Categories: ଫୁରସତ

ଝଡ଼ ବେଗରେ ଦୋସା ତିଆରି କରୁଛନ୍ତି ଏହି ବ୍ୟକ୍ତି, ଭିଡିଓ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଅଧିକାଂଶ ସମୟ ସୋସିଆଲ ମିଡିଆରେ ହୃଦୟ ଜିଣିଲା ପରି ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି। ଏଥର ମଧ୍ୟ ଆନନ୍ଦ୍ର ମହିନ୍ଦ୍ରା ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି।

ଏହି ଭିଡିଓରେ ଜଣେ ବ୍ୟକ୍ତି ରାସ୍ତା ପାର୍ଶ୍ୱରେ ଏକ ଦୋସା ଦୋକାନ କରିଛନ୍ତି। ବିଜୁଳି ବେଗରେ ସେ କାମ କରୁଥିବା ଲକ୍ଷ୍ୟ କରାଯାଇଛି। ଆନନ୍ଦ ମହିନ୍ଦ୍ରାଙ୍କ ଦ୍ୱାରା ଶେୟାର ହୋଇଥିବା ଭିଡିଓକୁ ୨୫ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି।

କହିରଖୁଛୁ, ୨୮ ସେକେଣ୍ଡର ଏହି ଭିଡିଓ କ୍ଲିପ୍‌ରେ ଜଣେ ବ୍ୟକ୍ତି ଦୋସା ପକାଉଥିବା ଦେଖିବାକୁ ମିଳିଛି। ଦୋସା ପ୍ରସ୍ତୁତ କରିବାର ଗତି ଏତେ ତୀବ୍ର ଯେ ରୋବଟ ବି ପଛରେ ପଡ଼ିଯିବ। ଭିଡିଓଟିକୁ ଆନନ୍ଦ ମହିନ୍ଦ୍ରା ଶେୟାର କରି କ୍ୟାପଶନ ଲେଖିଛନ୍ତି, ‘ଏହି ବ୍ୟକ୍ତି କାମରେ ରୋବଟ୍‌କୁ ପଛରେ ପକାଇଦେବେ। ମୁଁ ତାଙ୍କୁ ଏପରି ବାରମ୍ବାର ଦେଖି ଥକି ପଡ଼ିଲି। ଏବେ ତ ମୋତେ ଭୋକ ଲାଗିଲାଣି।

ଦୋକାନୀଙ୍କର ଏତେ ଫୂର୍ତ୍ତି ହାତ ଦେଖି ଯେକେହି ଆଶ୍ଚର୍ଯ୍ୟ ହୋଇଯିବ। ବହୁତ ଶୀଘ୍ର ସେ ଦୋସା ପ୍ରସ୍ତୁତ କରନ୍ତି। ଆନନ୍ଦ ମହିନ୍ଦ୍ରା ଦୋକାନୀଙ୍କର ଭିଡିଓ ଶେୟାର କରି ତାଙ୍କୁ ବହୁତ ପ୍ରଶଂସା ବି କରିଛନ୍ତି। ଦୋକାନୀ ଜଣକ ମସଲା ଦୋସା ତିଆରି କରନ୍ତି। ତାଙ୍କ କାମର କୌଶଳ ଯୋଗୁ ସଲାମ କହିଛନ୍ତି ଆନନ୍ଦ ମହିନ୍ଦ୍ରା।

ଏହି ଭିଡିଓରେ ଲୋକେ ବେଶ୍‌ ମଜାଳିଆ କମେଣ୍ଟ୍‌ ସବୁ ଦେଉଛନ୍ତି। କେହି କେହି ଦୋକାନୀଙ୍କୁ ରୋବଟ୍‌ କହିଥିବା ବେଳେ ଆଉ କେହି ତାଙ୍କ ଦୋସା ତିଆରି ପ୍ରଣାଳୀ ଦେଖି ଜୋର୍‌ରେ ଭୋକ ଲାଗୁଛି ବୋଲି କମେଣ୍ଟ୍‌ କରିଛନ୍ତି।

Share