Categories: ଫୁରସତ

ଚିହ୍ନିଲେ କିଏ

ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ ଭାଇରାଲ ହୋଇଥାଏ। ଏହି ଫଟୋ ମଧ୍ୟରୁ ଅନେକ ହୃଦୟସ୍ପର୍ଶୀ ହୋଇଥିବାବେଳେ କିଛି ଆଶ୍ଚର୍ଯ୍ୟ କରେ। ଏହି କ୍ରମରେ ଏକ ପୁରୁଣା ଫଟୋ ସୋସିଆଲ ମିଡିଆ ଘୁରି ବୁଲୁଛିି, ଯେଉଁଥିରେ ଥିବା ଲୋକଙ୍କୁ ଚିହ୍ନିବା କଷ୍ଟକର ହୋଇପଡୁଛି।

ଜଣାଶୁଣା ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏହି ଫଟୋ ଶେୟାର କରିଛନ୍ତି । ଫଟୋରେ ଜଣେ ୧୭ ବର୍ଷର ବାଳକ ମଜା କରୁଥିବା ଦେଖିବାକୁ ମିଳୁଛି। ହଠାତ୍‌ ଦେଖିଲେ ଏହି ଫଟୋଟି କାହାର ତାହା ବୁଝାପଡ଼ି ନ ଥିଲା। କିନ୍ତୁ ଯେତେବେଳେ ଏହାର ସତ୍ୟତା ଜଣାପଡ଼ିଲା ସମସ୍ତେ ଆଶ୍ଚର୍ଯ୍ୟ ହେଇଛନ୍ତି। କାରଣ ଫଟୋଟି ଅନ୍ୟ କାହାର ନୁହେଁ ବରଂ ଆନନ୍ଦ ମହିନ୍ଦ୍ରାଙ୍କର। ଏହାକୁ ଶେୟାର କରି ସେ ଲେଖିଛନ୍ତି, ସେ ଏହିପରି ନିଜ ସାଙ୍ଗମାନଙ୍କ ସହିତ ଛୁଟିଦିନ ବିତାଉଥିଲେ। ସେହି ସମୟରେ ସେ ଟ୍ରକ୍‌ ଚାଳନା କରିବାକୁ ଭଲ ପାଉଥିଲେ।

କୁହାଯାଉଛି, ଫଟୋଟି ୧୯୭୨ ମସିହାର। ସେହି ସମୟରେ ଆନନ୍ଦଙ୍କୁ ୧୭ ବର୍ଷ ହୋଇଥିଲା। ଏବେ ଏହି ଫଟୋ ଭାଇରାଲ ହେଉଥିବା ବେଳେ ୨୪,୦୦୦ ରୁ ଅଧିକ ଲୋକ ଏପର୍ଯ୍ୟନ୍ତ ଏହି ଫଟୋକୁ ପସନ୍ଦ କରିଛନ୍ତି। ଆଠ ଶହରୁ ଅଧିକ ଲୋକ ଏହାକୁ ରିଟୁଇଟ୍‌ କରିବା ସହ ଅନେକ କମେଣ୍ଟ ଦେଉଛନ୍ତି।

Share