Categories: ଫୁରସତ

ଅଜଗର ଆଁରେ କୁମ୍ଭୀର : ଭିଡିଓ ଦେଖିଲେ ଉଡିଯିବ ହୋସ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଛି। କେତେବେଳେ ଶିକାର ପାଇଁ ବାଘ ପାହଡ ଉପରୁ ଲମ୍ଫ ମାରୁଛି ତ ଆଉ କେତେବେଳେ ସାପ ଓ ନେଉଳ ରାଜରାସ୍ତା ଉପରେ ଲଢେଇ କରୁଛନ୍ତି। ବର୍ତ୍ତମାନ ଅଜଗର ଏବଂ କୁମ୍ଭୀର ମଧ୍ୟରେ ଲଢେଇ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣଙ୍କ ହେସ ମଧ୍ୟ ଉଡିଯିବ।
ଭିଡିଓରେ ଦେଖାଯାଇଛି, ଏକ ବଡ କୁମ୍ଭୀରକୁ ଜାବୁଡି ଧରିଛି ଅଜଗର। ଅଜଗରଟି କୁମ୍ଭୀର ଚାରିପଡେ ଗୁଡାଇ ହୋଇଯାଇଛି। ଫଳରେ କୁମ୍ଭୀରଟି ହଲଚଲ ହୋଇପାରୁନାହିଁ। ଏମିତି ସ୍ଥଳେ ଲୋକେ ଚେଷ୍ଟା କରୁଛନ୍ତି କିଭଳି ଅଜଗର କବଳରୁ କୁମ୍ଭୀରକୁ ବଞ୍ଚାଇବେ। ମାତ୍ର ଅଜଗର କୁମ୍ଭୀରକୁ ଛାଡୁ ନ ଥିବା ଦେଖାଯାଇଛି। ୨୩ ସେକେଣ୍ଡର ଏହି ଭିଡିଓକୁ ମାନସ ପପ ଏ -୯୧୧ ନିଜ ଟୁଇଟରରେ ଶେୟାର କରିଛି। ଏହି ଭିଡିଓଟିକୁ ଅନେକ ଲୋକ ଦେଖି ସାରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

Share