Posted inଖେଳ

ବିଶ୍ଳେଷଣ ଅନାବଶ୍ୟକ

୧୯୭୮ରେ ମୁଁ ବାହାରେ ରହି ଦେଖିଛି। ୧୯୮୬ରେ ମୁଁ ବିଶ୍ୱକପ୍‌କୁ ସ୍ପର୍ଶ କରିଛି ଏବଂ ଚୁମ୍ବନ ମଧ୍ୟ ଦେଇଛି। ମାତ୍ର ୨୦୨୨ରେ ପ୍ରଥମେ ଷ୍ଟାଣ୍ଡରୁ, ପରେ ଦଳ ସହିତ ଉପଭୋଗ କରିଛି ଏବଂ ଟ୍ରଫିକୁ ପୁଣିଥରେ ସ୍ପର୍ଶ କରିବା ସୁଯୋଗ ପାଇଛି। ମୋ ପାଇଁ ଏହାଠାରୁ ଅବା ବଡ଼କଥା ଆଉ କ’ଣ ହୋଇପାରେ। ଆର୍ଜେଣ୍ଟିନାର ଜଣେ ନାଗରିକ ଏବଂ ୩ଥର ବିଶ୍ୱ ଚାମ୍ପିୟନ ଦଳର ଜଣେ ସଦସ୍ୟ ଭାବେ ମୁଁ ନିଜକୁ ଅଶେଷ ଗୌରବାନ୍ବିତ ମନେକରୁଛି। ଇତିହାସରେ ମେସି ଜଣେ ମହାନ୍‌ ଫୁଟ୍‌ବଲ ଖେଳାଳି, ଏଥିରେ ମୋର ଆଉ ତିଳେମାତ୍ର ସନ୍ଦେହ ନାହିଁ। ଆର୍ଜେଣ୍ଟିନା ହେଉଛି ସର୍ବଶ୍ରେଷ୍ଠ ଫୁଟ୍‌ବଲ ଖେଳୁଥିବା ଦେଶଗୁଡ଼ିକ ମଧ୍ୟରେ ଅନ୍ୟତମ, ଯାହାକୁ ସମଗ୍ର ବିଶ୍ୱ ସମ୍ମାନ ଦିଏ। ମେସିଙ୍କ ଆର୍ଜେଣ୍ଟିନା ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରି ଖେଳିଥିଲା। ଅବଶ୍ୟ ଏମ୍‌ବାପେ୍‌ କିଛି ସମୟ ତାଙ୍କ ଚମକ ଦେଖାଇଥିଲେ। କିନ୍ତୁ ବର୍ତ୍ତମାନ ବିଶ୍ଳେଷଣର ଆବଶ୍ୟକତା ନାହିଁ। ଇତିହାସ କହିବ, ରେକର୍ଡ ବୁକ୍‌ରେ ଦେଖିବାକୁ ମିଳିବ ଆର୍ଜେଣ୍ଟିନା ହେଉଛି ୨୦୨୨ ବିଶ୍ୱକପ୍‌ ଚାମ୍ପିୟନ। ମ୍ୟାଚ୍‌ ପରେ ପୁରସ୍କାର ବିତରଣ ଉତ୍ସବ ଶେଷ ହେବା ମାତ୍ରେ ଲୁସେଲ ଷ୍ଟାଡିୟମ ଭିନ୍ନ ଏକ ପରିବେଶକୁ ବଦଳି ଯାଇଥିଲା। ଷ୍ଟାଣ୍ଡରେ ରହି ମ୍ୟାଚ୍‌ ଉପଭୋଗ କରୁଥିବା ଆର୍ଜେଣ୍ଟିନା ଖେଳାଳିମାନଙ୍କ ପିତାମାତା, ପୁଅ, ଝିଅ ଏବଂ ବନ୍ଧୁପରିଜନ ଷ୍ଟାଡିୟମର ଘାସପଡ଼ିଆକୁ ଚାଲିଆସିଥିଲେ। ସେମାନେ ପାଖାପାଖି ଦୁଇ ଘଣ୍ଟା କାଳ ପଡ଼ିଆରେ ଉପସ୍ଥିତ ରହି ଟାଇଟଲ ବିଜୟ ଉତ୍ସବ ମନାଇଥିଲେ। କିଛି ବାଳକ ଓ ବାଳିକା ଫୁଟ୍‌ବଲ ଖେଳିବା ଆରମ୍ଭ କରିଥିଲେ। ବିଜୟ ସହ ମେସି ଟୁର୍ନାମେଣ୍ଟର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ମାରାଡୋନାଙ୍କ ସମକକ୍ଷ ହୋଇଛନ୍ତି। ମାରାଡୋନା ୧୯୮୬ରେ ଜିତିଥିଲେ ଏବଂ ୧୯୯୦ ଫାଇନାଲରେ ପରାଜିତ ହୋଇଥିଲେ। ମେସି କିନ୍ତୁ ୨୦୧୪ ସଂସ୍କରଣରେ ଜର୍ମାନୀ ବିପକ୍ଷ ଫାଇନାଲରେ ହାରିଯିବା ପରେ ଏଥର ବିଶ୍ୱକପ୍‌ ହାତେଇ ପାରିଛନ୍ତି। ଏହା ପୂର୍ବରୁ ମେସି ତାଙ୍କ କ୍ୟାରିୟରରେ ଜାତୀୟ ଦଳ ସହ ବିଶ୍ୱକପ୍‌ ଜିତି ନ ପାରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ବର୍ତ୍ତମାନ କେବଳ ଦଳ ନୁହେଁ, ଆର୍ଜେଣ୍ଟିନାବାସୀ ଆଶ୍ୱସ୍ତ। ଏକ ଫୁଟ୍‌ବଲ ପଡ଼ିଆରେ କାନ୍ଦିବା, ପରସ୍ପରକୁ ଆଲିଙ୍ଗନ କରିବାର ବିରଳ ଦୃଶ୍ୟ ମୁଁ କେବେ ଦେଖିନାହିଁ। ମ୍ୟାଚ୍‌ଟି ବାସ୍ତବିକ ଖୁବ୍‌ ରୋମାଞ୍ଚକ ଥିଲା। ଏକଦା ଆମେ ମ୍ୟାଚ୍‌ ସହଜେ ଜିତିନେବୁ ବୋଲି ମନେହେଉଥିଲା। ପରେ ଆମେ ହାରିଯାଇପାରୁ ବୋଲି ଧାରଣା ସୃଷ୍ଟି ହୋଇଥିଲା। ଅତିରିକ୍ତ ସମୟ ଖେଳର ଫଳାଫଳ କ’ଣ ହେବ ତାହା ପୂର୍ବାନୁମାନ କରିହେଉ ନ ଥିଲା। ଶେଷରେ ପେନାଲ୍ଟିରେ ଆମେ ବିଜୟଲାଭ କଲୁ। ଆନନ୍ଦର ସୀମା ରହିଲା ନାହିଁ। ପ୍ରକୃତରେ ଫୁଟ୍‌ବଲରେ ରହିଛି ଭାବପ୍ରବଣତା। ଏଥର ୨୦ ନିୟୁତରୁ ଅଧିକ ଆର୍ଜେଣ୍ଟିନା ବାସିନ୍ଦା, ପୂର୍ବରୁ ସେମାନଙ୍କ ପିତାମାତା ୧୯୮୬ରେ ଏବଂ ସେମାନଙ୍କ ଜେଜେବାପା ଓ ଜେଜିମା ୧୯୭୮ରେ ଯାହା ଦେଖିଥିଲେ ତାହା ଦେଖିପାରିଛନ୍ତି। ଲିଓନେଲ ମେସିଙ୍କର ଏହା ହେଉଛି ସବୁଠାରୁ ବଡ଼ ସଫଳତା। ମାରାଡୋନା ଓ ଆମେ ଅବସର ନେବା ପରେ ମେସିଙ୍କ ଭଳି ଜଣେ ଷ୍ଟାର ଖେଳାଳି ଥାଇ ଏକ ଶକ୍ତିଶାଳୀ ଦଳ ଗଠନ କରିବାକୁ ୭ରୁ ୮ ବର୍ଷ ସମୟ ଲାଗିଥିଲା। ମେସିଙ୍କ ଅବସର ପରେ ଏକ ଶକ୍ତିଶାଳୀ ଟିମ୍‌ ଗଠନ ଲାଗି ଆର୍ଜେଣ୍ଟିନା ଫୁଟ୍‌ବଲ ପାଇଁ ଆଗାମୀ କିଛିବର୍ଷ ଖୁବ୍‌ ଗୁରୁତ୍ୱପୂର୍ଣ୍ଣ।
-(ଚିଭାକ୍‌ ସ୍ପୋଟର୍‌ସ)


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଯୁବକଙ୍କୁ ଧକ୍କା ଦେଲା ହାଇୱା: ଘଟଣାସ୍ଥଳରେ…

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ଗରୁଡ଼ପଥରରେ ସୋମବାର ଅପରାହ୍ନରେ ଏକ ହାଇୱା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ସେ...

ଏନଏସ୍‌ଏସ୍‌ ସତନ୍ତ୍ର ସେବା ଶିବିର ଉଦ୍‌ଘାଟିତ: ଛାତ୍ରୀଛାତ୍ରଙ୍କ ସହ ସଫେଇ କଲେ ଡିଏଫ୍‌ଓ, ଦେଲେ ଏମିତି ପରାମର୍ଶ…

ଭଞ୍ଜନଗର,୧୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନା ଶାଖା ୧ ଓ ୨ ପକ୍ଷରୁ ସୋମବାର...

ବାଜି ମାରିଲେ ଷଷ୍ଠ ଶ୍ରେଣୀ ଛାତ୍ରୀ ଆରାଧ୍ୟା ଅଗ୍ରୱାଲ, ଅଣ୍ଡର୧୩ ମହିଳା ଚେସ ଚ୍ୟାମ୍ପିୟନଶିପରେ କଲେ କମାଲ

ବରଗଡ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଅବସ୍ଥିତ ସଂସ୍କାର ଇଣ୍ଟରନ୍ୟାଶନାଲ ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ରୀ ଆରାଧ୍ୟା ଅଗ୍ରୱାଲଙ୍କୁ ଅଲ ଓଡ଼ିଶା ଅଣ୍ଡର୧୩ ବେଷ୍ଟ ବରଗଡ଼ ଚେସ ଚାମ୍ପିୟନଶିପ...

ଯାଇଥିଲେ ଶ୍ୱଶୁର ଘର, ଘରେ କେହି ନ ଥିବା ସୁଯୋଗ ନେଇ ଲୁଟିନେଲେ…

ବୈଶିଙ୍ଗା,୧୨।୧(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଦୁର୍ଗାପୁର ଗ୍ରାମରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ପରିବାର ଲୋକେ ଘରେ କେହି ନ ଥିବା...

ଅସୀମା ପଣ୍ଡାଙ୍କ ଫଟୋ ଉଠାଇବାକୁ ନେଇ ୨ ଗୋଷ୍ଠୀ ବାଡାବାଡି: ଥାନାରେ ଅଭିଯୋଗ ପରେ…

ଦାରିଙ୍ଗବାଡି, ୧୨/୧ (ଅରୁଣ ସାହୁ ): ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କୁ ଅନ୍ୟ ୨ ଜଣ ଯୁବକ ପ୍ରବଳ ମାଡ଼ ମାରିବା ସହ ହତ୍ୟା...

ଗାଡି ଭିତରକୁ ଟାଣି ନେଲେ, ମଦ ପିଆଇ ଯୁବତୀଙ୍କୁ କଲେ ଗଣବଳାତ୍କାର, ସାହସିକତା ଦେଖାଇ ଅଭିଯୁକ୍ତ ଶୋଇଥିବାବେଳେ…

ନୂଆଦିଲ୍ଲୀ, ୧୨।୧: ବିହାରର ପୂର୍ଣ୍ଣିଆରେ ମାନବତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଛଅ ଜଣ ନୃଶଂସ ବ୍ୟକ୍ତି ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ...

ସିମନବାଡି ମୁଖ୍ୟ ଛକରେ ଷଣ୍ଢ ଉପଦ୍ରବ, ଖାଦ୍ୟ ପାଇଁ ଲଢେଇ

ଦାରିଙ୍ଗବାଡି,୧୨।୧ (ଅରୁଣ ସାହୁ ): ଚରି ବୁଲି ଖାଉଥା ମୋର ହୋଇ ରହିଥା ଏଭଳି ଉକ୍ତିରେ ଏବେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ...

ଜବରଦଖଲ ଉଚ୍ଛେଦ ବିଳମ୍ବ ଯୋଗୁ ଟ୍ରାଫିକ ସମସ୍ୟା ବୃଦ୍ଧି, ଯାତ୍ରୀ ହାଟହଟା: ତହସିଲଦାର କହିଲେ ୨-୩ ଦିନରେ…

ଦାରିଙ୍ଗବାଡି, ୧୧।୧ (ଅରୁଣ ସାହୁ ): ଦାରିଙ୍ଗବାଡିର ଚଳଚଞ୍ଚଳ ରାସ୍ତା ମଧ୍ୟରେ ଚାରିଛକ ଠାରୁ ବ୍ଲକ ରାସ୍ତା ଏବେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri