Posted inଜାତୀୟ

ଜମ୍ମୁ-କଶ୍ମୀର ଏକ ଖୋଲା ଜେଲ୍‌, ଅନୁଚ୍ଛେଦ ୩୭୦ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ଲଢ଼ିବିନି ନିର୍ବାଚନ: ମେହବୁବା…

ବେଙ୍ଗାଲୁରୁ,୨୧।୫ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରବିବାର କହିଛନ୍ତି ସମ୍ବିଧାନର ଧାରା ୩୬୦ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ସେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ତେବେ ତାଙ୍କ ଦଳ ନିଶ୍ଚିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ର ଅଧ୍ୟକ୍ଷା ମେହବୁବା ମୁଫତି କହିଛନ୍ତି ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ସ୍ଥିତି ସଂଘବାଦର ସର୍ବୋତ୍ତମ ଉଦାହରଣ ଥିଲା, କିନ୍ତୁ ଧାରା ୩୭୦ ରଦ୍ଦ କରି ରାଜ୍ୟକୁ ବିଭାଜିତ କରି ଅକ୍ଷମ କରାଯାଇଥିଲା।

ଚାଇନା ବର୍ତ୍ତମାନ ଜମ୍ମୁ-କଶ୍ମୀରର କାର୍ଯ୍ୟରେ ହସ୍ତକ୍ଷେପ କରୁଛି। ପୂର୍ବରୁ କେବଳ ପାକିସ୍ତାନ ଏହା କରୁଥିଲା। ଏହା ହେଉଛି ଭାଜପା ଦ୍ୱାରା ଧାରା ୩୭୦ ରଦ୍ଦ କରିବାର ଫଳାଫଳ।

ଜମ୍ମୁ-କଶ୍ମୀର ବର୍ତ୍ତମାନର ପରିସ୍ଥିତିରେ ଏକ ଖୋଲା ଜେଲ ପାଲଟିଛି। ଆମର ସମସ୍ତ ପାସପୋର୍ଟ ଜବତ କରାଯାଇଛି। ଯଦି ଏହା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ସହିତ ହୋଇପାରେ, ତେବେ ଏହା ଅନ୍ୟ କାହା ସହିତ ନ ହୋଇପାରେ ବୋଲି ଚିନ୍ତା କରିବା ବୃଥା ବୋଲି ସେ କହିଛନ୍ତି।

କର୍ନାଟକ ନିର୍ବାଚନରେ ଭାଜପାର ପରାଜୟ ସମ୍ପର୍କରେ ପିଡିପି ନେତା ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ’ଭାରତ ଯୋଡୋ ଯାତ୍ରା’ କର୍ନାଟକରେ କଂଗ୍ରେସର ବିଜୟର ମୂଳଦୁଆ ପକାଇଛି। ସେ କହିଛନ୍ତି, କର୍ନାଟକ ସମଗ୍ର ଦେଶକୁ ଆଶାର କିରଣ ଦେଖାଇଛି ଯେତେବେଳେ ସମସ୍ତେ ହାର ମାନିଥିଲେ। ଗତ ପାଞ୍ଚ ବର୍ଷ ମଧ୍ୟରେ କର୍ନାଟକ ମଧ୍ୟ ଘୃଣା ତଥା ସାମ୍ପ୍ରଦାୟିକ ରାଜନୀତିର ଶିକାର ହୋଇଥିଲା, କିନ୍ତୁ ରାଜ୍ୟ ଗଣତନ୍ତ୍ରକୁ ପୁଣିଥରେ ସୁଯୋଗ ଦେଇଛି। କେତେକ ବିରୋଧୀ ଦଳ ନେତାଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ ନ କରାଯିବା ନେଇ ସେ ମତପୋଷଣ କରିଛନ୍ତି କଂଗ୍ରେସ ଅଧିକ ତ୍ୟାଗ ଦେବା ଉଚିତ, ନଚେତ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ଖୋଲା ଅଛି ।

ଦିଲ୍ଲୀର ଆମ ଆଦମୀ ପାର୍ଟି (ଏଏପି) ସରକାର ଏବଂ କେନ୍ଦ୍ର ମଧ୍ୟରେ ଥିବା ଅଧିକାର ସମ୍ପର୍କରେ ମେହବୁବା ମୁଫତି କହିଛନ୍ତି, ’ଦିଲ୍ଲୀରେ ଯାହା ଘଟିଲା ତାହା ସମସ୍ତଙ୍କ ପାଇଁ ସତକର୍ର୍ ଘଣ୍ଟି। ଭାରତୀୟ ଜନତା ପାର୍ଟି କୌଣସି ବିରୋଧ ଚାହୁଁନାହିଁ। ଦିଲ୍ଲୀ ସରକାରଙ୍କୁ ଶକ୍ତିହୀନ କରାଯାଇଛି। ଏହା ସମସ୍ତଙ୍କ ସହିତ ଘଟିବାକୁ ଯାଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଜେଏମ୍‌ଏଫ୍‌ସି କୋର୍ଟ ବାର୍‌ ଆସୋସିଏଶନ୍‌ର ନୂତନ କର୍ମକର୍ତ୍ତା ଚୟନ

ଥୁଆମୂଳ ରାମପୁର,୨୮ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକସ୍ଥିତ ଜେଏମ୍‌ଏଫ୍‌ସି କୋର୍ଟ ପରିସରରେ ଶନିବାର ବାର୍‌ ଆସୋସିଏଶନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ୨ ମିନିଟ୍‌ରେ…

ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୌତମ ବୁଦ୍ଧ ନଗର ଜିଲା ଜେଓ୍ବାରରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri