Posted inଖେଳ

ଲାଇଭ ମ୍ୟାଚରେ ପଡ଼ିଆ ମଝିକୁ ଆସି କୋହଲିଙ୍କ ପାଦ ଛୁଇଁଲେ ଯୁବକ, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୧୫।୧: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି। ପ୍ରଶଂସକମାନେ ମଧ୍ୟ କୋହଲିଙ୍କୁ ଭେଟିବାକୁ ଇଚ୍ଛା କରନ୍ତି, କିନ୍ତୁ ସମସ୍ତେ ତାଙ୍କୁ ଭେଟିବା ପାଇଁ ଭାଗ୍ୟବାନ ନୁହଁନ୍ତି ଯେ ତାଙ୍କୁ ଭେଟିପାରିବେ। ଲାଇଭ ମ୍ୟାଚ ସମୟରେ କୋହଲିଙ୍କୁ ଭେଟିବା ପାଇଁ ଷ୍ଟାଡିୟମ ମଝିକୁ ଯିବା ଭଳି ଘଟଣା ଅନେକ ଥର ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେହିପରି ଆଉ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଜଣେ ପ୍ରଶଂସକ ଲାଇଭ ମ୍ୟାଚରେ କିଙ୍ଗ କୋହଲିଙ୍କୁ ଭେଟିବାକୁ ପଡ଼ିଆକୁ ଚାଲିଯାଇଥିଲେ, କିନ୍ତୁ ଏହି ସମୟରେ କୋହଲି ସମସ୍ତଙ୍କ ହୃଦୟ ଜିତିଛନ୍ତି।

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟି -୨୦ ସିରିଜ ଚାଲିଛି। ସିରିଜର ଦ୍ୱିତୀୟ ମ୍ୟାଚ ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଯେଉଁଥିରେ ବିରାଟ କୋହଲି ଭାରତର ପ୍ଲେ-୧୧ରେ ସାମିଲ ଥିଲେ। ମ୍ୟାଚରେ ଫିଲ୍ଡିଂ କରୁଥିବାବେଳେ ଜଣେ ପ୍ରଶଂସକ କୋହଲିଙ୍କ ନିକଟକୁ ଯାଇ ତାଙ୍କ ପାଦକୁ ଛୁଇଁଥିଲେ। କୋହଲି ତାଙ୍କୁ ଉଠାଇ ଆଲିଙ୍ଗନ କରିଥିଲେ। ଏହା ପରେ ତୁରନ୍ତ ସୁରକ୍ଷା ଅଧିକାରୀ ଆସି ପ୍ରଶଂସକଙ୍କୁ ଧରି ନେଇ ଯାଇଥିଲେ। ଏହି ସମୟରେ କୋହଲି ସୁରକ୍ଷା ଅଧିକାରୀଙ୍କୁ କହିଥଲେ ଯେ ଆରାମ ସେ … ଆରାମ ସେ …।


Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଶୋଇଥିବା ବେଳେ କାମୁଡିଦେଲା ସାପ, ଚାଲିଗଲା ବୃଦ୍ଧଙ୍କ ଜୀବନ

ଗଜପତି,୧୪ା୫(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କୁଜାସିଂ ପଞ୍ଚାୟତର ଲଣ୍ଡାହାତୀ ଗ୍ରାମରେ ସାପ କାମୁଡ଼ାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମୃତକ…

ବିଦ୍ୟୁତ ଆଘାତରେ ବ୍ୟକ୍ତି ଗୁରୁତର, ବିଦେଇପୁର ବିଦ୍ୟୁତ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀଙ୍କ ଧାରଣା

ବାସୁଦେବପୁର,୧୪।୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବିଦେଇପୁର ୩୩ କେଭି ଷ୍ଟ୍ରକ୍ଚର ଠାରେ ବିଦ୍ୟୁତ ଆଘାତରେ ସହଦେଵ ତରେଇ ଆହତ ହୋଇଥିଲେ । ତାଙ୍କୁ କ୍ଷତିପୂରଣ ଦେବା…

ଜିତୁ ମୁଣ୍ଡାଙ୍କ କାହାଣୀକୁ ନେଇ ହେବ ଚଳଚ୍ଚିତ୍ର, ଚୁକ୍ତିକଲେ ନିର୍ଦ୍ଦେଶକ ଅଶୋକ ପତି

ପାଟଣା,୧୪।୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ମୃତ ଭଉଣୀ କାଲାରାଙ୍କ ନାମରେ ଥିବା ଟଙ୍କା ଉଠାଇବା…

ଏତିକି ଟଙ୍କାର ଡ୍ରେସ୍‌ ପିନ୍ଧି ରେଡ କାର୍ପେଟରେ ଚାଲି ଚର୍ଚ୍ଚାରେ ଉର୍ବଶୀ

ଅଭିନେତ୍ରୀ ଉର୍ବଶୀ ରାଉତେଲା ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ କାର୍ପେଟରେ ଚାଲି ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି। ସେ ତାଙ୍କର ଲୁକ ଏବଂ ପୋଷାକ ସହିତ ପ୍ରଶଂସକମାନଙ୍କୁ…

ବାଲିଅନ୍ତା ମର୍ଡର କେସ୍‌: ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ

ବାଲିଅନ୍ତା,୧୪ା୫: ବାଲିଅନ୍ତା ମର୍ଡର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଚିନୁ ଓରଫ ରଞ୍ଜିତ ପାତ୍ର ଗିରଫ ହୋଇଛନ୍ତି। କଟକସଦର ଥାନା ଗଙ୍ଗେଶ୍ବରପଡ଼ାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ହାତଗୋଡ଼…

ପ୍ରବଳ ଝଡ଼ରେ ଟିଣ ସହ ଆକାଶକୁ ଉଡ଼ିଗଲେ ଯୁବକ, ସୁପରମ୍ୟାନଙ୍କ ଭିଡିଓ ଭାଇରାଲ ପରେ…

ଲକ୍ଷ୍ନୌ,୧୪ା୫: ଉତ୍ତରପ୍ରଦେଶର ବରେଲିରେ ଏକ ଭୟଙ୍କର ଝଡ଼ ଲୋକଙ୍କ ନିଃଶ୍ୱାସ ହରାଇ ଦେଇଛି। ପ୍ରବଳ ଝଡ଼ବର୍ଷା ମଧ୍ୟରେ ଜଣେ ଯୁବକ ଟିଣ ସେଡ ସହିତ ଆକାଶରେ ଉଡ଼ି…

ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ, ରାସ୍ତା ଉପରେ ଛିଟିକି ପଡ଼ିଲା ଖଣ୍ଡ ବିଖଣ୍ଡିତ ଶରୀର

ଇନ୍ଦୋର,୧୪।୫: ମଧ୍ୟପ୍ରଦେଶ ଦେବାସର ଏବି ରୋଡ ପାର୍ଶ୍ୱରେ ଥିବା ଟଙ୍କକାଲାରେ ଚାଲିଥିବା ଏକ ବାଣ କାରଖାନାରେ ଏକ ବଡ଼ ବିସ୍ଫୋରଣ ସମଗ୍ର ଅଞ୍ଚଳକୁ ଥରାଇ ଦେଇଛି। ବିସ୍ଫୋରଣ…

ମହଙ୍ଗା ମାଡ଼ ଭିତରେ ଜାରି ହେଲା LPG ସିଲିଣ୍ଡରର ନୂଆଦର; ଜାଣନ୍ତୁ ନୂଆରେଟ୍‌

ନୂଆଦିଲ୍ଲୀ,୧୪।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ବିଶ୍ୱ ଶକ୍ତି ସଙ୍କଟର ସମ୍ମୁଖୀନ ହେଉଛି। ପଶ୍ଚିମ ଏସିଆରେ ଉତ୍ତେଜନା ଯୋଗୁଁ ଶକ୍ତି ଯୋଗାଣ ବାଧାପ୍ରାପ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri