୯ ଛୁଆ ଜନ୍ମ ଦେଲା ଆନାକୋଣ୍ଡା

ବାରଙ୍ଗ,୯।୭(ଡି.ଏନ୍‌.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନ ପାଇଁ ପୁଣି ଖୁସି ଖବର। ନନ୍ଦନକାନନରେ ପ୍ରଥମ କରି ଗୁରୁବାର ଗୋଟିଏ ଛୁଆ ଜନ୍ମଦେଇ ଚର୍ଚ୍ଚାରେ ରହିଥିବା ଆନାକୋଣ୍ଡା ପୁଣି ଶୁକ୍ରବାର ୯ଟି ଛୁଆକୁ ଜନ୍ମଦେଇଛି। ଗୁରୁବାର ଗୋଟିଏ ଛୁଆ ଜନ୍ମ ଦେଇସାରିବା ପରେ ଏହି ମା’ ଆନାକୋଣ୍ଡା ସହ ଅନ୍ୟ ଦୁଇଟି ମାଈ ଆନାକୋଣ୍ଡା ପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବା ସହ ତାପମାତ୍ରା ଏବଂ ଆର୍ଦ୍ରତା ମନିଟରିଂ ମଧ୍ୟ କରାଯାଇଥିଲା। ମା’ ଆନାକୋଣ୍ଡା ଅଧିକ ଛୁଆ ଜନ୍ମ ନ କରିବାରୁ ତା’ର ସ୍ବାସ୍ଥ୍ୟ ବିଷୟରେ ଯାଞ୍ଚ କରିବା ପାଇଁ ଶୁକ୍ରବାର ଓୟୁଏଟିର ବିଶେଷଜ୍ଞ ଡ. ଇନ୍ଦ୍ରମଣିନାଥ ଓ ଡ.ବିଜୟ ସାହୁଙ୍କ ସହାୟତା ନିଆଯାଇଥିଲା। ଏଥିପାଇଁ ସରୀସୃପ ଉଦ୍ୟାନ ମଧ୍ୟରୁ ମା’ ଆନାକୋଣ୍ଡାକୁ ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ବିଶେଷଜ୍ଞ ଡାକ୍ତରମାନେ ପରୀକ୍ଷାନିରୀକ୍ଷା ସହ ଏକ୍ସ-ରେ କରି ତା’ପେଟରେ ଜୀବନ୍ତ ଛୁଆ ଥିବା ଜାଣିବାକୁ ପାଇଥିଲେ। ପ୍ରସବ ବିଳମ୍ବ ହୋଇଥିବାରୁ ଶୀଘ୍ର ପ୍ରସବ ପାଇଁ ତାକୁ ଅକ୍ସିଟୋକିନ ଇଞ୍ଜେକ୍ସନ ଦିଆଯାଇଥିଲା। ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ଡାକ୍ତରଖାନାରେ ଏକ ଛୁଆକୁ ଜନ୍ମ କରିଥିଲା। ତା’ପେଟରେ ଅଧିକ ଛୁଆ ଥିବାର ପରୀକ୍ଷା ବେଳେ ଜଣାପଡିଥିବାରୁ ପୁଣି ୯୦ମିନଟ ପରେ ଦ୍ୱିତୀୟ ଡୋଜ ଦିଆଯାଇ ଡାକ୍ତରଖାନାରୁ ନିଆଯାଇ ସରୀସୃପ ଉଦ୍ୟାନ ମଧ୍ୟରେ ଛଡାଯାଇଥିଲା। ସେଠାରେ ସାରେ ୭ଟି ଛୁଆକୁ ଜନ୍ମ ଦେଇଥିଲା ମା ଆନ୍ନାକୋଣ୍ଡା। ୭ଟି ଛୁଆ ମଧ୍ୟରୁ ଗୋଟିକର ମୃତ୍ୟୁ ହୋଇଥିଲା। ପୁଣି ରାତିରେ ଆଉ ଏକ ଛୁଆକୁ ଜନ୍ମ ଦେବାପରେ ନନ୍ଦନକାନନରେ ୯ ନବଜନ୍ମିତ ଆନାକୋଣ୍ଡା ଛୁଆ ଥିବାବେଳେ ସେମାନଙ୍କୁ ସ୍ବତନ୍ତ୍ର ଭାବେ ବାସ୍କ ମଧ୍ୟରେ ରଖାଯାଇ ତାପମାତ୍ରା ଓ ଆର୍ଦ୍ରତା ମନିଟରିଂ କରାଯାଉଛି। ଏଥିସହ ମା’ ଆନାକୋଣ୍ଡା ପ୍ରତି ମଧ୍ୟ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦିଆଯାଇଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଡ.ସଞ୍ଜିତ୍‌ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri