ଅଜଣା ରୋଗ ଉଜାଡୁଛି ଧାନ ଫସଲ

ସମ୍ବଲପୁର, ୨୩।୪: (ବ୍ୟୁରୋ) ସମ୍ବଲପୁର ଜିଲାର ହୀରାକୁଦ ଜଳଭଣ୍ଡାର ସେଚାଞ୍ଚଳରେ ଚାଷ ହୋଇଥିବା ରବି ଧାନ ଫସଲରେ ଚଳିତବର୍ଷ ଅଜଣା ରୋଗପୋକ ଉପଦ୍ରବ ଦେଖାଦେଇଛି ା ଧାନ ଗଛରୁ ବାହାରୁଥିବା କେଣ୍ଡା ଧୀରେ ଧୀରେ ଲାଲ ପଡି ଯାଉଥିବା ବେଳେ ଧାନ ପୋଲା ହୋଇଯାଉଛି। ସେଚାଞ୍ଚଳର ହଜାର ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଏହି ରୋଗ ଯୋଗୁ ଫସଲ ବିଶେଷ ପ୍ରଭାବିତ ହୋଇଛି। ଫଳରେ ଚାଷୀ ମହଲରେ ହତାଶାଭାବ ଦେଖାଦେଇଛି। ଦୀର୍ଘ ୩ ବର୍ଷ ହେବ ଏହି ରୋଗ ଲାଗି ରହିଥିବା ବେଳେ କୃଷି ବିଶେଷଜ୍ଞ ଓ କୃଷି ବିଭାଗ ଅଧିକାରୀମାନେ ରୋଗର ପ୍ରତିକାର କରିପାରୁ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ହୀରାକୁଦ ସେଚାଞ୍ଚଳ ଅଧୀନରେ ଚାଷ ହୋଇଥିବା ଜମିରେ ଏଭଳି ରୋଗପୋକ ଅତ୍ୟଧିକ ମାତ୍ରାରେ ଲାଗିଥିବା ଜାଣିବାକୁ ମିଳିଛି। ପୂର୍ବରୁ ନଳୀ ପୋକ, ଗଣ୍ଠିପୋକ, ଚକଡା ପୋକ ଲାଗି ଫସଲ ନଷ୍ଟ ହେଉଥିଲା। ହେଲେ ଏବେ ଏହି ନୂଆପ୍ରକାର ରୋଗପୋକ ଉପଦ୍ରବ ଯୋଗୁ ଧାନ ଫସଲ ନଷ୍ଟ ହେବାକୁ ବସିଛି। ଫଳରେ ଚଳିତବର୍ଷ ଧାନ ଅମଳ ପରିମାଣ କମିଯିବ ବୋଲି ଚାଷୀମାନେ କହିଛନ୍ତି। ଏହାକୁ ନେଇ କିଛି ଦିନ ତଳେ ଜିଲା କୃଷକ ସଂଗଠନ ପକ୍ଷରୁ ଧାନକେଣ୍ଡା ନେଇ କୃଷି ବିଭାଗ ଅଫିସ ଘେରାଉ କରାଯାଇଥିଲା। କୃଷି ବିଭାଗ କର୍ମଚାରୀ ଓ ବିଶେଷଜ୍ଞମାନେ କ୍ଷେତ ପରିଦର୍ଶନ କରି ଓଷଧ ସିଞ୍ଚନ ପାଇଁ ପରାମର୍ଶ ଦେବେ ଓ ରୋଗର କାରଣ କ’ଣ ତଦନ୍ତ କରାଯିବ ବୋଲି କୁହାଯାଇଥିଲା। ଏହା ଭିତରେ ୮ ଦିନ ବିତି ଯାଇଥିଲେ ମଧ୍ୟ ଚାଷୀମାନଙ୍କ ପାଖରେ କୃଷି ବିଭାଗ କର୍ମଚାରୀ ପହଞ୍ଚି ପାରି ନ ଥିବା ଅଭିଯୋଗ ହେଉଛି। ଧାନ ଫସଲରେ ଏହି ଅଜଣା ରୋଗ ବଢି ଚାଲିଥିବା ବେଳେ କୀଟନାଶକ ଓ ଓଷଧର ଦାମ ବୃଦ୍ଧି ହୋଇଛି। ବାରମ୍ବାର ଓଷଧ ପକାଇବା ଚାଷୀମାନଙ୍କ ପକ୍ଷରେ ସମ୍ଭବ ହେଉନାହିଁ। କେତେକ ରୋଗ ପାଇଁ ମିଳୁଥିବା ଓଷଧ ଲିଟର ପିଛା ୧୫ ହଜାର ଟଙ୍କା ରହିଛି। ଚାଷୀ ଏତେ ଦାମରେ ଓଷଧ କିଣି ଜମିରେ ପକାଇବା ସମ୍ଭବ ହେଉନାହିଁ । ଅନ୍ୟପଟେ ନଳୀ ଓ ଚକଡା ସହିତ ଅନ୍ୟାନ୍ୟ ରୋଗପୋକ ଦେଖିବାକୁ ମିଳୁଛି। ଏବେ ଧାନ କେଣ୍ଡାଗୁଡିକର ଅଗ୍ର ଭାଗ ପ୍ରଥମେ ଲାଲ ହୋଇଯାଉଛି। ପରେ ଧୀରେ ଧୀରେ ପୂରା କେଣ୍ଡା ଲାଲ ରଙ୍ଗ ହେବା ସହ ଧାନ ପୋଲା ହୋଇଯାଉଛି। ଏଥିପାଇଁ ଆବଶ୍ୟକ ମେଡିସିନ ମିଳୁନାହିଁ। କେତେକ ଦୋକାନୀ ଯେଉଁ ଓଷଧ ପକାଇବାକୁ କହୁଛନ୍ତି ତାହା ବିଲରେ ମାରିଲେ ମଧ୍ୟ କାମ ଦେଉ ନାହିଁ। ସ୍ବର୍ଣ୍ଣ କିସମର ଧାନରେ ଏହି ରୋଗ ଅଧିକ ହୋଇଥିବା ଦେଖିବାକୁ ମିଳିଛି। ହୀରାକୁଦ ସେଚାଞ୍ଚଳରେ ସମ୍ବଲପୁର, ପରମାଣପୁର, ଅପର ହୁମା, ଲୋୟର ହୁମା କେନାଲ ଦ୍ୱାରା ଚାଷ ହୋଇଥାଏ। ସମ୍ବଲପୁର ଏସଏମସି ସହିତ ମାନେଶ୍ୱର, ରେଙ୍ଗାଲି, ଧନକଉଡା, ଯୁଯୁମୁରା, ଜମନକିରା ବ୍ଲକର କେତେକ ସ୍ଥାନରେ ଫସଲ ହୋଇଛି। ଚାଷୀମାନେ ମୁଖତଃ ସ୍ବର୍ଣ୍ଣଧାନ ଚାଷ କରିବାକୁ ଇଚ୍ଛା ପ୍ରକାଶ କରନ୍ତି। ହେଲେ ଏଭଳି ପରିସ୍ଥିତିରେ ଧାନ ଅମଳ ପର୍ଯ୍ୟନ୍ତ ଯତ୍ନ ନେବା କଷ୍ଟକର ହୋଇଛି। ଏହି ଅଞ୍ଚଳଗୁଡିକରେ ପ୍ରାୟ ୫ ହଜାର ହେକ୍ଟରରୁ ଊର୍ଦ୍ଧ୍ୱ ଜମିରେ ଫସଲ ପ୍ରଭାବିତ ହୋଇଥିବା ଚାଷୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri