ମଶାଣି ନାହିଁ, ରାସ୍ତାକଡ଼ରେ ଜଳୁଛି ଜୁଇ

ମାର୍ଶାଘାଇ,୨୯ା୧୧(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଏକ ଅସହ୍ୟ ଦୃଶ୍ୟ, ଏକ ନିର୍ଦ୍ଦୟ ସତ୍ୟ କେନ୍ଦ୍ରାପଡ଼ା ଜିଲା, ମାର୍ଶାଘାଇ ବ୍ଲକ୍‌ ବଚ୍ଛରାଇ ପଞ୍ଚାୟତର କୂଳସାହି ଏକ ପଡ଼ା ଗ୍ରାମରେ ଦେଖିବାକୁ ମିଳିଛି। ୫ ଓ ୬ ନମ୍ବର ବିଶିଷ୍ଟ ଏହି ପଡ଼ାରେ ୮୦ରୁ ଶହେ ଘର ଲୋକ ବାସ କରୁଛନ୍ତି। ମାତ୍ର ଏଠାରେ ଘଟୁଥିବା ଦୃଶ୍ୟ ଆଜି ପ୍ରତ୍ୟେକ ମଣିଷର ମନକୁ ହଲାଇ ଦେଉଛି। ଦେଶ ସ୍ବାଧୀନତା ହେବାର ୭୮ ବର୍ଷ ପରେ ବି ଗଁାରେ ମଶାଣି ନ ଥିବାରୁ ମୃତଦେହକୁ ରାସ୍ତାକଡରେ ସଂସ୍କାର କରାଯାଉଛି। ମାନବିକତା ପାଇଁ ଏହାଠାରୁ ବଡ଼ ଲଜ୍ଜା ଆଉ କ’ଣ ହୋଇପାରେ। ପାଟକୁରାରୁ କେନ୍ଦ୍ରାପଡ଼ାକୁ ଯୋଡ଼ିବା ସହ ଏହି ମୁଖ୍ୟ ରାସ୍ତା ଦେଇ ପ୍ରତ୍ୟେକ ଦିନ ବହୁ ଲୋକ ଯାତ୍ରା କରିଥାନ୍ତି। କିନ୍ତୁ ସେମାନଙ୍କ ଆଖିରେ ଆଜିକାଲି ପଡ଼ୁଛି ମୃତଦେହ ପୋଡ଼ାଯାଉଥିବା ଦୃଶ୍ୟ ଜୁଇର ତାପ, ଧୂଅଁାର ଗନ୍ଧ, ମାନବ ଶବର ଜଳନ। ଏଥିପାଇଁ ରାସ୍ତା ଦେଇ ଚାଲିବା ସହ ହୃଦୟ ଭାଙ୍ଗିଯାଉଛି। ମନ ମରିଯାଉଛି, ଆଉ ମାନବିକତା ଲଜ୍ଜିତ ହେଉଛି। ମୃତଦେହ ପୋଡା ଗନ୍ଧରେ ଅଞ୍ଚଳ ଓ ରାସ୍ତା ଦେଇ ଯାତାୟାତ ପ୍ରାୟ ଅସହ୍ୟ ବୋଧ ହେଉଛି। ଲୋକମାନେ ନାକ ମୁହଁ ଆଚ୍ଛାଦନକରି ପାର ହେଉଛନ୍ତି। କିନ୍ତୁ ମନରେ ରହିଯାଉଛି ଏକ ଦୁଃଖଦ ଛାପ। ଜୀବନର ଶେଷ ଯାତ୍ରାଟି ମଧ୍ୟ ଏତେ ଅମର୍ଯ୍ୟାଦା।
ଗ୍ରାମର ବରିଷ୍ଠ ନାଗରିକ ଅକ୍ଷୟ ବେଉରା କହିଛନ୍ତି, ଆମର ଏ ପଡ଼ା ଗ୍ରାମ, ଅନାବାଦୀ, ଗୋଚର ଜମି ନାହିଁ କହିଲେ ଚଳେ। ଆଗରୁ ମୃତଦେହ ପୋତାଯାଉଥିଲା। ଯେତିକି ବି ଅଛି ଲୋକମାନେ ଅନାବାଦୀ, ଗୋଚର ଜମି ପାଖରେ ଥିବା ନିଜ ଜମିରେ ଘରକରି ମାଟି ମଡ଼େଇ ଦେଉଥିବାରୁ ଜାଗା ସଂକୀର୍ଣ୍ଣ ହୋଇଯାଉଛି। ପୂର୍ବତନ ସରପଞ୍ଚ ପ୍ରଦୀପ୍ତ ପ୍ରଧାନ କହିଛନ୍ତି, ୨୦୧୩-୧୪ରେ ସରପଞ୍ଚ ଥିବା ବେଳେ ମଶାଣି ପାଇଁ ୩ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ମାତ୍ର ତାହା ନିର୍ମାଣ ସମ୍ଭବ ନ ହେବାରୁ ଟଙ୍କା ଅନ୍ୟତ୍ର ଚାଲିଯାଇଥିଲା। ସରପଞ୍ଚ ଛବିଲତା ସେଠୀ କହିଛନ୍ତି, ସରକାରୀ ଜାଗା ଚିହ୍ନଟ ନ ହେବାରୁ ଅନୁଦାନ ରାଶି କାମରେ ଲାଗିପାରୁନାହିଁ। ଲୋକମାନଙ୍କର ଶେଷ ସତ୍କାର ମର୍ଯ୍ୟାଦାର ସହ ହେବା ପାଇଁ ଏଠାରେ ଏକ ସୁବ୍ୟବସ୍ଥିତ ଓ ପରିଷ୍କୃତ ମଶାଣି ନିର୍ମାଣ ପାଇଁ ସଚେତନ ନାଗରିକ ମହଲରୁ ଦାବି ହେଉଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

ବିପଦକୁ ଡାକୁଛି ମୁକୁଳା ଟ୍ରାନ୍ସଫର୍ମର: ବାଡ଼ବନ୍ଦୀ କରିବାକୁ ଦାବି

ବୁଗୁଡ଼ା,୭ା୩ (କାଳିଚରଣ ଦାଶ): ଖୋଲାମେଲାରେ ରହିଛି ବିଦ୍ୟୁତ୍‌ ଟ୍ରାନ୍ସଫର୍ମର, ଯାହ ବିପଦକୁ ହାତ ଠାରି ଡାକୁଛି । ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୁଗୁଡ଼ା ବ୍ଲକ…

ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ +୨ ଖୋଲିବାକୁ CBSEର ଅନୁମତି

କୋରାପୁଟ,୭ା୩(ଅମିତାଭ ବେହେରା): କୋରାପୁଟସ୍ଥିତ ଶ୍ରୀରାମକୃଷ୍ଣ ବିଦ୍ୟାମନ୍ଦିରରେ ଯୁକ୍ତ୨ ଶ୍ରେଣୀ ଖୋଲିବା ପାଇଁ CBSE ପକ୍ଷରୁ ଅନୁମତି ମିଳିଛି। ସିବିଏସ୍‌ଇ ବୋର୍ଡର ନିୟମାନୁଯାୟୀ ଏହି ବିଦ୍ୟାଳୟ ସମସ୍ତ ଆବଶ୍ୟକ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri