ପାଣି ପିଇବାକୁ ଯାଇ ଆଉ ଫେରିଲେନି

ଚିତ୍ରକୋଣ୍ଡା,୧୩।୩(ଡି.ଏନ.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି l ପାପରମେଟେଲା ପଞ୍ଚାୟତ ତଣ୍ଟାଗୁଡା ଗ୍ରାମର ଜଗବନ୍ଧୁ ଖରା ନିକଟସ୍ଥ ଜଙ୍ଗଲକୁ କେନ୍ଦୁ ପତ୍ର ତୋଳିବାକୁ ଯାଇଥିଲେ। ଶୋଷ ହେବାରୁ ପାଣି ପିଇବାକୁ ନିକଟସ୍ଥ ତଣ୍ଟାଗୁ ନାଳକୁ ଯାଇଥିଲେ। ନାଳକୁ ଓହ୍ଲାଇବା ସମୟରେ ହଠାତ ଗୋଡ ଖସିଯିବାରୁ ସେ ପାଣିରେ ବୁଡ଼ି ଯାଇଥିଲେ। ଜଗବନ୍ଧୁଙ୍କ ଫେରିବା ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ। ଉକ୍ତ ସ୍ଥାନୀୟ ଗ୍ରାମର ଲୋକେ ଜଗବନ୍ଧୁଙ୍କ ମୃତଦେହ ଦେଖି ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକଙ୍କ ସହ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ କରିବାକୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଥିଲେ। ବ୍ୟବଚ୍ଛେଦ ପରେ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ପୋଲିସ ଏବେ ତଦନ୍ତ ଜାରି ରଖିଛି।