜୀ ଓ ହିନ୍ଦୀରେ ଥିବାରୁ ମହିନ୍ଦ୍ରା ଦୁଇଟି କ୍ୟାପଶନକୁ ବାଛି ବିଜେତାଙ୍କୁ ତାଙ୍କ କମ୍ପାନୀର କାର୍‌୍ ଦେବେ ବୋଲି ଘୋଷଣା କରିଛନ୍ତି ।

Share